ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ନେଉଥିବା ଜଣାପଡିଛି। ଏହାର ପୂର୍ବବର୍ତ୍ତୀ ମାସରେ ଏହି ନିବେଶକମାନେ ୬,୫୫୭ କୋଟି ଟଙ୍କା ନିବେଶ କରିଥିଲେ। ଉଭୟ ଇକ୍ୱିଟି ଏବଂ ଡେଟ୍‌ରେ ଏହି ନିବେଶ ହୋଇଥିଲା। ଜୁଲାଇ ଏବଂ ଅଗଷ୍ଟରେ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏଭଳି ନିବେଶ ଦେଖିବାକୁ ମିଳିଛି। ପୁଞ୍ଜି ବଜାର ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୪୯୭୦ କୋଟି ଟଙ୍କା ଇକ୍ୱିଟିରେ ଏବଂ ୧୦୨ କୋଟି ଟଙ୍କା ଡେଟରେ ନିବେଶ କରିଥିବା ଜଣାପଡିଛି।


All Right Reserved By Dharitri.Com

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧିି

ନୂଆଦିଲ୍ଲୀ,୨୭-୫: ୨୦୦୪ ପରଠାରୁ ଦେଶରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିର୍ବାଚନର ପ୍ରଭାବ ବର୍ତ୍ତମାନ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥିଯୋଗୁ...

ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର...

ଭାରତରେ ଲଞ୍ଚ ହେବନି ଫେସ୍‌ବୁକ୍‌ କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ,୨୧-୬: ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ ଭାରତରେ ନିଜର କ୍ରିପ୍ଟୋକରେନ୍ସି ‘ଲିବ୍ରା’କୁ ଲଞ୍ଚ କରିବ ନାହିଁ। ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ପୂର୍ବରୁ ଦେଶରେ...

ମେମୁ ହେବ ପୂର୍ବତଟ ରେଳପଥର ପାସେଞ୍ଜର ଟ୍ରେନ

ଭୁବନେଶ୍ୱର,୨୩-୬: ଖୋର୍ଦ୍ଧା ରୋଡଠାରେ ଥିବା ମେମୁ ସେଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ରେଲଓ୍ବେ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି। ଏହା ଦ୍ୱାରା ପୂର୍ବତଟ ରେଳପଥର ସମସ୍ତ...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ଧାମରା ଏଲ୍‌ଏନ୍‌ଜି ପ୍ରକଳ୍ପରେ ଗେଲ୍‌, ଆଇଓସିଏଲ୍‌ ଅଂଶଧନ ଗ୍ରହଣ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ,୯-୭: ଓଡିଶାର ଧାମରାଠାରେ ଆଦାନୀ ଗ୍ରୁପ ପକ୍ଷରୁ ପ୍ରସ୍ତାବିତ ଏଲ୍‌ଏନ୍‌ଜି ପ୍ରକଳ୍ପରେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ୍‌) ଏବଂ ଗ୍ୟାସ ଅଥରିଟି ଇଣ୍ଡିଆ ଲିମିଟେଡ(ଗେଲ୍‌)...

କଳାଧନ ବିରୋଧରେ ଲଢ଼େଇ; ଆଜିଠୁ ମିଳିବ ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧-୯: ମୋଦି ସରକାରଙ୍କ କଳାଧନ ବିରୋଧରେ ଲଢ଼େଇ ଆହୁରି ଜୋର୍‌ଦାର ହେବାକୁ ଯାଉଛି। ରବିବାରଠାରୁ ସୁଇସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ସିଧାସଳଖ ଆୟକର...

ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସରକାରୀ ତୁଳନାରେ ୭ ଗୁଣ ଅଧିକ

ନୂଆଦିଲ୍ଲୀ,୨୫-୧୧: ଘରୋଇ ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚ ସାଧାରଣତଃ ଅଧିକ ରହିଥିବା ପ୍ରାୟ ସମସ୍ତଙ୍କୁ ଜଣା। ଏହି ହସ୍ପିଟାଲଗୁଡିକରେ ହାରାହାରି ଚିକିତ୍ସା ଖର୍ଚ୍ଚ ସରକାରୀ ହସ୍ପିଟାଲ ତୁଳନାରେ...

Leave a comment

Your email address will not be published. Required fields are marked *