ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଅଫିସ,୨୦ା୧୦: କିଛି ଦିନର ବ୍ୟବଧାନ ପରେ ପୁରୀରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ସକାଳେ ମାର୍କେଟ ଛକସ୍ଥିତ ମ୍ୟୁନିସିପାଲିଟି ମାର୍କେଟ କମ୍ଲେକ୍ସକୁ ଉଚ୍ଛେଦ କରାଯାଉଛି। ଏହି ମାର୍କେଟ କମ୍ଲେକ୍ସ ଅସୁରକ୍ଷିତ ହୋଇପଡ଼ିଥିବା ନେଇ ପୌରସଂସ୍ଥା ପକ୍ଷରୁ ବ୍ୟବସାୟୀମାନଙ୍କୁ ନୋଟିସ ଜାରି ହୋଇଥିଲା। ଏହି ନୋଟିସ ପାଇବା ପରେ ବ୍ୟବସାୟୀମାନେ ସେମାନଙ୍କର ଦୋକାନ ଘର ଖାଲି କରିବା ସହ ଝରକା, କବାଟ, ଶଟର, ଆଜବେଷ୍ଟସ୍‌ ଆଦି ଖୋଲି ନେଇଥିଲେ। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।
ସୂଚନାଯୋଗ୍ୟ, ଏହି ମାର୍କେଟ କମ୍ଲେକ୍ସରେ ମୋଟ ୧୬୭ଟି ଦୋକାନ ରହିଛି। ଏହା ଅସୁରକ୍ଷିତ ହୋଇଯାଇଥିବା ଯୋଗୁ ଏହାକୁ ଭଙ୍ଗାଯାଇ ନୂଆ ମାର୍କେଟ କମ୍ଲେକ୍ସ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ସ୍କର୍ପିଓ ସହ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ତାର ଜବତ: ୪ ଅଭିଯୁକ୍ତ ଅଟକ

ରୂପ୍‌ସା, ୨୩।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୩୩କେଭି ବିଦ୍ୟୁତ୍‌ ଲାଇନ୍‌ରୁ ପ୍ରାୟ ୩୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବିଦ୍ୟୁତ୍‌...

ବାପଛେଉଣ୍ଡ ୪ ଶିଶୁ ଅସହାୟ

ତେଲକୋଇ, ୬।୧(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମୋଦର ଗୌଣି ମୁଣ୍ଡା ସାହିରେ ୪ଜଣ ଅନାଥ ଶିଶୁ ରହୁଛନ୍ତି। ବାପା ମରିବା ପରେ ସେମାନଙ୍କ ମା’...

୧୫ରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ନାହିଁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି ହୋଇ ନାହିଁ। ରାଜ୍ୟକୁ ମୌସୁମୀ...

ପେନସନ ଦାନ କଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୨୫।୩(ସ୍ବ.ପ୍ର.)- କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମାସକର ପେନସନ ଦାନ କରିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା।...

ପୋଲିସ, ଅବକାରୀ ବିଭାଗ ଚଢାଉ: ଗଞ୍ଜେଇ ଗଛ ନଷ୍ଟ

ମୋହନା,୨୩ା୧୧(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ଥାନା ପକ୍ଷରୁ ଶନିବାର ଏସ୍‌ପି ସାରା ଶର୍ମା ଓ ଜିଲାପାଳ ଅନୁପମ ଶାହଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ବାରିଆବନ୍ଧ ନିକଟସ୍ଥ...

ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ, କାର ଜବତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଏକ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଫୋନ ପେ ଆପ୍‌ ମାଧ୍ୟମରେ ଟଙ୍କା ଗାଏବ ଘଟଣାର...

କଣାସରେ ୭୦ ଦିନ ଧରି ଡାକ ସେବା ଅଚଳ

କଣାସ, ୧୨।୭(ସ୍ବ.ପ୍ର.): କଣାସ ମୁଖ୍ୟ ପୋଷ୍ଟଅଫିସ୍‌ ୭୦ଦିନ ଧରି ଅଚଳ ହୋଇ ପଡିଛି। ଫଳରେ ପୋଷ୍ଟଅଫିସ୍‌ରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ରେଜେଷ୍ଟ୍ରି ଚିଠି,...

ଭେଡେନ୍‌ ଗଣବଳାତ୍କାର, ହତ୍ୟା ମାମଲା: ମାନବିକ ଅଧିକାର ଉଲ୍ଲଂଘନ କରିଛି ପୋଲିସ: ଓଏଚ୍‌ଆର୍‌ସି

କଟକ ଅଫିସ, ୨୬।୯: ବରଗଡ ଜିଲା ଭେଡେନ୍‌ ଥାନା ଅଞ୍ଚଳରେ ଘଟିଥିବା ତିନି ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ରାଜ୍ୟ...

Leave a comment

Your email address will not be published. Required fields are marked *