କେଉଁଦିନ ପାଳନ କରାଯାଏ ଛୋଟ ଦୀପାବଳି

ଦୀପାବଳି ପାଳନର ମହତ୍ୱ ଯେପରି ରହିଛି ଠିକ୍‌ ସେହିପରି ଏହା ପୂର୍ବଦିନର ପର୍ବ ଗୁଡିକର ମହତ୍ୱ ମଧ୍ୟ ରହିଛି। ଯେମିତି ଧନତେରାସ୍‌ ସେମିତି ଛୋଟ ଦୀପାବଳି। ଏହାକୁ ନରକ ଚତୁର୍ଦ୍ଦଶି ଭାବରେ ମଧ୍ୟ ପାଳନ କରାଯାଇଥାଏ। ଏହି ଦିନ ଅର୍ଥାତ୍‌ କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶିରେ ମୃତ୍ୟୁ ଦେବତା ଯମରାଜଙ୍କ ପୂଜା କରିବାର ବିଧି ରହିଛି। ଏହାକୁ କେହି କେହି ଛୋଟ ଦୀପାବଳି ମଧ୍ୟ କହିଥାଆନ୍ତି। ଏହିଦିନ ସନ୍ଧ୍ୟା ପରେ ଘର ଚାରିପଟେ ଦୀପ ଜାଳିବାର ବିଧି ରହିଛି। ଏହି ଛୋଟ ଦୀପାବଳି ବା ନରକ ଚତୁର୍ଦ୍ଦଶି ଅକାଳ ମୃତ୍ୟୁରୁ ସୁରକ୍ଷା ଦେବା ଓ ଶରୀରକୁ ସୁସ୍ଥ ରଖିବାକୁ ପାଳନ କରାଯାଇଥାଏ। ପୌରାଣିକ ମତ ଅନୁସାରେ ଭଗବାନ କୃଷ୍ଣ କାର୍ତ୍ତିକ ମାସ କୃଷ୍ଣପକ୍ଷର ଚତୁର୍ଦ୍ଦଶି ତିଥିରେ ନରକାସୁରକୁ ବଧ କରି ଦେବତା ଓ ଋଷିଙ୍କୁ ତା’ର ଆତଙ୍କରୁ ମୁକ୍ତି ଦେଇଥିଲେ। ତେଣୁ ଏହିଦିନ କୃଷ୍ଣଙ୍କୁ ପୂଜା କରିବାର ବିଧି ମଧ୍ୟ ରହିଛି।


All Right Reserved By Dharitri.Com

ଭୟରେ ଆତ୍ମହତ୍ୟା କଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ସହାୟକ

ବେଙ୍ଗାଲୁରୁ,୧୨।୧୦: ବରିଷ୍ଠ କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କ ବ୍ୟକ୍ତିଗତ ସହାୟକ ରମେଶ ଆତ୍ମହତ୍ୟା କରିଛନ୍ତି। ଆୟକର ବିଭାଗ ଗତଦୁଇ ଦିନ ହେବ...

କମ୍ପାନୀ ଅଧିକାରୀ ଏବେ ସରକାରୀ ବାବୁ

ନୂଆଦିଲ୍ଲୀ,୧ା୯: ସାଧାରଣତଃ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଏବଂ ଆଇଆର୍‌ଏସ୍‌ ଅଫିସରମାନଙ୍କୁ କେନ୍ଦ୍ରରେ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଥାଏ। ଏହା ବ୍ୟତୀତ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)...

୪ ପର୍ବତାରୋହୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ବାୟୁସେନା

ପିଥୌରାଗଡ଼,୨।୬: ନନ୍ଦାଦେବୀ ଯାତ୍ରା ସମୟରେ ୪ ବିଦେଶୀ ପର୍ବତାରୋହୀ ଫସି ରହିଥିବା ବେଳେ ହେଲିକପ୍ଟର ଯୋଗେ ଭାରତୀୟ ବାୟୁ ସେନା ରବିବାର ସେମାନଙ୍କୁ ସୁରକ୍ଷିତ ଭାବେ...

ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୨: ସେଠାରେ ୭ ଦିନ ପର୍ଯ୍ୟନ୍ତ ଘୁରିବ

ଶ୍ରୀହରିକୋଟା,୨୧।୮: ଚନ୍ଦ୍ରୟାନ-୨ ବୁଧବାର ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଏହା ସେଠାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘୁରିବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା...

ପ୍ରତୀକ୍ଷାର ଅନ୍ତ: ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨

ବେଙ୍ଗାଲୁରୁ, ୧୨।୬: ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଘୋଷଣା କରାଯାଇଛି। ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର...

ଦୀପାବଳିରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର ହେବ ଧନ ପ୍ରାପ୍ତି…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ...

ଡିସେମ୍ବର ୧ ପୂର୍ବରୁ ସରକାର ଗଢିବ ଶିବସେନା: ସଞ୍ଜୟ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଏବେ ଶିବସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବାରେ ଲାଗିଛି। ତେବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି...

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର, ୨୧।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦର ୧୬ ଦିନ ପରେ ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଘଟଣାରେ...

Leave a comment

Your email address will not be published. Required fields are marked *