ବିବାହିତ ମହିଳାଙ୍କ ଆତ୍ମହତ୍ୟା

ବାରଙ୍ଗ, ୧୯।୧୦(ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ବିବାହିତ ମହିଳା ଶୁକ୍ରବାର ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ସନାତନ ଜେନାଙ୍କ ଝିଅ କଲ୍ୟାଣୀ।
ପ୍ରକାଶ ଯେ, କଲ୍ୟାଣୀ ରଘୁନାଥପୁର ଗ୍ରାମର କିଶୋରଚନ୍ଦ୍ର ମାଝିଙ୍କୁ ବିବାହ କରିଥିଲେ। ଶୁକ୍ରବାର ରାତିରେ କିଶୋର ଶୌଚ ହେବାକୁ ଯାଇଥିବା ବେଳେ କଲ୍ୟାଣୀ ଭିତରପଟୁ କବାଟ ବନ୍ଦ କରିଦେଇଥିଲେ। କିଶୋର ଯେତେ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। କଲ୍ୟାଣୀ ଫ୍ୟାନ୍‌ରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା କିଶୋର ଝରକାବାଟେ ଦେଖିବାକୁ ପାଇଥିଲେ। ପରେ ସେ କଲ୍ୟାଣୀଙ୍କ ପରିବାର ସହ ନନ୍ଦନକାନନ ଥାନାକୁ ଜଣାଇଥିଲେ। କଲ୍ୟାଣୀଙ୍କ ବାପା ସନାତନ ଶନିବାର ସକାଳେ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ କେସ୍‌ ନଂ. ୬/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁକରିଛି।


All Right Reserved By Dharitri.Com

ର଼୍ୟାମ୍ପ ଶୋ ଗ୍ରାଣ୍ଡ ଫାଇନାଲରେ ବ୍ରହ୍ମପୁରର ତନିଶା

ବ୍ରହ୍ମପୁର ଅଫିସ,୧୨ା୭: ବୟସ ୧୫ ବର୍ଷ। ଏହି ସ୍ବଳ୍ପ ବୟସରୁ ସେ ଜାତୀୟସ୍ତରରେ ସୃଷ୍ଟି କରିଛନ୍ତି ନିଜର ପରିଚୟ ା ସେ ହେଲେ ବ୍ରହ୍ମପୁର ଅରବିନ୍ଦ...

ୱାର୍ଡସଭ୍ୟାଙ୍କୁ ଦୁର୍ବ୍ୟବହାର, ମାଡ଼ ଅଭିଯୋଗ

ବାସୁଦେବପୁର, ୨୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ଜଣେ ୱାର୍ଡସଭ୍ୟାଙ୍କୁ ଶୁକ୍ରବାର ଜଣେ ଯୁବକ ଦୁର୍ବ୍ୟବହାର କରିବା ସହ ମାଡ଼...

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ରାଇକିଆ,୧୮।୮(ଡ଼ି.ଏନ.ଏ)-ରାଇକିଆ ବ୍ଲକ କରଡ଼ା ପଞ୍ଚାୟତରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ପଞ୍ଚାୟତର କନାଡ଼ି, ଅଁଳାପଟା, ପୋଢମାରୀ, ତେନ୍ତୁଳିଆଠାରେ ନବ ନିର୍ମିତ...

ବନବିଭାଗ ପକ୍ଷରୁ ଚଢାଉ: ଚଉକାଠ ଜବତ, ୨ ଗିରଫ

ବଇଣ୍ଡା,୧୯।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ସକାଳେ ବନବିଭାଗ ଚଢାଉ କରି ୨ଟି ଶାଳଗଣ୍ଡିକୁ ଜବତ କରିଛି। ଏଥିସହ ୨ ଜଣ କାଠ...

ଧରିତ୍ରୀ ପ୍ରଭାବ: ୧୦ ଖଣିରେ ୧୪୪ ଧାରା ଜାରି

ଖଇରା, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ବେଆଇନ ଭାବେ ଚାଲିଥିବା ୧୦ ଖଣିରେ ତହସିଲଦାର ପ୍ରଦୀପ କୁମାର ସାହୁ ଶୁକ୍ରବାର ୧୪୪ ଧାରା...

୨୫ ଯୁବକଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ସହାୟତା

ବ୍ରହ୍ମପୁର ଅଫିସ,୩୧ା୫-ଆଇଟିଆଇର ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରି ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟ ପାଇଁ ରୋଜଗାର କରୁଥିବା ଯୁବ ବର୍ଗଙ୍କୁ ରାଜ୍ୟ ସରକାର ସହାୟତାର...

ଜୁଆଖେଳରୁ ଛୁରା ମାଡ ଘଟଣା: ଗୁରୁତର ପବନାଙ୍କ ମୃତ୍ୟୁ

ଜଗନ୍ନାଥପ୍ରସାଦ,୧୨ା୧୧(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଜଳିସାହିଠାରେ ଗତ ସୋମବାର ରାତି ୯ଟାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା। ଏଥିରେ ପବନା ସେଠୀ (୨୫) ଗୁରୁତର ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼...

ବାହ୍ୟଜଗତରୁ ବିଚ୍ଛିନ୍ନ ରହୁଥିବା ସାରକୁବନ୍ଧଠାରେ ଝୁଲାପୋଲ : ସାଧାରଣରେ ଆନନ୍ଦର ଲହରୀ

ମାଲକାନଗିରି,୮।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି।...

Leave a comment

Your email address will not be published. Required fields are marked *