Posted inRasifala

ରାଶିଫଳ: ଶନିବାର, ମେ ୨୫ ତାରିଖ – Daily Horoscope

ମେଷ
ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ଆପଣ ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ। ସାମାଜିକ ସ୍ତରରେ ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ହୋଇପାରନ୍ତି। ଅବଶ୍ୟ ଅଫିସ୍‌ କାମରେ ସାମୟିକ ଭୁଲ୍‌ ବୁଝାମଣା ଯୋଗୁ ମାନସିକ ସ୍ଥିରତା ରହି ନ ପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଲାଭବାନ୍‌ ହେବେ।
ବୃଷ
ବୃଷ
ସାମାଜିକ ସ୍ଥିତି ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବା କାରଣରୁ ମନ ପ୍ରଫୁଲ୍ଲ ରହିବ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି, ଯାହାକି କାମଟି ଅପୂର୍ଣ୍ଣ ରହିଯିବ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବା ସହ କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଓ ପାରିବାରିକ ସ୍ତରରେ ଆଶାଜନକ ଫଳ ପାଇବେ । ଆତ୍ମୀୟମାନେ ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ନିଜକୁ ଅନ୍ୟମାନଙ୍କ ସହ ତୁଳନାକରି ମନ ଊଣା କରିପାରନ୍ତି। ବନ୍ଧୁମେଳରେ ସମୟ କଟାଇବାର ସୁଯୋଗ ପାଇପାରନ୍ତି। ସାମାଜିକ ସ୍ତରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପାରେ ।
କର୍କଟ
କର୍କଟ
କ୍ରନିକ୍‌ ରୋଗ ପ୍ରଭାବରୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ଭ୍ରମଣହେତୁକ କ୍ଳାନ୍ତି ଅନୁଭବ କରିପାରନ୍ତି। ଆଜିର ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ନିଜ ଅବହେଳାରୁ ଅନ୍ୟ ବାଟରେ ବ୍ୟୟହେବା ଆଶଙ୍କା ଦେଖାଦେବ।
ସି˚ହ
ସି˚ହ

ପ୍ରତ୍ୟେକ ଦିଗରୁ ସୁଫଳ ପାଇବା ସହ ସାମାଜିକ ସ୍ତରରେ ସମ୍ମାନିତ ହେବାର ସୁଯୋଗ ପାଇପାରନ୍ତି। ଯୋଜନା, ଜମିଜମା, ଯାନ୍ତ୍ରିକ କାରବାର, ଯାନବାହନ କ୍ରୟବିକ୍ରୟରେ ଅଗ୍ରଗତି ହେବ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ ।

କନ୍ୟା
ବାରମ୍ବାର ଚେଷ୍ଟାକଲେ ମଧ୍ୟ ପ୍ରତ୍ୟେକ କାମ ପ୍ରତିବନ୍ଧକ ମଧ୍ୟରେ ଅଟକି ରହିପାରେ। ଏଣେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ଆନୁଷ୍ଠାନିକ କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧିପାଇବ। ସାଧାରଣ କଥାରେ ପ୍ରିୟ ବ୍ୟକ୍ତିଟି ସହ ସମ୍ପର୍କହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ଆତ୍ମୀୟସ୍ବଜନ ତଥା ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ ଏବଂ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ପରିସ୍ଥିତିବଶତଃ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ସହକର୍ମୀ ମାନେ ନିଜର ଫାଇଦା ହାସଲ କରିବା ଲାଗି ମନ ବଳାଇପାରନ୍ତି।
ବିଛା
ବିଛା
ପ୍ରତ୍ୟେକ କାର୍ଯ୍ୟ ମନ୍ଥରଗତିରେ ଗଡ଼ି ଚାଲିବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ପ୍ରିୟ ବ୍ୟକ୍ତିଟିର ଛଳନାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ । ପରିବାରରେ ଅସାବଧାନତା କାରଣରୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ରର ଅଫିସ୍‌ କାମରେ ମାନସିକ ଅବସାଦ ଦୂରହେବ ଏବଂ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଧନୁ
ଧନୁ
ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ସାମୟିକ ଭାବରେ କିଛିଟା ଲାଘବ ହେବାର ଅନୁଭବ କରିବେ । ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖୋଜ ଖବର, ନୂତନ ଚୁକ୍ତିପତ୍ର ସ୍ବାକ୍ଷର, ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି । ଯୋଗାଣ କାରବାର ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବନ୍ଧୁଗହଣରେ ଆଜିର ଅଧିକାଂଶ ସମୟ ଆଳାପ ଆଲୋଚନା ମଧ୍ୟରେ କଟାଇପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ଶ୍ରବଣା ନକ୍ଷତ୍ର ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ବିଚାରବୁଦ୍ଧି ହରାଇ ପ୍ରେମ ଫାଶରେ ଆବଦ୍ଧ ହୋଇପାରନ୍ତି। ଆର୍ଥତ୍କ ସ୍ଥିତି ପୂର୍ବପରି ରହିବ। ଅତି ନିକଟରେ ରହୁଥିବା ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ ।
କୁମ୍ଭ
କୁମ୍ଭ
ଆଜି ବନ୍ଧୁଙ୍କ ସହ ଆଲୋଚନା, ପିଲାଙ୍କ କୃତିତ୍ୱ, କଳା, ସାହିତ୍ୟାଦିରୁ ସମ୍ମାନ ପ୍ରଭୃତି ସୁଖଦ ଖବର ପାଇପାରନ୍ତି। ବାରମ୍ବାର ପୁରୁଣା କଥାକୁ ବେଶି ଆଲୋଚନା କରିବା ଠିକ୍‌ ହେବନି । ମାନସିକ ଅସ୍ଥିରତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପରୋକ୍ଷ ଶତ୍ରୁତା ଓ ଋଣ ପରିଶୋଧଜନିତ ମାନସିକ ଟେନ୍‌ସନ ଲାଗିରହିବ।
ମୀନମୀନ
କର୍ମକ୍ଷେତ୍ର ଓ ବୃତ୍ତିଗତ ଧନ୍ଦାରେ ସମୟ ଅତିବାହିତ କରିବେ । ଘର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ। କଳା, ସଙ୍ଗୀତ ସମାରୋହ, ସାହିତ୍ୟଚର୍ଚ୍ଚା ତଥା ବନ୍ଧୁମିଳନ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ ପରିବାରର କେତେକ ବ୍ୟତିକ୍ରମ ସୁଧାରିବାକୁ କେନ୍ଦ୍ରକରି ମାନସିକ ସ୍ଥିତି ଠିକ୍‌ ରହିନପାରେ। ଅବଶ୍ୟ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ...

ରାଶିଫଳ: ଗୁରୁବାର , ମେ ୨୮ ତାରିଖ – Daily Horoscope

ମେଷ ବାଧକାଧିପତି ଶନିଙ୍କ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ନିଜକୁ ଠିକ୍‌ ଭାବେ ଆଡ୍‌ଜଷ୍ଟ...

ରାଶିଫଳ: ଗୁରୁବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଆତ୍ମୀୟ ସ୍ବଜନଙ୍କ ଗହଣରେ ମନର ଦୁଃଖକୁ ସାମୟିକ ପାସୋରିଦେବେ । ରାଜନୀତିରେ ବହୁତ ଲୋକଙ୍କଠାରୁ ଆଦର ସମ୍ମାନ ପାଇବେ । ପରିବାରରେ କିମ୍ବା...

ରାଶିଫଳ: ଶନିବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୂରୁହ ହୋଇପଡ଼ିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ, ଅନ୍ୟଥା ପରୋକ୍ଷ...

ରାଶିଫଳ: ମଙ୍ଗଳବାର, ଫେବ୍ରୁଆରି ୨୫ ତାରିଖ – Daily Horoscope

ମେଷ କିଛିଦିନ ହେଲା ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ...

ରାଶିଫଳ: ସୋମବାର, ଫେବୃୟାରୀ ୧୦ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧ ଯୋଗୁ ସନ୍ତାନଙ୍କ ସମସ୍ୟା ବିଷୟରେ ଚିନ୍ତିତ ରହିବେ। ସ୍ବାସ୍ଥ୍ୟହାନୀ,ଶତ୍ରୁତା କିମ୍ବା ଋଣ ପରିଶୋଧର ଚିନ୍ତା ବୃଦ୍ଧି ପାଇବ। ଆଲୋଚନା କ୍ରମରେ...

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ ଆଜି ଚତୁର୍ଥାଧିପ ଚନ୍ଦ୍ର ସପ୍ତମଭାବସ୍ଥ ଯୋଗୁ ପରିଜନଙ୍କ ସହ ଯାତ୍ରା, ବନ୍ଧୁମିଳନ ସଙ୍ଗକୁ ନୂତନ ବସ୍ତ୍ରଭୂଷଣାଦି ପରିଧାନ କରିବେ। ଅର୍ଥ ସମ୍ବନ୍ଧୀୟ ଆଲୋଚନା ସହ...

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ମିତ୍ରତା ସୃଷ୍ଟିହେବ। ଅଟକିରହି ଯାଇଥିବା ଫାଇଲ କାମଟିକୁ ଆଜିହିଁ ଆରମ୍ଭ କରିବାକୁ ମନ...

Leave a comment

Your email address will not be published. Required fields are marked *