ଭଦ୍ରକ ଜିଲା ଚିଠି: ସ୍ମାର୍ଟସିଟି ଭେଳିକି

ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ ପଦକ୍ଷେପ ସ୍ବରୂପ ସହରର ମହତାବ ଛକଠାରୁ ଡାହାଣୀଗଡ଼ିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ଜବରଦଖଲମୁକ୍ତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତ ଜୁଲାଇ ମାସରେ ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱକୁ ଜେସିବି ଲଗାଇ ଜବରଦଖଲମୁକ୍ତ କରାଯାଇଥିଲା। ପରେ ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାଖରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ସ୍ମାର୍ଟସିଟିକୁ ବ୍ୟବସାୟୀମାନେ ସ୍ବାଗତ କରି ନିଜ ଆଡୁ ଦୋକାନ ଭାଙ୍ଗି ଉଠାଇ ନେଇଥିଲେ। ସବୁ ସ୍ତରରୁ ପ୍ରଶାସନକୁ ମିଳିଥିଲା ସହଯୋଗ। ଏବେ ଶତାଧିକ ଦୋକାନୀ ନିଜର ଜୀବିକା ହରାଇ ବସିଛନ୍ତି। ସହର ଭିତ୍ତିଭୂମିର ବିକାଶ ଯୋଜନା ଧିମେଇ ଯାଇଥିବାରୁ ଏ ନେଇ ସାଧାରଣରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। କେହି କେହି ଏହାକୁ ସ୍ମାର୍ଟସିଟି ଭେଳିକି ବୋଲି କହୁଛନ୍ତି। ଅନ୍ୟପକ୍ଷେ ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ କରାଯିବା ପ୍ରତିଶ୍ରୁତି କଥାରେ ସୀମିତ ରହିଛି। ଭୌଗୋଳିକ ଦୃଷ୍ଟିରୁ ଦେଖିଲେ ଭଦ୍ରକ ପୌରାଞ୍ଚଳ ସମେତ ଆଖପାଖ ଅଞ୍ଚଳ ଅନୁନ୍ନତ ଅବହେଳିତ । ସହର ମଧ୍ୟଭାଗ ଦେଇ ପ୍ରବାହିତ ସାଳନ୍ଦୀ ନଦୀ ପ୍ରଦୂଷିତ ହେବା ସହ କେତେକ ସ୍ଥାନରେ ପୋତିହୋଇ ପଡ଼ିଛି। ସହରର ରାସ୍ତାଘାଟ ଓ ବସ୍ତି ଅଞ୍ଚଳର ଭିତ୍ତିଭୂମି ବିକାଶ ବିନା ସ୍ମାର୍ଟସିଟି ପରିକଳ୍ପନା ଅଧୁରା ହୋଇ ରହିଯିବ। ପ୍ରଶାସନ ଭିତ୍ତିଭୂମି ସଜାଡ଼ିବା ଉଦ୍ୟମ ଆରମ୍ଭ କରି କାହିଁକି ନୀରବି ଯାଇଛି ଜଣାପଡୁ ନାହିଁ। ପ୍ରାଥମିକ ଅବସ୍ଥାରେ ରାଜନୈତିକ ସ୍ତରରେ ଯେଭଳି ତତ୍ପରତା ପ୍ରକାଶ ପାଇଥିଲା ତାହା ଆଉ ଦେଖିବାକୁ ମିଳୁ ନାହିଁ। ଗତ ୪ ମାସ ମଧ୍ୟରେ ରାସ୍ତାର ଗୋଟିଏ ପାଖ ଡ୍ରେନ୍‌ ନିର୍ମାଣ(ମାତ୍ର ଶହେ ମିଟର) କାର୍ଯ୍ୟ ଏଯାଏ ସରିପାରି ନାହିଁ। ଉଚ୍ଛେଦ ହୋଇଥିତ୍ବା ଜାଗାକୁ ଏବେ ଅନ୍ୟ ଉଠାଦୋକାନୀମାନେ ମାଡ଼ି ବସିଛନ୍ତି। ରାସ୍ତାପାର୍ଶ୍ୱ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ନେଇ ପ୍ରଶାସନ ସମାଲୋଚନା ଘେରକୁ ଆସିଛି। ଟ୍ରାଫିକ ଛକଠାରୁ ଘୋଷରା ନାଳ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱ ଉଚ୍ଛେଦ କରାଯାଇ ଅନ୍ୟ ପାର୍ଶ୍ୱକୁ ବାଦ୍‌ ଦିଆଯିବା ପଛରେ କ’ଣ କାରଣ ରହିଛି ତାହାର ଉତ୍ତର କାହାଠାରୁ ମିଳୁ ନାହିଁ। ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଜବରଦଖଲ ଉଚ୍ଛେଦ ଲାଗି ପ୍ରଶାସନର ପଛଘୁଞ୍ଚା ସହରକୁ ସ୍ମାର୍ଟସିଟି କରିବା ପରିକଳ୍ପନାରେ ବାଧକ ସାଜିଥିବା ସଚେତନ ନାଗରିକମାନେ କହୁଛନ୍ତି। ପୂର୍ବରୁ ସହରର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ସୁଧାରିବା ଲାଗି ନିଆଯାଇଥିବା ପଦକ୍ଷେପ ଫସର ଫାଟି ଥିବାରୁ ଏବେକାର ସ୍ମାର୍ଟସିଟି ପରିକଳ୍ପନା ଅଧୁରା ରହିଯିବ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି।
– ବିଭୁପ୍ରସାଦ ବେହେରା


All Right Reserved By Dharitri.Com

୬ ଫୁଟ ଲମ୍ବର ବୋଡ଼ା ଉଦ୍ଧାର

ଠାକୁରମୁଣ୍ଡା,୧୮ା୯(ଡି.ଏନ୍‌.ଏ.)- ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ୬ ଫୁଟ ଲମ୍ବର ବୋଡା ସାପ ଉଦ୍ଧାର ହୋଇଛି। ଗ୍ରାମର ଗଙ୍ଗାଧର ମହାନ୍ତଙ୍କ...

ଚୋରି ସାମଗ୍ରୀ କ୍ରୟ ଘଟଣା: ୨ କ୍ରେତା କୋର୍ଟ ଚାଲାଣ

ବିଜେପୁର,୧୯।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ପୋଲିସ ଏକ ଚୋରି ରାକେଟ ଠାବ କରି ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ବୁଧବାର କୋର୍ଟ ଚାଲାଣ କରିଥିଲା। ତେବେ...

ପଞ୍ଚାୟତ ସଭା ଚାଲିଥିବା ବେଳେ ତଡ଼ା ଖାଇଲେ ସରପଞ୍ଚଙ୍କ ସ୍ବାମୀ

ଆନନ୍ଦପୁର,୩୦।୫: ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସଭା ଚାଲିଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ତଡ଼ା ଖାଇବାକୁ ପଡ଼ିଛି। ସୂଚନାଯୋଗ୍ୟ,...

ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ...

ବଢ଼ୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା: ବର୍ଷକରେ ଗଲାଣି ୬ ଜୀବନ

ବଅଁରପାଳ, ୩୦।୧୨ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ବଳରାମପ୍ରସାଦ ବଡ଼ତଇଳା ସାହିରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ଷକ ମଧ୍ୟରେ ୬ ଜଣଙ୍କ...

ସ୍ତ୍ରୀଙ୍କୁ ବାଡ଼େଇ ହତ୍ୟା ଘଟଣା: ଅଭିଯୁକ୍ତ ସ୍ବାମୀଙ୍କୁ ୧୦ବର୍ଷ ଜେଲ

ଯାଜପୁର ରୋଡ, ୨।୮(ନି.ପ୍ର.): ୨୦୧୫ ମସିହାରେ ଯାଜପୁର ରୋଡ ଥାନା ଅନ୍ତର୍ଗତ ଦାନଗଦି ନୂଆଗାଁ ଗ୍ରାମର କୁନା ସିଂ ସ୍ତ୍ରୀ ରଜନୀ ମୁଣ୍ଡାଙ୍କୁ ବାଡେଇ ହତ୍ୟା...

ତପ୍ତପାଣି ଘାଟିରେ ବସ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ମଧ୍ୟରେ ରାୟଗଡ଼ାର ୩

ରାୟଗଡ଼ା ଅଫିସ,୨୯।୧: ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ...

ଇକୋ ଭିଲେଜ ପାଇଁ ସଜେଇହେଲା ମୁଦୁଲିଗାଡ଼ିଆ :ଗାଁରେ ରହି ମଜ୍ଜା ଉଠାଇବେ ପର୍ଯ୍ୟଟକ

ଗଣିଆ,୩ା୧୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଅନ୍ତର୍ଗତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳର ମୁଦୁଲିଗାଡିଆ ଗ୍ରାମକୁ ବନ୍ୟପ୍ରାଣୀ ବନ ବିଭାଗ ଦ୍ୱାରା ଇକୋ ଭିଲେଜରେ ପରିଣତ...

Leave a comment

Your email address will not be published. Required fields are marked *