Posted inଜାତୀୟ

ଯୋଗୀଙ୍କୁ ଭେଟିଲେ କମଲେଶଙ୍କ ପରିବାର

ଲକ୍ଷ୍ନୌ,୨୦।୧୦: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କ ମା’ ସ୍ତ୍ରୀ ଓ ଭାଇ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି। ଏହି ସମୟରେ କମଲେଶଙ୍କ ସ୍ତ୍ରୀ କିରଣ ତିଓ୍ବାରୀ ହତ୍ୟାକାରୀଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଯୋଗୀଙ୍କୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ହିନ୍ଦୁବାଦୀ ନେତା କମଲେଶ ତିଓ୍ବାରୀ ହତ୍ୟା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶୁକ୍ରବାର କମଲେଶଙ୍କୁ ତାଙ୍କ ଲକ୍ଷ୍ନୌ ଘରେ ହତ୍ୟା କରାଯାଇଥିଲା। କମଲେଶଙ୍କ ସ୍ତ୍ରୀ ଦେଇଥିବା ଏତଲା ଆଧାରରେ ଉତ୍ତରପ୍ରଦେଶର ବିଜନୁର ଜିଲାରୁ ୨ ଜଣ ଓ ଗୁଜରାଟର ସୁରଟରୁ ତିନିଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ.ପି. ସିଂ ସୂଚନା ଦେଇଥିଲେ।


All Right Reserved By Dharitri.Com

ଭାରତୀୟ ନୌସେନାର ୨୧ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୪: କରୋନା ଭାଇରସ ସବୁଠି ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତୀୟ ନୌସେନା ବି ଏଥିରୁ ବର୍ତ୍ତି ପାରିନାହିଁ। ସୂଚନା ଅନୁଯାୟୀ, ଭାରତୀୟ...

ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଭିସି କାର୍ଯ୍ୟାଳୟ ଘେରାଓ କଲେ ଛାତ୍ର

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିର ଛାତ୍ରମାନେ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି। କୁଳପତି ନଜମା ଅଖତରଙ୍କ କାର୍ଯ୍ୟାଳୟ ବାହାରେ ଛାତ୍ରମାନେ ବିକ୍ଷୋଭ...

କରୋନା ଭୟ: ବନ୍ଦ ହେଲା ନୌସମରାଭ୍ୟାସ

ନୂଆଦିଲ୍ଲୀ,୪ା୩: କରୋନା ସଂକ୍ରମଣ ଭୟରେ ନୌସେନା ଏହାର ସର୍ବବୃହତ ସମରାଭ୍ୟାସ ‘ମିଲନ’କୁ ସ୍ଥଗିତ ରଖିଛି। ମାର୍ଚ୍ଚ ୧୮ରୁ ୨୮ ପର୍ଯ୍ୟନ୍ତ ବିଶାଖାପାଟଣାରେ ଏହି ସମରାଭ୍ୟାସ ଅନୁଷ୍ଠିତ...

ତେଜିଲା ଲକ୍‌ଡାଉନ୍‌ ରାଜନୀତି

ନୂଆଦିଲ୍ଲୀ,୩ା୪(ପି.ଟି.): ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଗୁରୁବାର ନବମ...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

୧୧ରେ ଦିଲ୍ଲୀ ଦଙ୍ଗା ଆଲୋଚନା

ନୂଆଦିଲ୍ଲୀ,୭ା୩: ହୋଲି ପରେ ମାର୍ଚ୍ଚ ୧୧ରେ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ପାର୍ଲାମେଣ୍ଟ ଆଲୋଚନାରେ ସ୍ଥାନ ପାଇବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗତ ସପ୍ତାହର ଦଙ୍ଗା...

ଅରୁଣାଚଳରେ ଉଗ୍ରପନ୍ଥୀ ଆକ୍ରମଣ: ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା

ଇଟାନଗର,୨୨ା୫(ପି.ଟି./ଆଇଏନ୍‌ଏସ୍‌): ଅରୁଣାଚଳ ପ୍ରଦେଶରେ ନାଗା ଉଗ୍ରପନ୍ଥୀମାନେ ମଙ୍ଗଳବାର ଜଣେ ବିଧାୟକଙ୍କ ସମେତ ୧୧ ଜଣଙ୍କୁ ହତ୍ୟା କରିଛନ୍ତି। ବିଧାୟକ ତଥା ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)...

ଗେହଲଟଙ୍କୁ ହଟାଇବା ପାଇଁ କଂଗ୍ରେସ ବିଧାୟକଙ୍କ ଦାବି

ଜୟପୁର,୬ା୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ହଟାଇ ସଚିନ୍‌ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କଂଗ୍ରେସ ବିଧାୟକ ପୃଥ୍ବୀରାଜ ମୀନା ଦାବି କରିଛନ୍ତି। ସାଧାରଣ ନିର୍ବାଚନରେ...

Leave a comment

Your email address will not be published. Required fields are marked *