ଦୀପାବଳି ଓ ପ୍ରଦୂଷଣ

”ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର । ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ।“

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ବିଭିନ୍ନ ପ୍ରକାର ବାଣ ଫୁଟାଯାଇଥାଏ। ଆଲୋକ ଏବଂ ଶବ୍ଦର ମାହୋଲ ସିନା ମନକୁ କ୍ଷଣିକ ଆନନ୍ଦ ଦିଏ, ହେଲେ ତାହାର କୁପ୍ରଭାବ ପରିବେଶ ଏବଂ ସମାଜ ଉପରେ ପଡ଼ିଥାଏ। ବାଣ ଫୁଟାଇବା ବେଳେ ଅନେକେ ଆହତ ହୋଇଥାଆନ୍ତି। କେତେକେ ଏହାର ରାସାୟନିକ ବାଷ୍ପ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରନ୍ତି। ବିଶେଷଭାବରେ ବାଣର ଶଦ୍ଦ ଆମର ଶ୍ରବଣ ଶକ୍ତିକୁ ଅଧିକ ପ୍ରଭାବିତ କରିଥାଏ। କେବଳ ଦୀପାବଳି ନୁହେଁ, ମୂର୍ତ୍ତି ବିସର୍ଜନ ସମୟରେ ଫୁଟା ଯାଉଥିବା ବାଣ ଓ ଆସତବାଜିରୁ ଅନେକ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଲା-ସଲଫର ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, କାର୍ବନ ମନୋକ୍ସୋଇଡ ଇତ୍ୟାଦି। ଏଗୁଡିକ ବାୟୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଶ୍ୱାସ ରୋଗ ଯଥା ଆଜ୍‌ମା ଏବଂ ବ୍ରୋଙ୍କାଇଟିସ୍‌ ଇତ୍ୟାଦି ସୃଷ୍ଟି କରିଥାଏ।
ପୂଜା ମଞ୍ଚ ଏବଂ ପୂଜା ଅବସରରେ ଆୟୋଜିତ ମେଲୋଡି, ଭସାଣି ସମୟରେ କୋଳାହଳ ଏବଂ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଶବ୍ଦଉତ୍ସ-ମାଇକ୍‌, ଲାଉଡ୍‌ସ୍ପିକର, ଡିଜେ ଇତ୍ୟାଦିର ବ୍ୟବହାର ଆଜିକାଲି ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲାଣି। ଏସବୁ ଅଧିକ ଡେସିବେଲ (ଶବ୍ଦ ତୀବ୍ରତାର ମାପକ) ଯୁକ୍ତ ଧ୍ୱନି ନିର୍ଗତ କରିଥାଆନ୍ତି, ଯାହା ଶ୍ରବଣ ଶକ୍ତିର ଅବକ୍ଷୟ, ଉଚ୍ଚ ରକ୍ତଚାପ, ହୃଦ୍‌ଘାତ, ଅନିଦ୍ରା ଏବଂ ମାନସିକ ଅବସାଦ ଇତ୍ୟାଦି ସ୍ବାସ୍ଥ୍ୟଗତ ସମସ୍ୟାମାନ ସୃଷ୍ଟି କରିଥାଏ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ପୂଜା ସମୟରେ କୋଳାହଳର ସର୍ବୋଚ୍ଚ ସୀମାକୁ ୬୫ ଡେସିବେଲ ମାତ୍ରାରେ ସୀମିତ ରଖାଯାଇଛି। ହେଲେ ବେଳେବେଳେ କେତେକ କ୍ଷେତ୍ରରେ ଏହା ୧୦୦ ଡେସିବେଲ ଟପି ଯାଉଥିବାର ଦୃଷ୍ଟାନ୍ତ ରହିଛି। ଶବ୍ଦ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବଳ୍ପ ଡେସିବେଲଯୁକ୍ତ ଶବ୍ଦ ବାଣ ଫୁଟାଇବା ଦରକାର। ଅଧିକ ଶବ୍ଦ କରୁଥିବା ବାଣ କେବଳ ଶ୍ରବଣ ଶକ୍ତିକୁ ଗଭୀର ଭାବରେ ପ୍ରଭାବିତ କରି ନ ଥାଏ ଏଥିରୁ ନିର୍ଗତ ବିଷାକ୍ତ ରାସାୟନିକ ତତ୍ତ୍ୱ ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ତେଣୁ ପରିବେଶକୁ ପ୍ରଦୂଷିତ ନ କରିବା ଭଳି ବାଣ ଫୁଟାଇବା ଆବଶ୍ୟକ। କେବଳ ସେତିକି ନୁହେଁ ବାଣ ଫୁଟାଇବା ସମୟରେ ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଦରକାର। ଏହି ସମୟରେ ନିଅଁା ଲାଗିଯିବାର ଆଶଙ୍କା ଥାଏ। ତେଣୁ ଅଗ୍ନି ନିିର୍ବାପକ ଜିନିଷ-ବାଲି, ପାଣି ଆଦି ପାଖରେ ରଖନ୍ତୁ। ବାଣଠାରୁ ଯଥେଷ୍ଟ ଦୂରତାରେ ନିଜକୁ ରଖି ବାଣ ଫୁଟାନ୍ତୁ। ଛୋଟ ପିଲାଙ୍କୁ ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। କାରଣ ଅସାବଧାନତାରୁ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ବାଣ ଫୁଟାଇବା ସମୟରେ ହୃଦ୍‌ରୋଗୀମାନେ ଏହାଠାରୁ ନିଜକୁ ଦୂରେଇ ରଖିବା ଦରକାର।
ବାଣ ଫୁଟାଇବା ଆଜିକାଲି ଏକ ସଉକ ପାଲଟିଗଲାଣି। ବିଶେଷଭାବରେ ଯୁବପିଢ଼ି ଅଧିକ ଶବ୍ଦ କରୁଥିବା ଏବଂ ବିଭିନ୍ନ ଷ୍ଟାଇଲ୍‌ର ବାଣ ଆଣି ଫୁଟାଇ ଥାଆନ୍ତି। ହେଲେ ଏହାର କୁପ୍ରଭାବ ସମ୍ପର୍କରେ ଅବଗତ ହେବା ଜରୁରୀ। ଏହି ସମୟରେ ଯଦି ଆମେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ତେବେ ଏହି ପର୍ବରୁ ବେଶ୍‌ ଆନନ୍ଦର ସହ ପାଳନ କରିପାରିବା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଭୋପାଳ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ


All Right Reserved By Dharitri.Com

ଶୀତଦିନେ କାହିଁକି ଲଗାଇବେ ସୋରିଷ ତେଲ

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ...

ଓଜନ କମାଇଥାଏ ଏହି ଜୁସ୍‌

ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି। ଓଜନ କମାଇବା ପାଇଁ କିଏ କେତେ କ’ଣ ତରିକା ଆପଣାଉଛନ୍ତି। ମାତ୍ର କମଳା ଏବଂ ଗାଜର ଜୁସ୍‌...

ସକାଳେ ଗ୍ଲାସେ ଉଷୁମ ପାଣିରେ ଟିପେ ସୈନ୍ଧବ ଲବଣ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ଶରୀର ପାଇଁ ସମୟ ଦେଇପାରୁ ନାହିଁ। ଫଳରେ ବିଭିନ୍ନ ରୋଗ ହେବାର ଆଶଙ୍କା ସୃଷ୍ଟି ହେଉଛି। ତେବେ ନିତିଦିନିଆ...

ସକାଳେ ଅଧୁଆ ମୁହଁରେ ପିଅନ୍ତୁ ଗ୍ଲାସେ ବାସି ପାଣି; ମିଳିବ ଏସବୁ ଫାଇଦା…

ସକାଳେ ଶଯ୍ୟାତ୍ୟାଗ ପରେ ଏକ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ହୋଇଥାଏ । କେତେକ ଏହାକୁ ଉଷାପାନ କୁହନ୍ତି। ମୁହଁ ନ ଧୋଇ...

ବୟସ୍କ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ଆଶଙ୍କା ଅଧିକ…

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ।...

ମଧୁମେହର କାରଣ ଓ ନିରାକରଣ

ମଧୁମେହ, ପ୍ରମେହ ରୋଗମାନଙ୍କ ମଧ୍ୟରୁ ଗୋଟିଏ। ଏହା ମେଟାବୋଲିଜିମ୍‌ ସମ୍ବନ୍ଧୀୟ ବିକାର; ଯେଉଁଥିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ବସା, ଖଣିଜଲବଣ ଓ ପାଣି ଶରୀରରେ କୌଣସି ପ୍ରକାର...

ଚେହେରା ଅନୁସାରେ ଇୟରିଂ

ବଜାରରେ ବିଭିନ୍ନ ପ୍ରକାରର ଇୟରିଂ ମିଳିଥାଏ। ହେଲେ କେଉଁ ଇୟରିଂ କିଭଳି ଚେହେରାକୁ ମାନିବ ଏନେଇ ଅନେକେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂରେଇବା ପାଇଁ...

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

Leave a comment

Your email address will not be published. Required fields are marked *