ପାସେଞ୍ଜର ଯାନ ବିକ୍ରି ୨୦% କମିଲା

ନୂଆଦିଲ୍ଲୀ,୧୯-୧୦: ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ମଧ୍ୟରେ ପାସେଞ୍ଜର ଯାନ ବିକ୍ରି ୨୦% ହ୍ରାସ ଘଟିଛି। ଏହି ସମୟରେ ଯାନ ବିକ୍ରି ୨୦.୧% ହ୍ରାସ ଘଟି ୧,୫୭,୯୭୨ ୟୁନିଟ ରହିଛି। ଅଟୋ ନିର୍ମାତାମାନେ ଗ୍ରାହକଙ୍କୁ ଚଳିତ ବର୍ଷ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି। ମାତ୍ର ଗତ ବର୍ଷ ସମାନ ସମୟ ତୁଳନାରେ ଚଳିତ ବର୍ଷ ସେପ୍ଟେମ୍ବରରେ ଯାନ ବିକ୍ରି କମ୍‌ ହୋଇଛି। ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ଯାନ ବିକ୍ରି ପ୍ରଭାବିତ ସ୍ଥିତିରେ ରହିଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ଶୁକ୍ରବାର କହିଛି। ଗତ ବର୍ଷ ସେପ୍ଟେମ୍ବରରେ ଯାନ ବିକ୍ରି ୧,୯୭,୬୫୩ ୟୁନିଟ ରହିଥିଲା।
ଫାଡା ସୂଚନା ମୁତାବକ, ଦୁଇ ଚକିଆ ଯାନ ବିକ୍ରି ୧୨.୧ ହ୍ରାସ ଘଟିଛି। ଗତ ମାସରେ ଏହି ବର୍ଗରେ ବିକ୍ରି ୧୦,୯୮,୨୭୧ ୟୁନିଟ ରହିଛି। ଯାହା ଗତ ବର୍ଷ ସେପ୍ଟେମ୍ବରରେ ୧୨,୪୮,୯୯୮ ୟୁନିଟ ରହିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୮.୫% ଖସିଛି। ଗତ ବର୍ଷ ଏହା ୭୭,୯୮୦ ୟୁନିଟ ଥିବା ବେଳେ ଚଳିତ ବର୍ଷ ୬୩,୫୧୮ ୟୁନିଟକୁ କମିଛି। ଏହି ସମୟରେ ତିନି ଚକିଆ ଯାନ ବିକ୍ରି ୧.୮% ବଢିଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୫୪,୫୬୦ ୟୁନିଟ ରହିଥିଲା। ଯାହା ବଢି ୫୫,୫୫୩ ୟୁନିଟ ରହିଛି। ବିଭିନ୍ନ ବର୍ଗ ଯାନ ବିକ୍ରି କଥା ବିଚାରକୁ ନେଲେ ଏହା ୧୨.୯% ଖସିଛି। ୨୦୧୮ ସେପ୍ଟେମ୍ବରରେ ବିିଭିନ୍ନ ବର୍ଗରେ ୧୫,୭୯,୧୯୧ ୟୁନିଟ ଯାନ ବିକ୍ରି ହୋଇଥିଲା। ଏହା ଗତ ମାସରେ ୧୩,୭୫, ୩୧୪ ୟୁନିଟ ରହିଛି।
ଯାନ ବିକ୍ରି ଏବେ ପ୍ରଭାବିତ ଥିବା ବେଳେ ଆଗାମୀ ଦିନରେ ବିକ୍ରି ଅଭିବୃଦ୍ଧି ନେଇ ଆଶାବାଦୀ ରହିଛୁ ବୋଲି ଫାଡାର ସଭାପତି ଆଶିଷ ହର୍ଷରାଜ କାଲେ କହିଛନ୍ତି। ପାର୍ବଣ ସମୟରେ ଲଗାଣ ବର୍ଷା ଯାନ ବିକ୍ରି ଉପରେ ପଡିଛି। ସରକାର ଘୋଷଣା କରିଥିବା ବିଭିନ୍ନ ପଦକ୍ଷେପ ଏବେ ମଧ୍ୟ ଯାନ ବିକ୍ରି ଉପରେ ଦେଖାଯାଇନାହିଁ ବୋଲି କାଲେ ମତ ଦେଇଛନ୍ତି। ସୂଚନା ଯୋଗ୍ୟ, ଫାଡା ପକ୍ଷରୁ ୧୪୬୧ ଆଟିଓ ମଧ୍ୟରୁ ୧,୧୮୮ରୁ ଡାଟା ସଂଗ୍ରହ କରାଯାଇଛି।


All Right Reserved By Dharitri.Com

ସେନ୍‌ସେକ୍ସ ବୃଦ୍ଧି: ନିବେଶକ ମାଲାମାଲ୍‌

ମୁମ୍ବାଇ ୯-୮: କେନ୍ଦ୍ର ସରକାର ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର୍ସ(ଏଫ୍‌ପିଆଇ)ଙ୍କ ନିବେଶ ଉପରେ ବୃଦ୍ଧି କରିଥିବା ସରଚାର୍ଜକୁ ପ୍ରତ୍ୟାହାର କରିନେବେ ବୋଲି ବିଚାର କରୁଥିବା ସୂଚନା ମିଳିବା...

୫ବର୍ଷରେ ସମ୍ପତ୍ତି ବଢ଼ିଛି ୭୫ ଲକ୍ଷ କୋଟି

ମୁମ୍ବାଇ,୨୪-୫: ଏନ୍‌ଡିଏ ୨୦୧୪ରୁ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଷ୍ଟକ୍‌ ମାର୍କେଟ ସମ୍ପତ୍ତି ୭୫.୨୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ଏହି ସମୟରେ ବେଞ୍ଚମାର୍କ ସେନ୍‌ସେକ୍ସ...

ବିମାନରେ ଆପଲର କିଛି ଲାପ୍‌ଟପ ବ୍ୟାନ୍‌

ନୂଆଦିଲ୍ଲୀ,୨୭-୮: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନରେ ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର ଲାପ୍‌ଟପ୍‌ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍‌ଟପ୍‌ର...

ପ୍ରତ୍ୟକ୍ଷ ଟିକସ ହ୍ରାସ ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ,୩୧।୧୦: ସରକାର ଚଳିତ ବର୍ଷ ପ୍ରତ୍ୟକ୍ଷ ଟିକସ ବା ଆୟକର ହ୍ରାସ ନ କରିପାରନ୍ତି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଟିକସ ହ୍ରାସ ଯୋଗୁ...

କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବଜେଟ

ନୂଆଦିଲ୍ଲୀ, ୨ା୨ (ପି.ଟି.)-କେନ୍ଦ୍ର ସରକାର କ୍ରୀଡ଼ା ପାଇଁ ୨୮୨୬.୯୨ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଗତ ବର୍ଷ ତୁଳନାରେ ଏହା ୫୦ କୋଟି ଟଙ୍କା ଅଧିକ।...

ଆକର୍ଷଣୀୟ ରିହାତି ଦେଉଛି ଦୁରିଆନ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ବ୍ରାଣ୍ଡ ଦୁରିଆନ ପକ୍ଷରୁ ଆକର୍ଷଣୀୟ ରିହାତି ଘୋଷଣା କରାଯାଇଛି। ଏହି ସମୟରେ ଗ୍ରାହକମାନେ ଦୁରିଆନର ଶୋ’ରୁମରେ ଫ୍ଲାଟ ୫୦% ରିହାତି ପାଇ...

୧୮ ଭାରତୀୟ କମ୍ପାନୀ ଫୋର୍ବ୍ସ ତାଲିକାରେ

ନୂଆଦିଲ୍ଲୀ,୨୫-୯: ଫୋର୍ବ୍ସର ସମ୍ମାନିତ କମ୍ପାନୀ ତାଲିକାରେ ୧୮ ଭାରତୀୟ କମ୍ପାନୀ ସ୍ଥାନ ପାଇଛି। ତନ୍ମଧ୍ୟରେ ଆଇଟି କମ୍ପାନୀ ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଏବଂ ଏଫ୍‌ଡିଏଫ୍‌ସି...

ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌...

Leave a comment

Your email address will not be published. Required fields are marked *