Posted inଜାତୀୟ

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ ଉଦ୍ୟମ ହେଉଥିଲା ବେଳେ ଏହାକୁ ଭାରତୀୟ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ମୋର୍ଟାର ଶେଲିଂ ମାଡ଼ ହୋଇଥିଲା। ଏଥିରେ ୨ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିବାବେଳେ ଜଣେ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ସାଧାରଣ ଲୋକ ମଧ୍ୟ ଆହତ ହୋଇଥିଲେ। ଏହାର ପାଲଟା ଜବାବରେ ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଭାରତୀୟ ସେନା ପିଓକେରେ ଥିବା ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଗୁଳିଗୋଳା ମାଡ଼ କରିଛନ୍ତି। ଏଥିରେ ଶିବିରଗୁଡ଼ିକ ଧ୍ୱଂସ ହୋଇ ଯାଇଥିବା କୁହାଯାଉଛି।


All Right Reserved By Dharitri.Com

ପାଣି ବିଲ ଛାଡ଼ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀବାସୀଙ୍କ ପାଇଁ ପୁଣି ଥରେ ଏକ ବଡ଼ ଉପହାର ଘୋଷଣା କରାଯାଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି।...

ଗ୍ରୀଷ୍ମ ଯୋଗୁ ରାଜଧାନୀରେ ବଢିଲା ସ୍କୁଲ ଛୁଟିର ଅବଧି

ନୂଆଦିଲ୍ଲୀ,୩୦।୬: ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ କମି ନ ଥିବାରୁ ଏଠାକାର ସରକାରୀ ଓ ବେସରକାରୀ ସ୍କୁଲର ଖରାଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମରୁ...

୨୩ ବର୍ଷର ଗବେଷଣା ହେଲା ସଫଳ: ଏବେ ଭେଣ୍ଡିର ରଙ୍ଗ ହେବ ଲାଲ୍‌

ବାରାଣାସୀ,୨୧।୯: ଭାରତୀୟ ପନିପରିବା ଗବେଷଣା ସଂସ୍ଥାନର ଦୀର୍ଘ ୨୩ ବର୍ଷର ଗବେଷଣା ଶେଷରେ ସଫଳ ହୋଇଛି। ବାରାଣାସୀ ସ୍ଥିତ ଏହି ସଂସ୍ଥାନ ଏବେ ‘କାଶୀ ଲାଲିମା’...

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ମାସ ଜେଲ୍‌

ନୂଆଦିଲ୍ଲୀ,୧୮।୧୦:ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି...

ହିନ୍ଦୁ କରୁଛନ୍ତି ମସଜିଦ୍‌ର ରକ୍ଷାଣବେକ୍ଷଣ

ପାଟନା,୮।୯: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ବିହାର ନାଳନ୍ଦା ଜିଲାର ମାଡ଼ି ଗାଁ ସାମ୍ପ୍ରଦାୟିକ ସଦ୍‌ଭାବର ଏକ ନିଆରା ଉଦାହରଣ...

୩ବର୍ଷ ପୂର୍ବରୁ ଘରୁ ପଳାଇ ଯାଇଥିବା ସ୍ବାମୀଙ୍କୁ ଧରାଇଲା ଟିକ୍‌ଟକ୍‌

ଚେନ୍ନାଇ,୪।୭: ତାମିଲନାଡୁର ବିଲ୍ଲୁପୁରମ ଜିଲାରେ ରହୁଥିବା ୨ଟି ସନ୍ତାନର ଜନନୀ ଜୟାପ୍ରଦାଙ୍କ ସ୍ବାମୀ ଗତ ପ୍ରାୟ ୩ ବର୍ଷ ହେବ ଘରୁ କେଉଁଆଡେ ଚାଲି ଯାଇଥିଲେ।...

ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଜନା

ନୂଆଦିଲ୍ଲୀ,୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ପାକିସ୍ତାନ ପରେ ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ...

ଦିଲ୍ଲୀ ନିର୍ବାଚନ: କେଜରିଓ୍ବାଲଙ୍କ ଟକ୍କର ଦେଉଥିବା ସ୍ବାମିଜୀଙ୍କ ପାଖରେ ଅଛି ମାତ୍ର ୯ ଟଙ୍କା

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାକୁ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ହଟାଇବା ପାଇଁ ଉଭୟ ଭାଜପା ଏବଂ କଂଗ୍ରେସ ଯୋଜନା କରୁଛନ୍ତି।...

Leave a comment

Your email address will not be published. Required fields are marked *