ଧଣ୍ଡାତୋପାରେ ଥମୁନି ହାତୀ ଉପଦ୍ରବ

ବଇଣ୍ଡା,୧୯।୧୦(ଡି.ଏନ.ଏ.)

ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜରେ ଦିନକୁ ଦିନ ହାତୀ ଉପଦ୍ରବ ଲାଗି ରହିଛି। ହାତୀମାନେ ନିକଟସ୍ଥ ଜଙ୍ଗଲୁ ଗ୍ରାମାଭିମୁଖୀ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏ ଦିଗରେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପାଇକସାହି, ଟାପଢୋଲ, ଗେଧିଲିମୁଣ୍ଡା, ଟାଙ୍କରସିଙ୍ଗା ଆଦି ଗ୍ରାମରେ ହାତୀ ଉପଦ୍ରବ କରି ବ୍ୟାପକ ଧାନ ଫସଲ ନଷ୍ଟ କରିଦେଉଥିବାବେଳେ ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲୁ ୧୫ରୁ ଊର୍ଦ୍ଧ୍ୱ ହାତୀ ଆସି ପାଇକସାହି ଗ୍ରାମର ଦୁଃଶାସନ ଗଡ଼ତିଆ, ଦିନବନ୍ଧୁ ସାହୁ, ନୀଳାଦ୍ରି ଗଡ଼ତିଆ, ନିରଞ୍ଜନ ଗଡ଼ତିଆ, ବୈଶାଖ ପ୍ରଧାନ, ଦାଶରଥି ଦେହୁରି, ପ୍ରକାଶ ନାୟକ, ବଇରି ଛତ୍ରିଆ, ବାବୁଲି ବେହେରା, ଟାପଢୋଲ ଗ୍ରାମର ଲୋକନାଥ ବେହେରା, ସୁଲୋଚନା ଦେହୁରି, କାମିନି ଦେହୁରି, ଗେଧିଲିମୁଣ୍ଡା ଗ୍ରାମର ପ୍ରଶାନ୍ତ ସାହୁ, ଦୁଃଖିରାମ ସାହୁ, ଟାକରସିଙ୍ଗା ଗ୍ରାମର ଶାନ୍ତି ବେହେରା, ବନମାଳୀ ଗଡ଼ନାୟକ, ମହର୍ଗା ନାୟକ, କଂସ ଦେହୁରିଙ୍କ ୪୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ଦଳି ନଷ୍ଟ କରି ଦେଇଛନ୍ତି। ଚଳିତ ବର୍ଷ ଧାନ ଚାଷ ଭଲ ହୋଇଥିବାବେଳେ ହାତୀ ଉପଦ୍ରବ ଯୋଗୁ ଚାଷୀମାନେ କିଭଳି କରିଥିବା ଋଣ ସୁଝିବେ ସେ ନେଇ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି। ହାତୀ ଘଉଡ଼ାଇବା ପାଇଁ ବହୁବାର ପାଇକସାହି ଗ୍ରାମବାସୀ ଧଣ୍ଡାତୋପା ବନବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧଣ୍ଡାତୋପା ରେଞ୍ଜ କାର୍ଯ୍ୟାଳୟକୁ ଖୁବଶୀଘ୍ର ଘେରାଉ କରାଯାଇ ଆନ୍ଦୋଳନ କରାଯିବ ବୋଲି ଟାରଢୋଲ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ନେଇ ଧଣ୍ଡାତୋପା ରେଞ୍ଜର ରାହାସ ସାହୁ କହିଛନ୍ତି, ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଏକ ଟିମ ମଧ୍ୟ ଗଠନ କରାଯାଇଛି। ହାତୀକୁ ଜଙ୍ଗଲକୁ ଘଉଡ଼ାଯାଉଥିବାବେଳେ ସେମାନେ ପୁଣି ଗ୍ରାମାଭିମୁଖୀ ହେଉଛନ୍ତି। ଖୁବଶୀଘ୍ର ହାତୀକୁ ଘଉଡ଼ାଯିବାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଯୋଗାଇ ଦିଆଯିବ।


All Right Reserved By Dharitri.Com

କାଗଜକଲମରେ ସୀମିତ ବିଜୁ ପକ୍କାଘର: ଇନ୍ଦିରା ଆବାସ ଯୋଜନା ଦିଗହରା

ତେଲକୋଇ, ୨୮।୬(ଡି.ଏନ.ଏ.)- ତେଲକୋଇ ଅଞ୍ଚଳର ଆଦିବାସୀବହୁଳ ଅଞ୍ଚଳରେ ବିଜୁ ପକ୍କାଘର, ଇନ୍ଦିରା ଆବାସ ଯୋଜନା ଦିଗହରା ହୋଇପଡିଛି । ଏହି ଅଞ୍ଚଳରେ ଉକ୍ତ ଯୋଜନା କେବଳ...

ଭିଜିଲାନ୍ସ ହାତରେ ବିଞ୍ଝାରପୁରର ଏଏସ୍‌ଆଇ

ବିଞ୍ଝାରପୁର,୧୪।୧୧(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଜାରପୁର ଥାନାର ଏଏସ୍‌ଆଇ ଯୁଧିଷ୍ଟର ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଥାନା କେଶ ନଂ ୩୭/୧୯ରେ ଚାର୍ଜସିଟ୍‌ କୋହଳ କରିବାକୁ ବାଇଧର...

ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପ୍ରସଙ୍ଗ: ପୁଞ୍ଜି ଲଗାଇ ପୁନରୁଦ୍ଧାର କରାଯାଇପାରନ୍ତା: ଶ୍ରୀକାନ୍ତ

ଭୁବନେଶ୍ୱର,୧୩ା୧(ବ୍ୟୁରୋ) କେନ୍ଦ୍ର କ୍ୟାବିନେଟ୍‌ ନିକଟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ରୁ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଅଂଶଧନରୁ ପୁଞ୍ଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି।...

ଭୁଲ ଇଞ୍ଜେକ୍‌ଶନରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ମେଡିକାଲରେ ଚାପା ଉତ୍ତେଜନା

ଅନୁଗୋଳ ଅଫିସ, ୧୮।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ ଇଞ୍ଜେକ୍‌ଶନ କାରଣରୁ ରୋଗୀଙ୍କ...

ବଢ଼ିଲା ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର, ୨୭।୫(ବ୍ୟୁରୋ): ମଧ୍ୟାହ୍ନଭୋଜନ ପାଇଁ ରାଜ୍ୟ ସରକାର ମଙ୍ଗଳବାର ଦର ବୃଦ୍ଧି କରିଛନ୍ତି। ପ୍ରାଥମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ପାଇଁ ଜଣ ପିଛା ରାଶନ ବାବଦକୁ...

୬ ବର୍ଷରୁ ଅଧିକ ରହିପାରିବେନି ବିଇଓ, ଡିଇଓ ଅଫିସରେ ଥିବା କିରାଣି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୪।୧(ବ୍ୟୁରୋ): ଏଣିକି ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି...

୨୦୨୧ରେ ମହାକାଶକୁ ମଣିଷ ପଠାଇବ ଭାରତ: ଶିବନ

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଜୀବନରେ ରିସ୍କ ନିଅ। ରିକ୍ସ ନ ନେଲେ ଜୀବନରେ କିଛି କରିପାରିବନି। ଭୁବନେଶ୍ୱର ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଇସ୍ରୋ ଅଧ୍ୟକ୍ଷ କେ....

୬୦ବର୍ଷ ବ୍ୟକ୍ତିଙ୍କୁ କାମ କରିବାକୁ ମନା: କାର୍ଯ୍ୟସ୍ଥଳରେ ଗୁଟଖା, ଛେପ ପକାଇବା ଉପରେ କଟକଣା

ଭୁବନେଶ୍ୱର,୧୯।୪(ବ୍ୟୁରୋ): ରାଜ୍ୟରେ ସରକାରୀ ଓ ବେସରକାରୀ ନିର୍ମାଣ କ୍ଷେତ୍ରରେ କୋଭିଡ଼-୧୯ ସଂକ୍ରମଣକୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଏହାକୁ ପାଳନ କରିବା...

Leave a comment

Your email address will not be published. Required fields are marked *