ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର ସୁପରିଚାଳନା ଓ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ତାଙ୍କ ସହଯୋଗୀଙ୍କୁ ପରାମର୍ଶ ଦେଇଥାଆନ୍ତି। ବର୍ତ୍ତମାନର ସିଜେଆଇ ରଞ୍ଜନ ଗୋଗୋଇ ଆସନ୍ତା ୧୭ ନଭେମ୍ବରରେ ଅବସର ନେବାକୁ ଯାଉଛନ୍ତି। ଯିବା ପୂର୍ବରୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ଏସ୍‌. ଏ. ବୋବ୍‌ଡେଙ୍କ ନାମ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ପତ୍ରଲେଖି ସୁପାରିସ କରିଛନ୍ତି। ବୋବ୍‌ଡେ ଶୀର୍ଷ ଅଦାଲତର ଦ୍ୱିତୀୟ ସର୍ବବରିଷ୍ଠ ବିଚାରପତି ହୋଇଥିବାରୁ ସେ ସିଜେଆଇ ହେବା ନିଶ୍ଚିତ ହୋଇଯାଇଛି। ସବୁକିଛି ଠିକ୍‌ ରହିଲେ ୧୮ ନଭେମ୍ବରରେ ବୋବ୍‌ଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ନୂଆ ପ୍ରଧାନ ବିଚାରପତିଙ୍କ ନାମକୁ ଗୋଗୋଇ ସୁପାରିସ କରିବା ପରେ ବୋବ୍‌ଡେଙ୍କ ବିଷୟରେ ଅଧିକ ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ବୋବ୍‌ଡେ ୨୪ ଏପ୍ରିଲ ୧୯୫୬ରେ ମହାରାଷ୍ଟ୍ର ନାଗପୁରର ଏକ ଆଇନଜୀବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜେଜେବାପା ଥିଲେ ଓକିଲ। ପିତା ଅରବିନ୍ଦ ବୋବ୍‌ଡେ ୧୯୮୦ରେ ମହାରାଷ୍ଟ୍ରର ଆଡଭୋକେଟ ଜେନେରାଲ ଥିଲେ। ବଡ଼ ଭାଇ ବିନୋଦ ଅରବିନ୍ଦ ବୋବ୍‌ଡେ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ ତଥା ସମ୍ବିଧାନ ବିଶେଷଜ୍ଞ ରହିଥିଲେ। ପିଲାଟି ବେଳୁ ସେ ଆଇନ ପୁସ୍ତକ ସହ ମହକିଲମାନଙ୍କୁ ଦେଖି ଏହି ବୃତ୍ତି ପ୍ରତି ଆକୃଷ୍ଟ ହୋଇଥିଲେ। ନାଗପୁରର ଏସ୍‌ଏଫ୍‌ଏସ୍‌ କଲେଜରୁ ଡିଗ୍ରୀ ଅର୍ଜନ କରିବା ପରେ ୧୯୭୮ରେ ନାଗପୁର ବିଶ୍ୱବିଦ୍ୟାଳୟରେ ଆଇନ ବିଦ୍ୟା ପଢ଼ିଥିଲେ। ୧୩ ସେପ୍ଟେମ୍ବର ୧୯୭୮ରେ ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଓକିଲାତି ଆରମ୍ଭ କରିଥିଲେ। ୧୯୯୮ରେ ବୋବ୍‌ଡେ ସୁପ୍ରିମକୋର୍ଟର ସିନିୟର ଆଡଭୋକେଟ ହୋଇଥିଲେ। ଆଇନ ବିଦ୍ୟାରେ ପାରଙ୍ଗମ ହେବା ପରେ ସେ ୨୯ ମାର୍ଚ୍ଚ ୨୦୦୦ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ। ୧୬ ଅକ୍ଟୋବର ୨୦୧୨ରେ ବୋବ୍‌ଡେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀକୁ ଉନ୍ନୀତ ହୋଇଥିଲେ। ୧୨ ଏପ୍ରିଲ ୨୦୧୩ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଶୀର୍ଷ ଅଦାଲତରେ ଦୀର୍ଘ ବର୍ଷ ଧରି ବିଚାର କଲା ବେଳେ ସେ ଅନେକ ଐତିହାସିକ ରାୟ ଦେଇଛନ୍ତି। ସେଥିମଧ୍ୟରୁ ଆଧାର ସଂକ୍ରାନ୍ତ ରାୟ ଯୁଗାନ୍ତକାରୀ ସାବ୍ୟସ୍ତ ହୋଇଛି। ଆଧାର ନ ଥିଲେ ନାଗରିକମାନେ ସରକାରୀ ଯୋଜନାର ସୁଫଳ ପାଇପାରିବେ ନାହିଁ ବୋଲି ଯେତେବେଳେ ସମଗ୍ର ଦେଶରେ ହୁରି ପଡ଼ିଥିଲା, ସେତେବେଳେ ବୋବ୍‌ଡେଙ୍କ ରାୟ ଆଧାରହୀନଙ୍କୁ ବଳ ଦେଇଥିଲା। ଆଧାର କାର୍ଡ଼ ନ ଥିଲେ ମଧ୍ୟ ସରକାରୀ ଯୋଜନା କିମ୍ବା ସବ୍‌ସିଡିରୁ କାହାରିକୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ସେ ରାୟ ଶୁଣାଇଥିଲେ। ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ ମାମଲାର ବିଚାର ପାଇଁ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ମଧ୍ୟ ସେ ସଦସ୍ୟ ଥିଲେ। ଉଲ୍ଲେଖଯୋଗ୍ୟ, ଏହା ଉପରେ ବିଚାର ଶେଷ ହୋଇଥିଲେ ହେଁ ଆସନ୍ତା ମାସରେ ଏହାର ରାୟ ପ୍ରକାଶ ପାଇବ। ୨୦୧୬ରେ ସେ ଏକ ରାୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ଅତ୍ୟଧିକ ପ୍ରଦୂଷଣ ହେଉଥିବାରୁ ସେଠାରେ ଆତସବାଜି ବିକ୍ରିକୁ ବନ୍ଦ କରି ଦେଇଥିଲେ। ତେବେ ନିକଟ ଅତୀତରେ ସୁପ୍ରିମକୋର୍ଟ ଇତିହାସରେ ସବୁଠାରୁ ବିବାଦୀୟ ଘଟଣା ଭାବେ ବିବେଚିତ ପ୍ରଧାନ ବିଚାରପତି ଗୋଗୋଇଙ୍କ ବିରୋଧରେ ଅଣାଯାଇଥିବା ଯୌନ ବ୍ୟଭିଚାର ମାମଲାରେ ବୋବ୍‌ଡେ ତାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଏହାକୁ ବିଚାରପତି ବନ୍ଧୁମାନେ ସ୍ବାଗତ କରିଥିଲେ ହେଁ କୋର୍ଟ ବାହାରେ ଏହି ଘଟଣାକୁ ନେଇ ମୃଦୁ ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ଦିନକୁ ଦିନ ନ୍ୟାୟପାଳିକାର ଗୁରୁତ୍ୱ ବୃଦ୍ଧି ପାଉଥିବାରୁ ବୋବ୍‌ଡେଙ୍କ ଦାୟିତ୍ୱ ଗ୍ରହଣ ପରେ ତାଙ୍କ ନେତୃତ୍ୱ ଶୀର୍ଷ ଅଦାଲତର ବିଚାରପତିଙ୍କୁ ନୂଆ ଦିଶା ଦେଖାଇବ ବୋଲି ଆଶା କରାଯାଏ।


All Right Reserved By Dharitri.Com

ବଜାଜଙ୍କ ବାଜିମାତ

ଭାରତରେ ୨୦୧୯ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୪.୫ ପ୍ରତିଶତକୁ ଖସିଆସିଥିବା ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ଏ ଦେଶରେ ସବୁ...

ପ୍ରଶ୍ନବାଚୀରେ ପଞ୍ଜିକା ସ୍ବୀକୃତି

ହରିଶଙ୍କର ମିଶ୍ର ଶ୍ରୀମନ୍ଦିରସ୍ଥ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଓଡ଼ିଶାବାସୀ ଧାର୍ମିକ ବିଚାରାଳୟ ଓ ବ୍ୟବସ୍ଥା ସଭା ଭାବେ ଗ୍ରହଣ କରିଥାନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାୟୀ ସଭାପତିତ୍ୱରେ...

ଜଙ୍ଗଲ ନିଅଁା: କାରଣ ଓ ନିରାକରଣ

ଅଲେଖ ଚନ୍ଦ୍ର ସାମଲ ସର୍ବଭାରତୀୟ ସ୍ତରରେ ଜଙ୍ଗଲ ନିଅଁାରେ ଛତିଶଗଡ଼ର ସ୍ଥାନ ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ସର୍ବଭାରତୀୟ ଫରେଷ୍ଟ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ...

ଏଇ ଭାରତରେ

ଗୁଜରାଟର ଜଣେ ପ୍ରଧାନଶିକ୍ଷକ ଜୈବିକ କୃଷି ମାଧ୍ୟମରେ ପିଲାଙ୍କ ଉପସ୍ଥାନ ଶତ ପ୍ରତିଶତରେ ପହଞ୍ଚାଇବାରେ ସଫଳ ହେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ପ୍ରଧାନଶିକ୍ଷକ ହେଉଛନ୍ତି...

ଏଇ ଭାରତରେ

ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଏକ ଛବି ସାମ୍‌ନାକୁ ଆସିଛି ଛତିଶଗଡ଼ର କାଙ୍କେର ଜିଲାରେ। କାଙ୍କେର ଜିଲାର ତୁମସନାର୍‌ ଗାଁରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା।...

ଏଇ ଭାରତରେ

ସମାଜରେ ଖୁବ୍‌ କମ୍‌ ଲୋକ ଅଛନ୍ତି ଯେଉଁମାନେ ଚାକିରି କରିବା ସହ ନିଜକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି। ଏମାନଙ୍କ ମଧ୍ୟରୁ ରାଜସ୍ଥାନର କନଷ୍ଟେବଳ ଧର୍ମବୀର...

ମାଛିଙ୍କ ଶୂକଦ୍ୱାରା ଘାଆ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଦିନକୁ ଦିନ ଅଧିକରୁ ଅଧିକ ଲୋକ ଆଣ୍ଟିବାୟୋଟିକ୍ସ-ପ୍ରତିରୋଧୀ ହୋଇଉଠୁଛନ୍ତି। ଅର୍ଥାତ୍‌ ସେମାନଙ୍କ ଦେହରେ ଆଣ୍ଟିବାୟୋଟିକ୍ସ କାମ କରୁନାହିଁ। ସାମାନ୍ୟ ଘାଆ...

ଅବିଦ୍ୟାର ଅନ୍ଧାରରେ ବିଦ୍ୟାର ଆରାଧନା

ଡ. ପ୍ରଫୁଲ୍ଲ କୁମାର ସାହୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ପରେ ଶିକ୍ଷା ହେଉଛି ମଣିଷର ଚତୁର୍ଥ ଆବଶ୍ୟକତା। ଶିକ୍ଷାର ବିକାଶ ଉପରେ ନିର୍ଭର କରେ...

Leave a comment

Your email address will not be published. Required fields are marked *