Posted inଜାତୀୟ

ମନ୍ତ୍ରୀଙ୍କ କାମ ଅର୍ଥ ବ୍ୟବସ୍ଥା ସୁଧାରିବା, କମେଡି ସର୍କସ ଚଲାଇବା ନୁହେଁ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଉପରେ ବର୍ଷିଛନ୍ତି। ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅଭିଜିତ ବାନାର୍ଜୀଙ୍କ ସନ୍ଦର୍ଭକୁ ନେଇ ପିୟୁଷ ଯେଉଁ ଟିପ୍ପଣି ଦେଇଥିଲେ ତାକୁ ନେଇ ପ୍ରିୟଙ୍କା ପିୟୁଷଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମନ୍ତ୍ରୀଙ୍କ କାମ ଦେଶର ଅର୍ଥନୀତିକୁ ସୁଧାରିବା, କମେଡି ସର୍କସ ଚଲାଇବା ନୁହେଁ। ପ୍ରିୟଙ୍କାଙ୍କ ମତ ହେଲା ଭାଜପା ନେତାଙ୍କୁ ଯେଉଁ କାମ ମିଳିଛି ସେମାନେ ତାହା ନ କରି ଭିନ୍ନ କାମରେ ମୁଣ୍ଡ ଲଗାଉଛନ୍ତି। ଜଣେ ନୋବେଲ ପୁରସ୍କାର ପାଇଛନ୍ତି ଅର୍ଥ ତାହା ତାଙ୍କ ସାଧୁତା ଯୋଗୁ ମିଳିଛି। ସୂଚନାଯୋଗ୍ୟ, ପୁଣେରେ ଖବରଦାତାଙ୍କୁ ଦେଉଥିବା ପ୍ରଶ୍ନର ଉତ୍ତରରେ ଗୋଏଲ ନୋବେଲ ବିଜେତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେ କଂଗ୍ରେସର ଯୋଜନାକୁ ସମର୍ଥନ ଦେଇଥିବା କହିଥିଲେ।


All Right Reserved By Dharitri.Com

ଜାତୀୟସଙ୍ଗୀତ ପରିବେଷଣବେଳେ ବସିରହିଲେ ଜର୍ମାନ ଚାନ୍‌ସେଲର୍‌

ନୂଆଦିଲ୍ଲୀ,୧।୧୧:ଜର୍ମାନୀ ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ ଭାରତ ଗସ୍ତରେ ଆସିଛି। ରାଷ୍ଟ୍ରପତି ଭବନରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏହି ଅବସରରେ ଭାରତୀୟ ଜାତୀୟସଙ୍ଗୀତ ପରିବେଷଣ କରାଯାଇଥିଲା।...

କଂଗ୍ରେସ ପ୍ରତିନିଧିମଣ୍ଡଳଙ୍କ ସହ ହିଂସା ପ୍ରଭାବିତ ଅଞ୍ଚଳକୁ ଗସ୍ତ କଲେ ରାହୁଲ

ନୂଆଦିଲ୍ଲୀ, ୪।୩: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଏବେ ଶାନ୍ତ ପଡ଼ିଛି। ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଏବେ ଉଦ୍ଧାର...

କୃଷ୍ଣସାର ମାମଲା: କୋର୍ଟରେ ହାଜର ହେଲେନି ସଲମାନ ଖାନ୍‌

ଜୟପୁର, ୨୭।୯: କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌। ତାଙ୍କ ଓକିଲ ହସ୍ତିମଲ...

ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ଯାଇଛି ୪୧ ହଜାର ୮ଶହରୁ ଅଧିକ ଜୀବନ: ଶାହ

ନୂଆଦିଲ୍ଲୀ,୨୯।୯: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିିତି ସ୍ବାଭାବିକ ହେବାରେ ଲାଗିଛି। ଏଠାରେ ଟେଲିଫୋନ୍‌ ସେବା ବାଧାପ୍ରାପ୍ତ ହେବାକୁ ମାନବାଧିକାରର ଉଲ୍ଲଂଘନ ବୋଲି କହୁଥିବା...

ପାର୍କରେ ଦୁର୍ଘଟଣା: ୩ ମୃତ, ୩୧ ଆହତ

ଅହମଦାବାଦ,୧୫ା୭(ଆଇଏଏନ୍‌ଏସ୍‌): ଅହମଦାବାଦର ଏକ ମନୋରଞ୍ଜନ ପାର୍କରେ ରବିବାର ଦୋଳି ଭୁଶୁଡ଼ି ପଡିବାରୁ ୩ ଜଣଙ୍କ ମୃତ୍ୟୁ ହେବା ସହ ୩୧ ଜଣ ଆହତ ହୋଇଛନ୍ତି। କଙ୍କରିଆ...

ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଆଲିଙ୍ଗନ କଲେ ରାହୁଲ

ଓ୍ବାୟନାଡ,୯।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନାଡ ଗସ୍ତରେ ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ରବିବାର ଭେଟିଛନ୍ତି। ସେ ଅବସରପ୍ରାପ୍ତ ନର୍ସ ରାଜମ୍ମା...

୧୪୦୦ ଭାରତୀୟ ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୧।୧୧:ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପର୍ସନାଲ ଡାଟା (ବ୍ୟକ୍ତିଗତ ଗୋପନୀୟ ତଥ୍ୟ) ଚୋରି ହେବା ସହ ମୋବାଇଲ୍‌ ମଧ୍ୟ ହ୍ୟାକ୍‌ ହେଉଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ‘ଏନ୍‌ଏସ୍‌ଓ’...

କରୋନା ଆପ୍‌ ମାଧ୍ୟମରେ ଅଧିକାଂଶ ଲୋକେ ଖୋଜୁଛନ୍ତି ବେଡ୍‌

ନୂଆଦିଲ୍ଲୀ,୪।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ୍‌ର ଅଭାବ ଥିବା ଅଭିଯୋଗ ଆସିବା...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *