ଏନ୍‌ସେଫାଲାଇଟିସ୍‌ ଜିଲା ଟାସ୍କଫୋର୍ସ ବୈଠକ:୧୧ ନଭେମ୍ବରରୁ ଟିକାକରଣ

ଅନୁଗୋଳ ଅଫିସ, ୧୯ା୧୦

ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଟିକାକରଣ ଅଭିଯାନର ଜିଲା ଟାସ୍କ ଫୋର୍ସ ବୈଠକ ଶୁକ୍ରବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଏଥିରେ ଅଧ୍ୟକ୍ଷତା କରି ଟିକାକରଣ ଅଭିଯାନର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିବା ସହ ଜଣେ ବି ପିଲା ଯେପରି ଏଥିରୁ ବାଦ୍‌ ନ ପଡ଼ନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ବିଶେଷ ଯନତ୍ବାନ ହେବାକୁ ପରାମର୍ଶ ଦେଇଛନ୍ତି। ମିଳିମିଳା ଓ ରୁବେଲା କାର୍ଯ୍ୟକ୍ରମ ଭଳି ଏହି କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସଫଳ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ନଭେମ୍ବର ୧୧ ତାରିଖରୁ ଏହି ଟିକାକରଣ ଅଭିଯାନ ଆରମ୍ଭ ହୋଇ ଡିସେମ୍ବର ୧୦ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ମାଲକାନଗିରିରେ ୨୦୦୪ରେ ମାରାତ୍ମକ ଜାପାନିଜ ଏନ୍‌ସେଫାଲାଇଟିସ୍‌ ରୋଗରେ ୧୦୩ ଜଣ ପିଲା ମୃତ୍ୟୁମୁଖରେ ପଡ଼ିଥିଲେ। ପରେ ରୋଗର ଭୟାବହତା ସମ୍ପର୍କରେ ଜିଲାସ୍ତରରେ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅନୁଗୋଳରେ ଏ ପର୍ଯ୍ୟନ୍ତ କେହି ଆକ୍ରାନ୍ତ ହେବାର ସୂଚନା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲାର ୧୯୬୬ଟି ବିଦ୍ୟାଳୟରେ ୩ ଲକ୍ଷ ୬୪ ହଜାର ପିଲାମାନଙ୍କୁ (୧ରୁ ୧୫ ବର୍ଷ ପର୍ଯ୍ୟନ୍ତ) ଏହି ଟିକା ପ୍ରଦାନ କରାଯିବ। ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ ସବୁସ୍ତରର ଲୋକଙ୍କ ନିକଟରେ କିପରି ସଚେତନତା ବାର୍ତ୍ତା ପହଞ୍ଚିପାରିବ ସେ ଦିଗରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ଅଙ୍ଗନୱାଡି କେନ୍ଦ୍ର ଓ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସର୍ଭେଲାନ୍ସ ମେଡିକାଲ ଅଫିସର ଡା. ସନ୍ତୋଷ କୁମାର ସାହୁ ସାଧନକର୍ମୀ ଭାବେ ଯୋଗଦେଇ ପାୱାର ପଏଣ୍ଟ ମାଧ୍ୟମରେ ଏହି ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ମଶା, ଘୁଷୁରି, ମାଛରଙ୍କା ଚଢେଇ, ବତକ ଏହି ରୋଗର ବାହକ ଅଟନ୍ତି। ଧାନ ଚାଷ ହେଉଥିବା ବିଲରେ ପାଣି ଜମି ରହିଲେ ସେଠାରେ ଏହି ମଶା ସେଠାରେ ବଂଶ ବିସ୍ତାର କରିଥାନ୍ତି ବୋଲି ସେ ପ୍ରକାଶ କରିଥିଲେ। ଜିଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ ଏହି ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅମରେନ୍ଦ୍ରନାଥ ମହାନ୍ତି ଟିକାକରଣ ଅଭିଯାନକୁ ସମ୍ମିଳିତ ଭାବେ ସଫଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ଡା. ରାକେଶ କୁମାର ସାହୁ, ୟୁନିସେଫ୍‌ର ପୁଷ୍ଟି ପରାମର୍ଶଦାତା ପ୍ରିୟବ୍ରତ ଦାସଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଶେଷରେ ଡିପିଏମ୍‌ଏନ୍‌ଏଚ୍‌ଏମ୍‌ ବିଶ୍ୱ ରଞ୍ଜନ ରଥ ଧନ୍ୟବାଦ ଦେଇଥିଲେ।


All Right Reserved By Dharitri.Com

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

ବଢ଼ିବ ଟୋଲ ଫି: ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଲା ଓବିସିସି

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ରାଜ୍ୟରେ ମହଙ୍ଗା ହେବ ଟୋଲ ଟିକସ। ଗାଡି ଚାଳକଙ୍କୁ ଅଧିକ ଟିକସ ଦେବାକୁ ପଡିବ।୨୦୦୬ରେ ଧାର୍ଯ୍ୟ ହୋଇଥିବା ଟୋଲ ଟିକସରେ ସଂଶୋଧନ କରାଯିବ। ଓଡ଼ିଶା...

ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ : ଏସ୍‌ଆଇଙ୍କ ହାତକୁ କାମୁଡ଼ି ଦେଲେ, ୧୦ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୬ା୧୦(ଡି.ଏନ.ଏ.)- ଜୁଆ ଖେଳ ଚାଲିଥିବାବେଳେ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଜୁଆଡି। ଏଭଳି ଘଟଣା...

୧୫ଶହ କୋଟିର ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ୨୦୨୩ ହକି ବିଶ୍ୱକପ୍‌ ସୁନ୍ଦରଗଡ଼ରେ ଆୟୋଜନ ପାଇଁ ନିଷ୍ପତ୍ତି

ସୁନ୍ଦରଗଡ, ୩।୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଇଛନ୍ତି। ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୧୫ଶହ କୋଟିରୁ ଊର୍ଦ୍ଧ୍ୱ...

ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର

ମାଲକାନଗିରି,୧୩।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ...

ଇଦ୍‌-ଉଲ୍‌-ଜୁହା : ଜମୁଛି ଖାଦ୍ୟର ଆସର

ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ଦୁଇ ପର୍ବ ହେଉଛି ଇଦ୍‌-ଉଲ-ଫିତର ଓ ଇଦ୍‌-ଉଲ-ଜୁହା। ସୋମବାର ଇଦ-ଉଲ-ଜୁହା। ପବିତ୍ର ରମଜାନ ମାସର ଶେଷ ଦିନ ପରେ ଇଦ୍‌-ଉଲ-ଫିତର ପାଳନ...

ଯୁକ୍ତ୨ ନାମଲେଖା ଆରମ୍ଭ: ୨୯ରେ ପ୍ରଥମବର୍ଷ ପାଠ ପଢ଼ା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଯୁକ୍ତ୨ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଛି। ଏଥର ଯୁକ୍ତ୨ ପ୍ରଥମବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରୀଛାତ୍ର ଆବେଦନ କରିଥିଲେ।...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭକ୍ତ ଦେଖିପାରିବେ ସବୁଜ ବଳୟ

ପୁରୀ ଅଫିସ, ୧୯।୧୨ : ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ର ଚିତ୍ର ବଦଳିବ। ଏହାର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ଉଚ୍ଛେଦ ଅଭିଯାନ ଜାରି ରହିଥିବାବେଳେ କେତେକ କାମ...

Leave a comment

Your email address will not be published. Required fields are marked *