ପୋଲିସ ହାତରେ ମହିଳା ଦଲାଲ :ବିଜୁ ପକ୍କା ଘର ଓ ଋଣ କରାଇଦେବା କହି ଠକୁଥିଲେ

ନୟାଗଡ଼ ଅଫିସ,୨୦ା୧୦: ଜିଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କୁ ଠକୁଥିବା ଜଣେ ମହିଳା ଦଲାଲ୍‌ଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଇଟାମାଟି ଥାନା ବାଲିକୁଦା ଗ୍ରାମର ବାସନ୍ତୀ ଘଡ଼େଇ (୫୪)। ଥାନାରୁ ମିଳିଥିବା ସୂଚନା ଅନୁସାରେ ବାସନ୍ତୀ ଓଡ଼ଗାଁ ଥାନା ଗୁମୀ ଗ୍ରାମର ରୁନୁ ଡାକୁଆଙ୍କ ନାମରେ ବିଜୁ ପକ୍କା ଘର, ରାଶନ କାର୍ଡ଼ ଓ ୬ ଲକ୍ଷ ଟଙ୍କାର କାଜୁ ଋଣ କରାଇଦେବା ପାଇଁ ତାଙ୍କଠାରୁ କିଛି ମାସ ତଳେ ୩୦ ହଜାର ଟଙ୍କା ଆଣିଥିଲେ। କୌଣସି ସହାୟତା ନ ମିଳିବାରୁ ରୁନୁ ଟଙ୍କା ମାଗିବାରୁ ବାସନ୍ତୀ ତାଙ୍କୁ ଧମକାଇଥିଲେ। ଏ ନେଇ ରୁନୁ ଜିଲାପାଳ ଓ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ବାସନ୍ତୀଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ଗିରଫ କରିଥିଲା। ଏ ନେଇ ଥାନାରେ ଏକ ମାମଲା (ନଂ.୧୫୦/୧୯) ରୁଜୁ କରାଯାଇ ବାସନ୍ତୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ମଧ୍ୟ ବାସନ୍ତୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କଠାରୁ ବିଭିନ୍ନ ଯୋଜନାରେ ସାମିଲ କରାଇଦେବା ପାଇଁ ଟଙ୍କା ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଜିଲାପାଳଙ୍କଠାରେ ଅଭିଯୋଗ କରିବା ପରେ ପୋଲିସ ଉପସ୍ଥିତିରେ ବାସନ୍ତୀ ତାଙ୍କ ଟଙ୍କା ଫେରାଇଥିଲେ। ସୂଚନାଯୋଗ୍ୟ ୨୯ ସେପ୍ଟେମ୍ବରରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ସଦର ଥାନା ପଦମପୁର ଗ୍ରାମର ମୃତ୍ୟୁଞ୍ଜୟ ପରିଡ଼ା ଓରଫ ନୀଳଙ୍କୁ ଟାଉନ ପୋଲିସ ଗିରଫ କରିଥିଲା। ନୀଳ ଜଣେ ରୋଗୀଙ୍କୁ ବାହାରେ ଡାକ୍ତର ଦେଖାଇଦେବା ପାଇଁ ୫୦୦ ଟଙ୍କା ନେଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ।


All Right Reserved By Dharitri.Com

ବରିଷ୍ଠ ଅଫିସରସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଫିସରସ୍ତରରେ ଗୁରୁବାର ଅଦଳବଦଳ କରାଯାଇଛି। ୧୯୮୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ...

ଗୋତି ଶ୍ରମିକ ମୁକ୍ତି ମାମଲା: ସଂଶୋଧିତ ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ

କଟକ ଅଫିସ,୨୨ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳର ୧୪ ଜଣ ଗୋତି ଶ୍ରମିକଙ୍କ ମୁକ୍ତି ପାଇଁ ଆଣ୍ଟି ସ୍ଲାଭେରୀ ଇଣ୍ଡିଆ ସଂସ୍ଥାର ମୁଖ୍ୟ ତଥା ମାନବାଧିକାର...

ବିଧାନସଭା ନୂଆ ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ଗୁରୁବାର ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନୂଆ ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପବାଚସ୍ପତି...

ନୂଆରୂପ ନେବ ଅସୁରଖୋଲ ଜଳପ୍ରପାତ : ସ୍ଥିତି ଅନୁଧ୍ୟାନ କରି ଫେରିଲେ ବିଭାଗୀୟ ଅଧିକାରୀ

କେନ୍ଦୁଝର,୨।୧୧(ସ୍ବ.ପ୍ର.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ନିକଟସ୍ଥ କୁଡ଼ିଆଘରା ଜଙ୍ଗଲରେ ଥିବା ମନୋରମ ଜଳପ୍ରପାତ ଅସୁରଖୋଲ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଏହାକୁ ପର୍ଯ୍ୟଟନ...

ବିଶାଖାପାଟଣାରୁ ସୁବେଦାରଗଞ୍ଜ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ (୦୮୫୨୭-୦୮୫୨୮)ବିଶାଖାପାଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ବିଶାଖାପାଟଣାରୁ ଏହି ଟ୍ରେନ ଭାୟା ବିଜୟନଗରମ, ଭୁବନେଶ୍ୱର, ଭଦ୍ରକ ଓ...

ଗ୍ରାହକଙ୍କ ବିଶ୍ୱାସ ଭରଷାର ଅନ୍ୟନାମ;ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ

ଯେକୌଣସି ବାଣିଜ୍ୟ ଲାଗି ଗ୍ରାହକଙ୍କ ରେସ୍‌ପନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଗ୍ରାହକ ଆଦୃତି ଲାଭ ଦ୍ୱାରା ବ୍ରାଣ୍ଡ ଆଗକୁ ଅଗ୍ରସର ହେବାରେ କୌଣସି ଅସୁବିଧା ହୁଏ...

ଲାଗିଲା ମମତା ବିରୋଧୀ ପୋଷ୍ଟର

ପୁରୀ ଅଫିସ,୨୭ା୨: ନାଗରିକତ୍ୱ ସଂଶୋଧିତ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଏବେ ବିରୋଧ ଚାଲିଛି। ବିଶେଷ କରି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ଉଗ୍ରରୂପ...

ପଦଯାତ୍ରାରେ ଚାଷୀ: ବୁଲିବେ ୧୨୦୦ କିମି

ନୟାଗଡ ଅଫିସ, ୩ା୨: ପଦଯାତ୍ରାରେ  ଗାଁକୁ ଗାଁ ବୁଲୁଛନ୍ତି ଚାଷୀ। ଚାଷୀ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ସମସ୍ୟା ଅବଗତ କରାଉଛନ୍ତି । ୨୦ ବର୍ଷରୁ...

Leave a comment

Your email address will not be published. Required fields are marked *