ଲକ୍ଷାଧିକ ଟଙ୍କାର ବାଣ ଜବତ

ବୈଶିଙ୍ଗା,୧୯ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବେତନଟୀ ଓ ବୈଶିଙ୍ଗା ପୋଲିସର ଏକ ଟିମ୍‌ ବୈଶିଙ୍ଗା ଥାନା ଅନ୍ତର୍ଗତ ବାଛୁରୀପଡା ଗ୍ରାମରେ ଗୁରୁବାର ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବୀରେନ ସାହୁ ଓ ଲକ୍ଷ୍ମୀଧର ସାହୁ।
ସୂଚନା ଅନୁଯାୟୀ, ବାଛୁରୀପଡା ଗ୍ରାମର କିଛି ଲୋକ ବାଣ ତିଆରି କରି ବିକ୍ରି କରିଥାନ୍ତି। ବର୍ଷର ବିଭିନ୍ନ ସମୟରେ ସେମାନେ ବାଣ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଏହି ଗ୍ରାମକୁ ଓଡ଼ିଶାର ଶିବକାଶୀ ବୋଲି ମଧ୍ୟ କୁହାଯାଇଥାଏ। ତେବେ ବିନା ଲାଇସେନ୍ସରେ ସେମାନେ ବାଣ ପ୍ରସ୍ତୁତ କରି ବିକ୍ରି କରୁଥିତ୍ବାରୁ ଗୁରୁବାର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଦୀପାବଳି ଉପଲକ୍ଷେ ତିଆରି ହୋଇଥିବା ଲକ୍ଷାଧିକ ଟଙ୍କାର ବାଣ ଓ ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ଏଥିନେଇ ବୈଶିଙ୍ଗା ଥାନାରେ ଦୁଇଟି ମାମଲା( ନଂ. ୨୨୩ /୧୯ ଓ ୨୨୪/୧୯) ରୁଜୁ କରାଯାଇଛି।


All Right Reserved By Dharitri.Com

ଆଉ ଆଶ୍ରୟସ୍ଥଳ ହେବନି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା:ନିର୍ମାଣ ହେବ ରେଷ୍ଟଶେଡ୍‌

ବାରିପଦା ଅଫିସ,୮।୮- ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାରୁ ପ୍ରତିଦିନ ଜିଲାପାଳଙ୍କ ନିକଟକୁ ଗୁହାରି କରିବା ପାଇଁ ଲୋକେ ଆସିଥାନ୍ତି।...

ଆଜି ଖୋଲିଲା ଶିମିଳିପାଳ : ପ୍ରଥମ ଦିନରେ ପର୍ଯ୍ୟଟକଙ୍କୁ ସ୍ବାଗତ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା

ବାରିପଦା ଅଫିସ,୧।୧୧: ପର୍ଯ୍ୟଟକମାନଙ୍କ ପାଇଁ ଶୁକ୍ରବାରଠାରୁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି। ଅଭୟାରଣ୍ୟ ଭିତରକୁ ପର୍ଯ୍ୟଟକମାନେ ପିଠାବଟା(ଲୁଲୁଙ୍ଗ) ଓ କାଳିଆଣି(ଯଶିପୁର) ଗେଟ୍‌ ଦେଇ ଯାଇଛନ୍ତି। ପିଠାବଟା ଗେଟ୍‌...

କପ୍ତିପଦା-ଶରତ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର: ତଦନ୍ତ ଦାବି, ପ୍ରତିବାଦ ଶୋଭାଯାତ୍ରା

କପ୍ତିପଦା,୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା ହୋଇଛି ା ଗତ କିଛି ଦିନ ତଳେ ମହିଁଷାସୁରୀ ଛକରୁ ପଦ୍ମପୋଖରୀ ପର୍ଯ୍ୟନ୍ତ...

ପୋଲିସ ଅବହେଳା ନେଲା ଜୀବନ: ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର

ବାରିପଦା ଅଫିସ/ରାଇରଙ୍ଗପୁର,୨ା୧୨(ଡି.ଏନ୍‌.ଏ.)- ବଳାତ୍କାରର ଶିକାର ହୋଇ ଜଣେ ଅଧ୍ୟାପିକା ପୋଲିସ ଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଭଳି ଘଟଣା ମୟୂରଭଞ୍ଜ ଜିଲାରେ ଆଲୋଡ଼ନ...

ବାରିପଦା ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

ବାରିପଦା ଅଫିସ,୨୭।୧୦-ଉତ୍ତର ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ତଥା ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବାରିପଦା ସହରରେ ଦିନକୁ ଦିନ ଏବେ ଅପରାଧ ଘଟଣା ବୃଦ୍ଧି...

ନନ୍ଦନକାନନ ଗଲା ବଜ୍ରକାପ୍ତା

ବାରିପଦା ଅଫିସ, ୮ା୧୧- ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠସ୍ଥିତ ଆସନଯୋଡ଼ା ନିକଟସ୍ଥ ଏକ ଢାବାରୁ ଗତ ସେପ୍ଟେମ୍ବର ୨୯ରେ ବନ ବିଭାଗ ପକ୍ଷରୁ ଜବତ...

ଗଛକୁ ଧକ୍କା ଦେଲା ଗାଡ଼ି: ୪ ଆହତ

ଠାକୁରମୁଣ୍ଡା,୧୨ା୧୨(ଡି.ଏନ୍‌.ଏ.)- ଠାକୁରମୁଣ୍ଡାଠାରୁ ୪ କି.ମି ଦୂର ଆନନ୍ଦପୁର-ଠାକୁରମୁଣ୍ଡା ରାସ୍ତାର ହାଣ୍ଡିଫୁଟା ଛକ ନିକଟରେ ବୁଧବାର ସକାଳେ ଏକ ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଏକ...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ: ପରୀକ୍ଷା ଫି’ ବୃଦ୍ଧିକୁ ଛାତ୍ରୀଛାତ୍ରଙ୍କ ବିରୋଧ ଜାରି

ବାରିପଦା ଅଫିସ,୨୨ା୧୦- ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ପରୀକ୍ଷା ଫି’ ବୃଦ୍ଧିକୁ ନେଇ ଗତ...

Leave a comment

Your email address will not be published. Required fields are marked *