ମତଦାନରେ ନିଜକୁ ସାମିଲ କଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାକୁ ନେଇ ଦଳୀୟ ପ୍ରାର୍ଥିମାନେ ଯେତିକି ଉତ୍ସାହିତ ଅଛନ୍ତି ତା’ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଭୋଟରଙ୍କ ନିକଟରେ। ମହାରାଷ୍ଟ୍ରର ବିଭିନ୍ନ ବୁଥ୍‌ରେ ବଲିଉଡ୍‌ ସେଲିବ୍ରିଟିମାନେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଏମାନେ ଏତେ ବିଜି ସିଡ୍ୟୁଲ ମଧ୍ୟରୁ ସମୟ କାଢି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି ଭାବିଲେ ଖୁସି ଲାଗେ। କାରଣ ମତଦାନ ହେଉଛି ଆମ ଅଧିକାର ଏଦିଗରେ ଆମେ ସମସ୍ତେ ସଚେତନ ହେବା ଜରୁରୀ। ତେବେ ସୋମବାର ହୋଇଥିବା ଭୋଟ ଗ୍ରହଣରେ ବଲିଉଡ୍‌ ନାୟିକା ମାଧୁରୀ ଦିକ୍ଷିତ ନେନେ ବାନ୍ଦ୍ରା(ପଶ୍ଚିମ)ର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଛନ୍ତି। ସେହିପରି ଲାତୁରର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଅଭିନେତା ରିତେଶ ଦେଶମୁଖ, ତାଙ୍କ ସ୍ତ୍ରୀ ଜେନେଲଆ ଡି’ସୌଜା ଓ ତାଙ୍କ ପରିବାର ସଦସ୍ୟ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ରିତେଶଙ୍କ ଭାଇ ଅମିତ ଦେଶମୁଖ ଓ ଧିରଜ ଦେଶମୁଖ କଂଗ୍ରେସର ଦଳୀୟ ଟିକେଟରୁ ଲାତୁରର ୨ଟି ଭିନ୍ନ ଭିନ୍ନ ଆସନରେ ନିର୍ବାଚନ ଲଢୁଛନ୍ତି।


All Right Reserved By Dharitri.Com

‘ନୋ ଏଣ୍ଟ୍ରି’ ସିକ୍ୱେଲରୁ ବାଦ୍‌ ପଡ଼ିଲେ ସଲ୍‌ମାନ

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ନୋ ଏଣ୍ଟ୍ରି’ରେ ‘ପ୍ରେମ୍‌’ ଭୂମିକାରେ ଦର୍ଶକଙ୍କ ମନ କିଣିଥିଲେ ସଲ୍‌ମାନ। ଏହାର ସିକ୍ୱେଲ ନିର୍ମାଣ ହେବାକୁ ଥିବାବେଳେ ସଲ୍‌ମାନଙ୍କ...

ଦିଗ୍‌ବିଜୟଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ,୧୮।୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ନାଁରେ ଏକ ମାନହାନି ମାମଲା ରୁଜୁ କରାଯାଇଛି। ଭାଜପା ଓ ବଜରଙ୍ଗ ଦଳ ପାକିସ୍ତାନୀ...

ତ୍ରିପୁରାରେ ବଳି ବନ୍ଦ: ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ଅଗରତଲା,୨୮।୯: ଜୀବିତ ରହିବା ପ୍ରତି ପ୍ରାଣୀଙ୍କର ମୌଳିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଏନେଇ ତ୍ରିପୁରା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା...

ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗଦେଲେ ୬ ବିପକ୍ଷ ବିଧାୟକ

ରାଞ୍ଚି,୨୩।୧୦:ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ସୁଖଦେବ ଭଗତ ଭାଜପାରେ ଯୋଗ ଦେଇଛନ୍ତି। ଏହାସହ...

ମହିଳା ପୁରୁଷଙ୍କଠାରୁ ଭଲ, ଶକ୍ତିଶାଳୀ: ଅକ୍ଷୟ

ମୁମ୍ବାଇ: ମୁମ୍ବାଇର ଖିଲାଡି ବୟ ଅକ୍ଷୟ କୁମାର କହିଛନ୍ତି ମହିଳା ପୁରୁଷଙ୍କଠାରୁ ଭଲ ଓ ଶକ୍ତିଶାଳୀ। ଅକ୍ଷୟ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’କୁ...

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ...

୮୭ ବର୍ଷରେ ପାଦ ଦେଲେ ମନମୋହନ ସିଂ

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ୮୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୩୨ ସେପ୍ଟେମ୍ବର ୨୬ରେ ପାକିସ୍ତାନର ଚକଓ୍ବାଲ ଜିଲାର ଘ ଗାଁରେ...

ପତ୍ନୀ ହେବ ଏମିତି

ସତରେ ପତ୍ନୀ ହେବ ଏମିତି। ନିକଟରେ ଦୀପିକାଙ୍କ ମୁହଁରୁ ପତିଦେବ ରଣବୀର ସିଂଙ୍କ ପ୍ରଶଂସା ଶୁଣି ଶୁଟିଂ ଚାଲିଥିବା ହିନ୍ଦୀ ସିନେମା ‘୮୩’ର ୟୁନିଟ୍‌ ସଦସ୍ୟମାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *