ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି ଯୋଗ ଦେଇଥିବା ଜଣାପଡିଛି। ଆଉ ସେହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେସବୁ ଫଟୋର ବିଶେଷତ୍ୱ ହେଉଛି ଫଟୋ ଗୁଡିକ ସେଲ୍‌ଫି। ବିଶ୍ୱ ଦରବାରରେ ଟାଣୁଆ ନେତା ଭାବେ ମୋଦିଙ୍କ ବେଶ୍‌ ନାଁ ଥିବା ବେଳେ ତାଙ୍କ ସହ ବଲିଉଡ୍‌ ଷ୍ଟାରମାନେ ସେଲ୍‌ଫି ନେବାକୁ ଯେମିତି ବ୍ୟଗ୍ର ଥିବା ଦେଖାଯାଇଛି। ଏହି ଫଟୋ ଗୁଡିକ ଦେଖିବା ପରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ମୋଦିଙ୍କ ସହ ସେଲ୍‌ଫି ନେବାବେଳେ ବେଶ୍‌ ଉତ୍ସାହିତ ଥିବା ଦେଖାଯାଇଛନ୍ତି। ଧଳା ରଙ୍ଗର ଶାଢି ସହ ପାରମ୍ପରିକ ଲୁକ୍‌ରେ ବେଶ୍‌ ସୁନ୍ଦର ଲାଗୁଥିଲେ ଜ୍ୟାକଲିନ।

         

କେବଳ ଜ୍ୟାକଲିନ ନୁହେଁ ‘ଦେ ଦେ ପ୍ୟାର ଦେ’ ଫେମ୍‌ ରକୁଲ ପ୍ରିତ, ଏକତା କପୁର, କଙ୍ଗନା ରାନାଓ୍ବତଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତିତ ଶାହାରୁଖ ଖାଁ, ଆମିର ଖାଁ, କପିଲ ଶର୍ମା ମଧ୍ୟ ମୋଦିଙ୍କ ସହ ବେଶ୍‌ ଉତ୍ସାହିତ ଢଙ୍ଗରେ ସେଲ୍‌ଫି ନେଉଥିବା ଦେଖାଯାଇଛି।


All Right Reserved By Dharitri.Com

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ...

ନିଜ ଚାମ୍ବରରୁ ଏସି ହଟାଇ ଡାକ୍ତରଖାନାକୁ ଦେଲେ ଜିଲାପାଳ

ଭୋପାଳ, ୭।୬: ସାରା ଦେଶରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ବି ଏହି ଅସହ୍ୟ ତାତିରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ପ୍ରଚଣ୍ଡ...

ଭାଜପା ଏମ୍‌ପିଙ୍କ ପୁଅ ଅନଲାଇନରେ ମୋବାଇଲ୍‌ ମଗାଇଲେ, ଆସିଲା ପଥର

ମାଲଦା,୩୦।୧୦: ଅନଲାଇନ ଶପିଂ ଭାରତରେ ଧୀରେ ଧୀରେ ଲୋକପ୍ରିୟତା ଅର୍ଜନ କରିଛି। ଉତ୍ସବ ଦିନରେ କମ୍ପାନୀଗୁଡିକ ଲୋକଙ୍କୁ ଲୋଭନୀୟ ଅଫର୍‌ ଦେଇ ନିଜ ଆଡକୁ ଆକୃଷ୍ଟ...

ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା: ଉପତ୍ୟକା ଓ ଲଦାଖର ବିକାଶରେ ସହାୟକ ହୁଅନ୍ତୁ

ନୂଆଦିଲ୍ଲୀ,୮।୮(ପି.ଟି./ଆଇଏଏନ୍‌ଏସ୍‌)- ଜମ୍ମୁ-କଶ୍ମୀରରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉପତ୍ୟକାବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ତ କରି ନିଜ ନିଜ ପ୍ରତିନିଧି ବାଛିବାର ସୁଯୋଗ ପାଇବେ ବୋଲି...

ରାତିରେ ପଲଟିଗଲା ବାଜି: ଫଡ୍‌ନବିସ ମୁଖ୍ୟମନ୍ତ୍ରୀ, ଅଜିତ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ା୧୧: ହିସାବ ସରିଥିଲା… ଭାଗବଣ୍ଟା ଛିଣ୍ଡିଥିଲା ଶିବସେନା, ଏନ୍‌ସିପି ଓ କଂଗ୍ରେସ ମଧ୍ୟରେ। ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ବିଧାୟକଙ୍କ ସମର୍ଥନପତ୍ର ଧରି...

ବିବାଦରେ ଗାୟିକା ହାର୍ଡ କୌର

ମୁମ୍ବାଇ: ବିବାଦରେ ଗାୟିକା ହାର୍ଡ କୌର। ନିଜର ଇନଷ୍ଟା ଆକାଉଣ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ, ଉତ୍ତରପ୍ରଦେଶ...

ଆନ୍ଧ୍ର ପ୍ରଦେଶର ନୂଆ ଶିକ୍ଷାନୀତି ଆଣିପାରେ ପରିବର୍ତ୍ତନ

ବିଜୟଓ୍ବାଡା,୧୨।୧୧: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌ ଜଗନମୋହନ ରେଡ୍ଡୀ କିଛିଦିନ ପୂର୍ବରୁ ଘୋଷଣା କରିଥିଲେ କି ଯେଉଁ ଗରିବ ମା’ମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ପଠାଉଛନ୍ତି...

ଏଏନ୍‌-୩୨ବିମାନ ଦୁର୍ଘଟଣା: ଏବେବି ଫସି ରହିଛନ୍ତି ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୯।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ହେବା ପରେ ଏଥିରେ ଥିବା ୧୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ୯ ଦିନ ପରେ ଦୁର୍ଘଟଣାଗ୍ରସ୍ତ...

Leave a comment

Your email address will not be published. Required fields are marked *