Posted inଖେଳ

ଗଲ୍ଫର ମ୍ୟାଟ ଏଭେରୀ ୩ ମାସ ବାସନ୍ଦ

ନ୍ୟୁୟର୍କ,୧୯।୧୦- ଆମେରିକୀୟ ଷ୍ଟାର ଗଲ୍ଫର ମାଟ୍‌ ଏଭେରୀ ଡ୍ରଗ୍‌ ପଲିସି ଉଲ୍ଲଂଘନ କରି ୩ ମାସ ବାସନ୍ଦ ହୋଇଛନ୍ତି। ଦୁଇଥର ପିଜିଏ ଟୁର ବିଜେତା ୩୫ ବର୍ଷୀୟ ଏଭେରୀ କାନ୍ନାବିସ୍‌ ନାମକ ଏକ ଔଷଧ ସେବନ କରି ସେ ଆଚରଣବିଧୀ ଉଲ୍ଲଂଘନ କରିଛନ୍ତି ଓ ଏଥିପାଇଁ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ପିଜିଏ ଟୁର ପକ୍ଷରୁ କୁହାଯାଇଛି। ସେ ୨୦୨୦ ଜାନୁୟାରୀ ୭ ତାରିଖରେ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି କୁହାଯାଇଛି। ମାନସିକ ସ୍ବାସ୍ଥ କାରଣରୁ ଏହି ଔଷଧ ସେବନ କରିଛି ବୋଲି ଏଭେରୀ ସ୍ବୀକାର କରିଛନ୍ତି। ଗତ ୩୦ ବର୍ଷ ହେବ ଚିକିତ୍ସା କରିଆସୁଥିବା ଡାକ୍ତର ମତେ ଏହି ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ। ଏହି ବାସନ୍ଦାଦେଶକୁ ସ୍ବୀକାର କରୁଛି ବୋଲି ବୋଲି ସେ କହିଛନ୍ତି। ଏଭେରୀଙ୍କ ହୋମ୍‌ ଟାଉନ୍‌ ଫ୍ଲୋରିଡାରେ କାନାବିସ୍‌ ବ୍ୟବହାର କରିବାକୁ ଅନୁମତି ଦିଆଯାଛି। ଏବେ ୩ଟି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାରକୁ ବଞ୍ଚିତ ହେବେ। ଉଲ୍ଲେଖଥାଉ କି, ପିଜିଏ ଟୁରରେ ଏଭେରୀ ୨ଥର ଟାଇଟଲ ଜିତିଛନ୍ତି। ୨୦୧୪ ଓ ୧୫ରେ ସେ ଏହି ସଫଳତା ପାଇଥିଲେ। ଗତବର୍ଷ ସେ ଫେଡେକ୍ସକପ୍‌ ପ୍ଲେଅଫ୍‌ରେ ପ୍ରବେଶ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ଦବଙ୍ଗ ବିଜୟୀ

ନୂଆଦିଲ୍ଲୀ, ୨୯।୮ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ର ୭ମ ସଂସ୍କରଣରେ ବୁଧବାର ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ଦବଙ୍ଗ ଦିଲ୍ଲୀ ବିଜୟୀ ହୋଇଛି।...

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି...

ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ...

ମିଅଁ।ଦାଦ୍‌ଙ୍କ ୨୬ ବର୍ଷର ରେକର୍ଡ ଭାଙ୍ଗିପାରନ୍ତି କୋହଲି

ପୋର୍ଟ ଅଫ୍‌ ସ୍ପେନ, ୧୧ା୮- ଭ୍ରମଣକାରୀ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ରବିବାର ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଦିନିକିଆ ସିରିଜର ୨ୟ...

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.)...

କୋରିଆ ଓପନ: ସିନ୍ଧୁ, ପ୍ରଣୀଥ ଆଉଟ୍‌

ଇଞ୍ଚୋନ,୨୫।୯(ପିଟି): ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଏଠାରେ ଚାଲିଥିବା କୋରିଆ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ...

ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି

ଲଣ୍ଡନ,୨୫।୫- ଭାରତୀୟ ଦଳକୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କ ଆହତ ସମସ୍ୟା ଗୁରୁତର ନୁହେଁ। ତାଙ୍କ ରିଷ୍ଟର ସ୍କାନ କରାଯିବା...

ଇନ୍‌ଷ୍ଟାଗ୍ରାମ୍‌ରେ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଲା

ଲିସବନ୍‌,୩୦।୧: ଇନ୍‌ଷ୍ଟାଗ୍ରାମ୍‌ରେ ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଛି। ଏଭଳି ଉପଲବ୍ଧି ହାସଲ କରିଥିବା ସେ ପ୍ରଥମ ବ୍ୟକ୍ତି...

Leave a comment

Your email address will not be published. Required fields are marked *