ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଝଟକା: ବିଳମ୍ବିତ ହେବ ବ୍ରେକ୍‌ଜିଟ

ଲଣ୍ଡନ,୨୦ା୧୦(ଏଏଫ୍‌ପି): ବ୍ରିଟେନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ପୁଣିଥରେ ଝଟକା ଲାଗିଛି। ବ୍ରେକ୍‌ଜିଟ ଚୁକ୍ତିନାମା ସମ୍ପର୍କିତ ନିଷ୍ପତ୍ତି ବିଳମ୍ବ କରିବା ସପକ୍ଷରେ ଏମ୍‌ପିମାନେ ଭୋଟ ଦେଇଛନ୍ତି। ଅକ୍ଟୋବର ୩୧ରେ ବ୍ରିଟେନ ୟୁରୋପୀୟ ସଂଘ (ଇୟୁ)ରୁ ବାହାରିଯିବା ଲାଗି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲାବେଳେ ଚୁକ୍ତିନାମାକୁ ଅନୁଧ୍ୟାନ କରିବା ଲାଗି ସମୟ ଆବଶ୍ୟକ ବୋଲି ଏମ୍‌ପିମାନେ ଯୁକ୍ତି ବାଢ଼ିଥିଲେ। ଚୁକ୍ତିନାମାରେ ସଂଶୋଧନକୁ ଆଇନ ପ୍ରଣେତାମାନେ ସମର୍ଥନ କରିଥିଲେ। ଫଳରେ ବ୍ରେକ୍‌ଜିଟ ସମୟସୀମା ଆସନ୍ତାବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ବଢ଼ାଇବା ଲାଗି ଇୟୁକୁ ଅନୁରୋଧ କରିବାକୁ ପଡିବ। ଏମ୍‌ପିମାନେ ବିରୋଧରେ ଭୋଟଦେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଜନ୍‌ସନ ଅକ୍ଟୋବର ୩୧ରେ ବ୍ରେକ୍‌ଜିଟ ଚୂଡ଼ାନ୍ତ କରିବା ନିଷ୍ପତ୍ତିରେ ଅଟଳ ରହିଛନ୍ତି। ବ୍ରେକ୍‌ଜିଟ ବିଳମ୍ବ ନେଇ ସେ ଇୟୁ ସହ ବୁଝାମଣା କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ପୂର୍ବତନ କଞ୍ଜରଭେଟିଭ୍‌ ମନ୍ତ୍ରୀ ଓଲିଭର ଲେଟ୍‌ଓ୍ବିନ ଆଣିଥିବା ସଂଶୋଧନ ପ୍ରସ୍ତାବ ସପକ୍ଷରେ ୩୨୨ ସଦସ୍ୟଙ୍କ ମଧ୍ୟରୁ ୩୦୬ ଜଣ ଭୋଟ ଦେଇଥିଲେ।


All Right Reserved By Dharitri.Com

ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର...

ଚିନ୍ତା ବଢ଼ାଉଛି ମାନସିକ ସ୍ବାସ୍ଥ୍ୟ ସମସ୍ୟା

ପ୍ରତିବର୍ଷ ୧୦ ଅକ୍ଟୋବରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଉଛି। ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରଥମଥର ୧୯୯୨ରେ ଏହି ଦିବସ...

ଚାଇନାରେ ସୁସ୍ଥ ହୋଇଛନ୍ତି ୮୯ ପ୍ରତିଶତ କରୋନା ସଂକ୍ରମିତ ରୋଗୀ

ବେଜିଂ,୨୩।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ପ୍ରାୟ ୧୮୮ ଦେଶକୁ ବ୍ୟାପି ସାରିଲାଣି। ଚାଇନାରେ ଏହା ପ୍ରାୟ ୩ ହଜାର ୫ଶହ ମୁଣ୍ଡ...

ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ

ବ୍ୟାଙ୍କକ୍‌,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ...

ବାଜଓ୍ବାଙ୍କୁ ଝଟ୍‌କା: କାର୍ଯ୍ୟକାଳ ବୃଦ୍ଧିରେ ବାଧା ଦେଲେ ପାକିସ୍ତାନ ସୁପ୍ରିମ୍‌କୋର୍ଟ

ଇସଲାମାବାଦ୍‌,୨୬।୧୧: ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କମର ଜାବେଦ୍‌ ବାଜଓ୍ବାଙ୍କୁ ମଙ୍ଗଳବାର ପାକିସ୍ତାନ ସୁପ୍ରିମ୍‌କୋର୍ଟ ରାୟ ନେଇ ବଡ଼ ଝଟ୍‌କା ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍‌...

ନାଗରିକତା ସଂଶୋଧନ ଆଇନ ନେଇ ମୁହଁ ଖୋଲିଲା ଆମେରିକା: ଅଳ୍ପସଂଖ୍ୟକଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ଭାରତ ସରକାର

ଓ୍ବାଶିଂଟନ,୧୭।୧୨: ନାଗରିକତା ସଂଶୋଧନ ଆଇନ ନେଇ ଦେଶରେ ହିଂସା ଦେଖାଦେଇଛି। ଏନେଇ ଏବେ ଆମେରିକା ମୁହଁ ଖୋଲିଛି। ଆମେରିକା ଏବଂ ଭାରତ ସବୁବେଳେ ଧାର୍ମିକ ସ୍ବତନ୍ତ୍ରତାକୁ...

ଭୁଲ୍‌ରେ ବିମାନର ଇର୍ମଜେନ୍ସି ଡୋର୍‌ ଖୋଲିଲେ ଯାତ୍ରୀ

ଇସଲାମାବାଦ୍‌,୯।୬: ପାକିସ୍ତାନ ଏୟାର ଲାଇନ୍ସର ଜଣେ ଯାତ୍ରୀଙ୍କ ଯୋଗୁ ବିମାନ ଉଡାଣରେ ୭ ଘଣ୍ଟା ବିଳମ୍ବ ହୋଇଛି। ବ୍ରିଟେନ୍‌ର ମାଞ୍ଚେଷ୍ଟରରୁ ଇସଲାମାବାଦ୍‌ ଉଡାଣ କରୁଥିବା ବିମାନ...

ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସର ପ୍ରସ୍ତୁତି

କାଠମାଣ୍ଡୁ,୧୬।୬: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଆସନ୍ତା ୨୧ ତାରିଖରେ ପାଳନ କରାଯିବ ଏହି ୫ମ ଅନ୍ତରାଷ୍ଟ୍ରୀୟ ଯୋଗ...

Leave a comment

Your email address will not be published. Required fields are marked *