ବାଲିଆରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ବରୀ,୨୧ା୧୦(ସ୍ବ.ପ୍ର.): ଯାଜପୁର ଜିଲାବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ରବିବାର ବରୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ବିଜେଡି ସଭାପତି ଅଭିନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ଉପସ୍ଥାପନା କରିଥିଲେ। ବରୀ ନିର୍ବାଚନ ମଣ୍ଡଳୀରେ ୮୦ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ଲୋକଙ୍କୁ ଦଳରେ ସଭ୍ୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କର୍ମୀମାନଙ୍କୁ ତ୍ରୁଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ବିଧାୟିକା ଦାସ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ପଞ୍ଚାୟତର ୨ହଜାର ୫ଶହ ମହିଳାପୁରୁଷ ଦଳରେ ସାମିଲ ହୋଇଥିଲେ। ଏହି ସଭ୍ୟମାନଙ୍କୁ ଦଳୀୟ ରଶିଦ୍‌ ପ୍ରଦାନ କରାଯାଇଛି। ସମିତି ସଭ୍ୟ ପ୍ରଦୀପ ଘଡ଼ାଇ, ସରପଞ୍ଚ ପ୍ରବୀର ଜେନା, ଗୋବିନ୍ଦ ଚନ୍ଦ୍ର ଜେନା, ହରିହର ପଣ୍ଡା, ରତିରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, ଶ୍ରୀକାନ୍ତ ଜେନା, ନିର୍ମଳ ଜେନା, ସୁରଥ ଜେନା, ଭରତ ମଲିକ ପ୍ରମୁଖ ଶତାଧିକ ମହିଳା କର୍ମୀ ଉପସ୍ଥିତ ଥିଲେ।


All Right Reserved By Dharitri.Com

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ରୂପ୍‌ସା,୮।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଣେ ମହିଳାଙ୍କ ଗାଁ ପୋଖରୀରେ ବୁଡ଼ି ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ବିଧବା...

ଚାଷୀମାନଙ୍କ ପକ୍ଷରୁ ସିଏସ୍‌ ଅଫିସ ଘେରାଉ

ଜୟପୁର,୨୪।୮(ଡି.ଏନ୍‌.ଏ.): ଏସ୍‌ଏଚ୍‌ଜି ପକ୍ଷରୁ ଖରିଫ ଧାନ କ୍ରୟ ନିଷ୍ପତ୍ତିକୁ ବିରୋଧ କରି ଜୟପୁର ବ୍ଲକ ଜାମୁଣ୍ଡ ପଞ୍ଚାୟତର ଚାଷୀମାନେ ଶନିବାର ଜିଲା ଯୋଗାଣ (ସିଏସ୍‌) ଅଫିସ...

ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ଉଠିଲା ମାଟି

ଢେଙ୍କିକୋଟ,୨୩।୮(ଡି.ଏନ୍‌.ଏ.): ପବିତ୍ର ଜନ୍ମାଷ୍ଟମୀ ଓ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ନିମନ୍ତେ ମାଟି ଉଠାଯାଇଥାଏ। ଏ ନେଇ କେନ୍ଦୁଝର ଜିଲା...

ଶୋଇଥିବା ବେଳେ କାମୁଡ଼ିଲା ସାପ, ନାବାଳିକା ମୃତ

ଝରିଗାଁ, ୨।୬(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚଚା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ...

ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ

ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍‌ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି...

ତ୍ରୁଟିପୂର୍ଣ୍ଣ ନିର୍ମାଣ ସାଜିଛି ଦୁର୍ଘଟଣା କାରଣ

ରସୁଲପୁର,୧୧।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଦେଇ ଅତିକ୍ରମ କରିଥିବା ୧୬ ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଦିନକୁ ଦିନ...

ଟ୍ରକ ଧକ୍କାରେ ବାଇକ୍‌ ଚାଳକ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଛତ୍ରପୁର,୫ା୧୧(ଡି.ଏନ.ଏ) -ଛତ୍ରପୁର ଥାନା ଅଧୀନ ବଡମାଧପୁର ଗାଁ ହନୁମାନ ସାହି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ...

୩ ସମବାୟ ସମିତି ଜରିଆରେ ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ

କର୍ଲାମୁଣ୍ଡା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୩ଟି ସମବାୟ ସମିତି ଜରିଆରେ ଚାଷୀଙ୍କ ଧାନ କ୍ରୟ କରାଯିବାକୁ ଆନୁଷ୍ଠାନିକ ଭାବେ ରିଷିଡା, କର୍ଲାମୁଣ୍ଡା, ଯୋରାଡବ୍ରାଠାରେ ମଣ୍ଡି...

Leave a comment

Your email address will not be published. Required fields are marked *