୧୫ ଚୋରା ବାଇକ୍‌ ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ଜିଲାର ବାଣପୁର ଥାନା ପୋଲିସ ୧୫ ଚୋରା ବାଇକ୍‌ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାଣପୁର ଥାନା କୁଲେଇ ଗାଁର ସନ୍ତୋଷ କୁମାର ଜଗଦ୍ଦେବ ଓରଫ ମିଲୁ (୨୮), ଅଭି ଜୟସିଂହ ଓରଫ ମୁନା(୨୧) ଓ ସାଗର ହାତୀ(୧୯)। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତଙ୍କୁ ବାଣପୁର କୋର୍ଟ ଚାଲାଣ କରାଯାଇଥିବା ଖୋର୍ଦ୍ଧାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଜୟ ପ୍ରସାଦ ସ୍ବାଇଁ ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ ସୂଚନା ଅନୁସାରେ ଗତ ୧୪ ତାରିଖରେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଗାଁର ବସନ୍ତ ରଣାଙ୍କର (ଓଡି୦୨କେ ୪୦୭୪) ବାଇକ୍‌ ଚିଲିକା ବ୍ଲକ ଅଫିସ ଗଙ୍ଗାଧରପୁରଠାରୁ ଚୋରି ହୋଇଥିଲା। ଅଭିଯୋଗ ପରେ ପୋଲିସ କେସ୍‌ ନଂ. ୨୯୧/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଏଥିରେ ବାଇକ୍‌ ଲୁଟେରା ଦଳ ସାମିଲ ଥିବା ଜଣାପଡିଥିଲା ।


All Right Reserved By Dharitri.Com

କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା: ତଦନ୍ତ ରିପୋର୍ଟ ମାଗିଲେ ଟ୍ରିବ୍ୟୁନାଲ

କଟକ ଅଫିସ,୨୦।୧: କୋରାପୁଟ ଜିଲା ଡୁମୋଜୋରି ନିକଟରେ ନିର୍ମାଣ ଚାଲିଥିବା କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି...

ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା

ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ...

ଧନେଇ ଡ୍ୟାମରେ ବୁଡି ନାବାଳକ ମୃତ

ପୋଲସରା/ହାତୀଓଟ,୨୯ା୯- ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପି ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା...

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୯୨୩୫୨ ମେଟ୍ରିକ ଟନ୍‌ ସଂଗ୍ରହ ଲକ୍ଷ୍ୟ

ଢେଙ୍କାନାଳ ଅଫିସ, ୮।୧୧-ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ...

ପ୍ରଶାସନର ନଜର ଆଢୁଆଳରେ :ଐତିହ୍ୟ ସମ୍ପନ୍ନ ନୀଳମାଧବ ଜୀଉଙ୍କ ଦଶହରା ପଡ଼ିଆ

ଖଣ୍ଡପଡ଼ା,୨ା୯(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବରେ କଣ୍ଟିଲୋର ଶ୍ରୀ ନୀଳମାଧବ ପୀଠ ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ଏହି ମନ୍ଦିର ପୂଜା ନୀତି...

ଦୁଇ ସ୍ଥାନରୁ ୬ ଲକ୍ଷ ୪୦ ହଜାର ଲୁଟ୍‌

ଭଦ୍ରକ ଅଫିସ, ୨୮।୧୦ : ଭଦ୍ରକ ଜିଲାର ଦୁଇଟି ସ୍ଥାନରୁ ସୋମବାର ଲୁଟେରାମାନେ ୬ ଲକ୍ଷ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ତରିକା...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

ପୁରୀ ବନ୍ୟପ୍ରାଣୀ ଡିଭିଜନରେ ପକ୍ଷୀ ଗଣନା: ୭୦ ପ୍ରଜାତିର ୧ଲକ୍ଷ ୨ ହଜାର ପକ୍ଷୀ

ପୁରୀ ଅଫିସ, ୯ା୧: ପୁରୀ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବୁଧବାର ପକ୍ଷୀ ଗଣନା କରାଯାଇଛି। ୨୩ଟି ଟିମ୍‌ ଡିଭିଜନ ଅଧୀନ ୫ଟି ରେଞ୍ଜରେ ଏହି ଗଣନା...

Leave a comment

Your email address will not be published. Required fields are marked *