Posted inଖେଳ

ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଞ୍ଚି,୧୯।୧୦(ପି.ଟି.)- ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆୟୋଜନ ହେବାକୁ ଯାଉଛି। ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ତେବେ ଅନ୍ତିମ ମ୍ୟାଚ୍‌ ଜିତି ଭାରତ ୩-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ରହିଛି। ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅଂଶବିଶେଷ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌କୁ ଆଦୌ ହାଲ୍‌କାଭାବେ ନେବ ନାହିଁ। ବିଜୟୀ ହେଲେ ଭାରତ ୪୦ ପଏଣ୍ଟ ହାସଲ କରି ତାଲିକାରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିବ। ଅନ୍ୟପଟେ ଅନ୍ତିମ ମ୍ୟାଚ୍‌ ଜିତି ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ ଲକ୍ଷ୍ୟରେ ରହିଛି।
ସିରିଜରେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଦୟନୀୟ ପ୍ରଦର୍ଶନ କରିଛି। ସବୁ ବିଭାଗରେ ଭାରତ ପ୍ରଭାବ ବିସ୍ତାର କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ୨୦୩ ରନରେ ବିଜୟୀ ହୋଇଥିଲା। ସେହିପରି ପୁଣେରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୭ରେ ବିଜୟୀ ହୋଇଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୪ଟି ମ୍ୟାଚ୍‌ ଖେଳି ଏପର୍ଯ୍ୟନ୍ତ ୨୦୦ ପଏଣ୍ଟ ହାସଲ କରିଛି। ଅନ୍ୟପଟେ ଭାରତଠାରୁ ୧୪୦ ପଏଣ୍ଟ କମ୍‌ ପାଇ ନ୍ୟୁଜିଲାଣ୍ଡ ୬୦ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ୬୦ ପଏଣ୍ଟ ପାଇଥିଲେ ମଧ୍ୟ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ଅନ୍ତିମ ଟେଷ୍ଟକୁ ଭାରତ ବେଶ୍‌ ଗୁରୁତ୍ୱ ଦେଉଛି। ତେଣୁ ପୂରା ସାମର୍ଥ୍ୟ ସହ ଭାରତ ପଡିଆକୁ ଓହ୍ଲାଇବ ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି। ବ୍ୟାଟିଂ ଓ ବୋଲିଂରେ ଥିବା ସାମାନ୍ୟ କେତୋଟି ତ୍ରୁଟିକୁ ଭାରତ ସୁଧାରିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ଶତକ ହାସଲ କରିଥିବା ତାରକା ଓପନର ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରେ ଅବଶ୍ୟ ସଫଳ ହୋଇ ପାରି ନ ଥିଲେ। ସେ ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ତାଙ୍କ ସାଥୀ ଓପନର ମୟଙ୍କ ଅଗ୍ରଓ୍ବାଲ ପ୍ରଥମ ଟେଷ୍ଟରେ କ୍ୟାରିୟର ପ୍ରଥମ ଶତକକୁ ଦ୍ୱିଶତକରେ ପରିଣତ କରିଥିଲେ। ଏଥି ସହିତ ଦ୍ୱିତୀୟ ଟେଷ୍ଟରେ ସେ ଆଉ ଏକ ଶତକ ଅର୍ଜନ କରିଥିଲେ। ତେବେ ଦ୍ୱିତୀୟ ଟେଷ୍ଟରେ କୋହଲି ୨୫୪ ରନର ଦ୍ୱିଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକାଗ୍ରହଣ କରିବା ସହ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ସିରିଜରେ ଏପର୍ଯ୍ୟନ୍ତ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଏଥର ସେ ଶତକ ହାସଲ କରିବେ ବୋଲି ଆଶା କରାଯାଉଛି। ଗତ ଦୁଇଟି ଯାକ ଟେଷ୍ଟରେ ଭାରତ ମାତ୍ର ୧୬ ଉଇକେଟ ହରାଇ ଆଧିପତ୍ୟ ଜାହିର କରିଛି। ଟସ୍‌ ଜିତିବା ମଧ୍ୟ ଭାରତ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥିଲା। ଏଥର ଭାଗ୍ୟ ସହାୟ ହେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ଟସ୍‌ ଜିତିବେ। ଦକ୍ଷିଣ ଆଫ୍ରିକାର ଗତ ଭାରତ ଗସ୍ତରେ ସ୍ପିନରମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଏଥର କିନ୍ତୁ ଉଭୟ ଦ୍ରୁତ ବୋଲର ଓ ସ୍ପିନର ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ୨୨ ରନ ଦେଇ ଦ୍ରୁତ ବୋଲର ଉମେଶ ଯାଦବ ୩ ଉଇକେଟ ଅକ୍ତିଆର କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଇକେଟକିପର ରିଦ୍ଧିମାନ ଶାହା ମଧ୍ୟ କୋତୋଟି ଦର୍ଶନୀୟ କ୍ୟାଚ୍‌ ନେଇଛନ୍ତି। ହନୁମା ବିହାରୀଙ୍କୁ ବସାଇ କୋହଲି ଅତିରିକ୍ତ ଦ୍ରୁତ ବୋଲର ଭାବେ ଉମେଶଙ୍କୁ ଖେଳାଇଥିଲେ। ଅନ୍ତିମ ଟେଷ୍ଟରେ କୋହଲି ଅନ୍ତିମ ଏକାଦଶ ନେଇ କି ନିଷ୍ପତ୍ତି ନେବେ ତାହା କହିବା ମୁସ୍କିଲ।
ରାଞ୍ଚିରେ ବଲ୍‌ ସ୍ପିନ୍‌ କରିବ ବୋଲି ଡୁପ୍ଲେସି କହି ସାରିଛନ୍ତି। ତେଣୁ ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବ ଖେଳିବା ଆଶା କରାଯାଉଥିଲା। ତେବେ କୁଲଦୀପ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା କାରଣରୁ ଦଳରୁ ବାଦ ପଡିଛନ୍ତି। ଫଳରେ ତାଙ୍କ ସ୍ଥାନରେ ଝାଡଖଣ୍ଡ ବାମହାତୀ ସ୍ପିନର ଶାହବାଜ ନଦିମଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ଓ ସେ ଅନ୍ତିମ ଏକାଦଶରେ ସାମିଲ ହେବେ ବୋଲି ଆଶା କରାଯାଉଛି।
ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଲଢେଇ କରିଥିଲେ ମଧ୍ୟ ପୁନେରେ ହାତ ଟେକିଦେଇଥିଲେ। କେବଳ ଟେଲଏଣ୍ଡର କିଛି ମାତ୍ରାରେ ସଂଘର୍ଷ କରିଥିଲେ। ଡିନ୍‌ ଏଲଗାର, କ୍ୱିଣ୍ଟନ ଡି କକ ଓ ଟେମ୍ବା ବଭୁମା ଭଲ ପ୍ରଦର୍ଶନ କରିବାକୁ ଡୁପ୍ଲେସି ଆହ୍ବାନ ଦେଇଛନ୍ତି। ଇଞ୍ଜୁରି କାରଣରୁ ଓପନର ଏଡେନ ମାରାକ୍ରାମ ଦଳରୁ ବାଦ ପଡିଛନ୍ତି। ଫଳରେ ଦଳର ଚିନ୍ତା ବଢିଯାଇଛି।
କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଅନରିଚ ନୋର୍ଜ ଏପର୍ଯ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ ହୋଇ ନାହାନ୍ତି ଓ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଅଭିଜ୍ଞ ସ୍ପିନର କେଶବ ମହାରାଜ ଦଳରୁ ବାଦ୍‌ ପହିଥିବାରୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଦକ୍ଷିଣ ଆଫ୍ରିକା ପାଇଁ କଷ୍ଟକର ହେବ।
ଭାରତୀୟ ଦଳ: ବରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଶାହବାଜ ନଦିମ, ଉମେଶ ଯାଦବ, ଇଶାନ୍ତ ଶର୍ମା, ରିଷଭ ପନ୍ତ ଓ ଶୁବମନ ଗିଲ।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା (ଉପ ଅଧିନାୟକ), ଥେଉନିସ ଡି ବୁଇନ୍‌, କ୍ୱିଣ୍ଟନ ଡିକକ୍‌, ଡିନ ଏଲଗାର, ଜୁବେର ହମଜା, ଜର୍ଜ ଲିଣ୍ଡ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ୍‌ ପିଟ୍‌, କାଗିସୋ ରାବାଡ଼ା ଓ ରୁଡି ସେକେଣ୍ଡ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ରାଞ୍ଚି
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


All Right Reserved By Dharitri.Com

Posted inଖେଳ View All

ଧୋନୀ ମର୍ସିଡିଜ୍‌, ମନୀଷ ପାଣ୍ଡେ ଅଲଟୋ କାର୍‌

ନୂଆଦିଲ୍ଲୀ, ୪।୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜକୁ ଭାରତ ୫-୦ରେ କ୍ଲିନ୍‌ସୁଇପ୍‌ କରିଛି। ଏହି ଐତିହାସିକ ବିଜୟ ପରେ କେ.ଏଲ. ରାହୁଲ ଏବଂ ରୋହିତ ଶର୍ମାଙ୍କୁ...

ମ୍ୟାଚ୍‌ ପରେ କୋହଲିଙ୍କୁ ଆଶୀର୍ବାଦ ଦେଉଥିବା ଏହି ମହିଳା ଜଣଙ୍କ କିଏ ଜାଣନ୍ତୁ

ବର୍ମିଂହାମ,୩।୭: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ଭାରତୀୟ ଜିମ୍ନାଷ୍ଟିକ ଦଳରେ ରାକେଶ ପାତ୍ର

ନୂଆଦିଲ୍ଲୀ, ୧୨।୬(ପି.ଟି.): ମଙ୍ଗୋଲିଆର ଉଲ୍ଲାନବାତରଠାରେ ଆସନ୍ତା ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସିନିୟର ଏସିଆନ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ ଚାମ୍ପିୟନଶିପ୍‌ ପାଇଁ ବୁଧବାର ଭାରତୀୟ...

ଜେଟ୍‌ଲୀଙ୍କ ପାଇଁ କଳା ଆର୍ମ ବ୍ୟାଣ୍ଡ୍‌ ପିନ୍ଧିଲେ ଭାରତୀୟ ଖେଳାଳି

ନର୍ଥ ସାଉଣ୍ଡ, ୨୫।୮ (ପି.ଟି.)- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ କ୍ରିକେଟ ପ୍ରଶାସକ ଅରୁଣ ଜେଟ୍‌ଲୀଙ୍କର ଶନିବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ସମ୍ମାନ ଜଣାଇ...

ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ

ହାମିଲଟନ,୨୯।୧- ଏଠାରେ ଚାଲିଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୮।୨(ସ୍ପୋଟର୍‌ସ ବ୍ୟୁରୋ)- ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍‌କସ୍‌...

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ...

ବ୍ୟାଡ୍‌ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ତତ୍ପରତା

ଭୁବନେଶ୍ୱର,୨୮।୯(ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱରରେ ବ୍ୟାଡ୍‌ମିଣ୍ଟନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଡାଲମିଆ ସିମେଣ୍ଟ୍ସ ଭାରତ ଲିମିଟେଡ ସହାୟତାର ହାତ ବଢ଼ାଇଛି। ଏଥିପାଇଁ ଡାଲମିଆ ସିମେଣ୍ଟ୍ସ ପୁଲେଲା...

Leave a comment

Your email address will not be published. Required fields are marked *