Posted inଖେଳ

ବେଙ୍ଗଲ ଓ୍ବାରିୟର୍ସକୁ ପ୍ରଥମ ଟାଇଟଲ

ଅହମ୍ମଦାବାଦ, ୨୦ା୧୦ (ପି.ଟି.)-ବେଙ୍ଗଲ ଓ୍ବାରିୟର୍ସ ପ୍ରଥମ ଥର ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ଟାଇଟଲ ହାସଲ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ୩୯-୩୪ ପଏଣ୍ଟ ବ୍ୟବଧାନରେ ଦବଙ୍ଗ ଦିଲ୍ଲୀକୁ ହରାଇ ଦେଇଛି। ଦିଲ୍ଲୀ ତରଫରୁ ନବୀନ କୁମାର ପୁଣି ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୧୮ ରେଡ୍‌ ପଏଣ୍ଟ ସ୍କୋର କରିଥିଲେ। ମାତ୍ର କେତେକ ତ୍ରୁଟି ଯୋଗୁ ଦଳ ଟାଇଟଲ ଜିତିବାରେ ଅସଫଳ ରହିଥିଲା। ଫାଇନାଲ ମ୍ୟାଚ ଦେଖିବା ଲାଗି ଟ୍ରାନ୍ସଷ୍ଟାଡିଆର ଇକା ଆରେନା ଦର୍ଶକରେ ଭରପୂର ଥିଲା। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଓ୍ବାରିୟର୍ସ ଦଳର ଷ୍ଟାର ରେଡର ତଥା ଅଧିନାୟକ ମନିନ୍ଦର ସିଂ ଏହି ମ୍ୟାଚ ଖେଳି ନ ଥିଲେ। ମାତ୍ର ଦଳର ସହାୟକ କୋଚ୍‌ର ଭୂମିକା ଗ୍ରହଣ କରିଥିଲେ। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ପ୍ରଥମାର୍ଦ୍ଧ ଖେଳ ୧୭-୧୭ ସମାନସ୍ତରରେ ରହିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଓ୍ବାରିୟର୍ସ ଦଳ ତୁରନ୍ତ ଅଗ୍ରଣୀ ଲାଭ କରି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲା। ସୁକେଶ ହେଗ୍‌ଡେ ଏବଂ ଜିଭା କୁମାରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦ୍ୱିତୀୟାର୍ଦ୍ଧର ୮ମ ମିନିଟ ଖେଳରେ ଓ୍ବାରିୟର୍ସ ଦବଙ୍ଗ ଦିଲ୍ଲୀକୁ ଆଉଥରେ ଅଲ୍‌ ଆଉଟ କରିଦେବା ସହ ୪ ପଏଣ୍ଟ ଅଗ୍ରଣୀ ଲାଭ କରିଥିଲା। ଦିଲ୍ଲୀର ନବୀନ କୁମାର ସୁପର ୧୦ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଓ୍ବାରିୟର୍ସ କର୍ନର ଯୋଡ଼ି ରିଙ୍କୁ ନରଓ୍ବାଲ ଏବଂ ବଳଦେବ ସିଂଙ୍କ ଉଚିତ୍‌ ମୁକାବିଲା କରିପାରି ନ ଥିଲେ। ଇତିମଧ୍ୟରେ ଓ୍ବାରିିୟର୍ସ ଦଳ ବିପକ୍ଷ ଦଳକୁ ଆଉ ଥରେ ଅଲଆଉଟ କରିବାରେ ସଫଳ ହୋଇଥିଲା। ଦିଲ୍ଲୀ ଦଳକୁ ପ୍ରତ୍ୟାବର୍ତ୍ତନ କରାଇବା ଲାଗି ନବୀନ କୁମାର ଉଦ୍ୟମ କରିଥିଲେ । ମାତ୍ର ଡିଫେନ୍ସରେ ଯୋଗିନ୍ଦର ନରଓ୍ବାଲ ଏବଂ ରବିନ୍ଦର ପାହାଲ ବାରମ୍ବାର ତ୍ରୁଟି କରିବସିଥିଲେ। ଓ୍ବାରିୟର୍ସ ଦଳର ଡିଫେନ୍ସ ଶେଷ ଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଦଳକୁ ଟାଇଟଲ ଜିତାଇଥିଲେ।


All Right Reserved By Dharitri.Com

Posted inଖେଳ View All

ଓ୍ବେଷ୍ଟଇଣ୍ଡିଜ-ଏ’କୁ ଭଲ ସ୍ଥିତି ଦେଲେ ହୋଡ୍‌ଗେ, ବ୍ରୁକ୍ସ

ପୋର୍ଟ ଅଫ୍‌ ସ୍ପେନ, ୧।୮ (ପି.ଟି.)- ଭ୍ରମଣକାରୀ ଭାରତ-ଏ ବିପକ୍ଷରେ ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ର...

କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ଭୋପାଳ,୧୪।୧୦: ମଧ୍ୟପ୍ରଦେଶ ହୋଶଙ୍ଗାବାଦ ଜିଲାର ରେସଲପୁର ଗଁା ନିକଟରେ ସୋମବାର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ

ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ ଟେନିସ୍‌ ଶେଷ ହୋଇଛି। ଟୁର୍ନାମେଣ୍ଟର ଏହି ୧୩୯ତମ ସଂସ୍କରଣରେ ସ୍ପେନର ରାଫାଲ ନାଡାଲ ପୁରୁଷ...

ବାସନ୍ଦ ସତ୍ତ୍ୱେ ବାଂଲାଦେଶ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେ ସାମିଲ

ଢାକା, ୮।୮ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ବାସନ୍ଦ ସତ୍ତ୍ୱେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ ନେଇ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆୟୋଜନ କରିବ ବାଂଲାଦେଶ...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ:  ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲୌସାନ୍ନେ,୧୨।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କୁ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳି...

ପ୍ରଥମ ଦୁଇଟି ଟି୨୦ ପାଇଁ ନାରିନ, ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ ଦଳରେ ସାମିଲ

ସେଣ୍ଟ ଜୋନ୍ସ (ଆଣ୍ଟିଗୁଆ), ୨୩।୭ (ପି.ଟି.)- ଭାରତ ବିପକ୍ଷ ଟି୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଘରୋଇ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଘୋଷଣା କରାଯାଇଛି।...

ସଞ୍ଜୁ ସାମସନ୍‌ଙ୍କ ବଦାନ୍ୟତା: ଗ୍ରାଉଣ୍ଡ୍ସମ୍ୟାନକୁ ଦେଲେ ଦେଢ଼ଲକ୍ଷ ଲକ୍ଷ ଟଙ୍କା

ଥିରୁଭାନନ୍ତପୁରମ, ୮।୯- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଅନ୍‌ଅଫିସିଆଲ ଦିନିକିଆ ମ୍ୟାଚ୍‌କୁ ୩୬ ରନରେ ଜିତିବା ସହ ଭାରତ-ଏ ସିରିଜକୁ ୪-୧ରେ ହାତେଇ ନେଇଛି।...

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ...

Leave a comment

Your email address will not be published. Required fields are marked *