କୋଚିଳା ନଦୀବନ୍ଧରେ ଫାଟ

ଧାମନଗର, ୨୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ପଧାନୀ ପଞ୍ଚାୟତର ଉପର ଶଇଲୋ ନିକଟ କୋଚିଳା ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଶନିବାର ଫାଟ ସୃଷ୍ଟି ହୋଇ ଏହା ବଢ଼ିବାରେ ଲାଗିଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଫାଟ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବିଧାୟକ ବିଷ୍ଣୁଚରଣ ସେଠୀ, ବିଭାଗୀୟ ସହକାରୀ ଯନ୍ତ୍ରୀ ଭୁବନାନନ୍ଦ ମହାନ୍ତି, କନିଷ୍ଠ ଯନ୍ତ୍ରୀ କିଶୋର ଦାସ ଏବଂ ପ୍ରଦୀପ ଦାସ ଘଟଣାସ୍ଥଳ ବୁଲି ଦେଖିବା ସହିତ ତୁରନ୍ତ ମରାମତି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପ୍ରକାଶ ଯେ, ନଦୀବନ୍ଧର ଉକ୍ତ ସ୍ଥାନରେ କ୍ରମାଗତ ଭାବେ ୪ ବର୍ଷ ଧରି ଫାଟ ସୃଷ୍ଟି ହେଉଛି। ସେହିପରି ବିଭିନ୍ନ ସ୍ଥାନରେ ନଦୀବନ୍ଧ ଧସୁଛି। ଏବେ ଫାଟ ହୋଇଥିବା ସ୍ଥାନରେ ନଦୀଗର୍ଭକୁ ପଥରପ୍ୟାକିଂ ହୋଇଥିବାବେଳେ ଦକ୍ଷିଣ ଦିଗକୁ ୱାଲ ମଧ୍ୟ କରାଯାଇଛି। ପୂର୍ବବର୍ଷ ଧସିଥିବା ସ୍ଥାନରେ ମରାମତି କାର୍ଯ୍ୟ ହୋଇଥିଲେ ମଧ୍ୟ ପୁଣି ଚଳିତବର୍ଷ ସେହି ସ୍ଥାନରେ ଫାଟ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାରମ୍ବାର ନଦୀବନ୍ଧ ଧସୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।


All Right Reserved By Dharitri.Com

ଆଇନଜୀବୀଙ୍କୁ ପିସ୍ତଲ ଦେଖାଇ ଟଙ୍କା ମାଗିବା,ହତ୍ୟା ଧମକ ଘଟଣା :୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ନବରଙ୍ଗପୁର,୧୭।୮(ବି.ପ୍ର.): ଜଣେ ଆଇନଜୀବୀଙ୍କ ଛାତିରେ ପିସ୍ତଲ ଲଗାଇ ହତ୍ୟା ଧମକ ଓ ଟଙ୍କା ଆଦାୟ କରିବା ଘଟଣାରେ ନବରଙ୍ଗପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ, ୭ା୭- ଏକ ଲାଞ୍ଚ ମାମଲାର ବିଚାର କରି ଶନିବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ୨...

ପୁରୀ ଜିଲା ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଯୁବକଂଗ୍ରେସର ଧାରଣା

ପୁରୀ ଅଫିସ,୭ା୧୧ : ପୁରୀ ଜିଲା ଚିକିତ୍ସାଳୟରେ ବୁଧବାର ଚିକିତ୍ସା ଅବହେଳା ଯୋଗୁ ଜଣେ ୫ମାସର ଶିଶୁକନ୍ୟାର ମୃତ୍ୟୁକୁ ଜିଲା ଯୁବ କଂଗ୍ରେସ ତିବ୍ର ପ୍ରତିବାଦ...

ରାଜସ୍ବ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

ଭଣ୍ଡାରିପୋଖରୀ,୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆମାନେ ମଞ୍ଜୁରୀରୋଡ୍‌ସ୍ଥିତ ରାଜସ୍ବ କାର୍ଯ୍ୟାଳୟରେ ପଶି...

ସ୍ତ୍ରୀ, ପିଲାଙ୍କୁ ଛାଡ଼ି କାଠଯୋଡ଼ିକୁ ଡେଇଁଲେ ଯୁବକ

କଟକ ଅଫିସ/ଫୁଲନଖରା, (ଡି.ଏନ.ଏ.)୯ା୧୦:  ବୁଧବାର ଅପରାହ୍ନରେ କାଠଯୋଡ଼ି ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ନିଆଳି ଥାନା ଅଧୀନ କରଞ୍ଜ ଗ୍ରାମର...

ବୃଦ୍ଧି ପାଉଛି ଗୁଣିଗାରେଡ଼ି ଜନିତ ଅପରାଧ: ପ୍ରତିକାର ଦାବି କଲା ମାନବବାଦୀ ହେତୁବାଦୀ ସଙ୍ଗଠନ

ବ୍ରହ୍ମପୁର ଅଫିସ,୫ା୧୦-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବିକାଶ ହେଉଛି ା ଏହାସତ୍ତ୍ୱେ ସମାଜରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସଜନିତ ଅପରାଧ ସଂଖ୍ୟା ଦିନକୁ ଦିନକୁ ବୃଦ୍ଧି ପାଇବାରେ...

ରସୁଲପୁର ପଞ୍ଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ: ଯୋଗଦେଲେନି ବିଧାୟକ, ଏମ୍‌ପି

ରସୁଲପୁର,୨୩ା୧(ଡି.ଏନ୍‌.ଏ.): ବିଧାୟକ ଓ ମନ୍ତ୍ରୀମାନେ ଗାଁକୁ ଯିବେ। ଲୋକଙ୍କ ସମସ୍ୟା ବୁଝିବେ। ଗାଁରେ ରାତି କାଟିବେ। ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟ ହେଉଛି କି...

୬ ଫୁଟର ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ

ପୁରୀ ଅଫିସ, ୧୩ାା୮: ଚନ୍ଦନପୁର ଥାନା ଅନ୍ତର୍ଗତ ସେନାପଟିଆ ଅଞ୍ଚଳରୁ ମଙ୍ଗଳବାର ସକାଳେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଏହି ସାପର ଲମ୍ବ ପ୍ରାୟ...

Leave a comment

Your email address will not be published. Required fields are marked *