Posted inUncategorized

ରାହୁଲଙ୍କ ବିରୋଧରେ ମାନହାନି ମାମଲା

ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ ସଭାରେ ରାହୁଲଙ୍କ ‘ସବୁ ମୋଦି ଚୋର’ ବୟାନକୁ ନେଇ ଆଇପିସି ଧାରା ୫୦୦ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏପ୍ରିଲ ୨୨ରେ ଏହାର ଶୁଣାଣି କରାଯିବ। ଗୁରୁବାର ସୁଶୀଲ ମୋଦି କହିଛନ୍ତି, ରାହୁଲଙ୍କ ଏଭଳି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପମାନ। ଏହାସହ ମୋଦି ସରନେମ୍‌ ଥିବା ବ୍ୟକ୍ତିଙ୍କ ଭାବନାକୁ ଆଘାତ ଦେଇଛି। ସୂଚନାଯୋଗ୍ୟ, ଉକ୍ତ ସଭାରେ ରାହୁଲ ଗାନ୍ଧୀ ରାଫାଲ ଚୁକ୍ତିରେ ଭ୍ରଷ୍ଟାଚାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦି ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ରୁ ଋଣ ନେଇ ବିଦେଶ ପଳାଇଥିବା ପଳାତକ ଅପରାଧୀ ନୀରବ ମୋଦିଙ୍କୁ ଇସାରାରେ ସବୁ ମୋଦି ଚୋର ବୋଲି କହିଥିଲେ।


All Right Reserved By

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର...

ବାଲିଗୁଡ଼ାରେ ଉପସ୍ଥିତି ଜାହିର କଲେ ମାଓବାଦୀ: ଗଛ ପକାଇ ରାସ୍ତା ଅବରୋଧ କଲେ

ବାଲିଗୁଡ଼ା,୧୪ା୫(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀମାନେ ପୁଣି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି। ସୋମବାର ମଧ୍ୟ  ରାତିରେ ବାଲିଗୁଡ଼ା- କଣ୍ଟାମାଳ ମୁଖ୍ୟରାସ୍ତାର ପରୁଭଟ୍ଟା ଘାଟିରେ...

ବର୍ଷାଦିନରେ କେଶର ଯତ୍ନ

ବର୍ଷାଦିନରେ ବଢ଼ୁଥିବା କେଶ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଆପଣଙ୍କୁ କେତୋଟି ଉପାୟ ଦିଆଯାଉଛି ଯାହାକୁ ଆପଣାଇ ହେବେ ଟେନସନ୍‌ ଫ୍ରି । ଜାଣନ୍ତୁ...

ରୋଡ୍‌ଶୋ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଦ୍ରକ ଅଫିସ, ୨୩।୪ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ସୋମବାର ପୂର୍ବାହ୍ନରେ ପ୍ରଦୀପ ଦୀକ୍ଷିତ(୨୭) ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ...

ବିଶ୍ୱକପ୍‌: କରୁଣାରତ୍ନେ ଶ୍ରୀଲଙ୍କା ଅଧିନାୟକ

କଲମ୍ବୋ,୧୮।୪(ପି.ଟି.)- ଆଗାମୀ ବିଶ୍ୱକପ୍‌ ପାଇଁ ଗୁରୁବାର ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି। ତେବେ ଦଳ ଘୋଷଣା ହେବା ପୂର୍ବରୁ ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କଠାରୁ...

୧୮ରେ ୨ ବୁଥ୍‌ରେ ସାନି ମତଦାନ: ମାଲକାନଗିରି ଏମ୍‌.ପି.ଭି. ୬୫ର ୨୫୪ନଂ ବୁଥ୍‌ ଓ ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌ବ୍ରହ୍ମପୁର ସିଟି ହାଇସ୍କୁଲ ୬୩ନଂ ବୁଥ୍‌

ମାଲକାନଗିରି,(ସ୍ବ.ପ୍ର.)/ବ୍ରହ୍ମପୁର ଅଫିସ, ୧୬ା୪: ମାଲକାନଗିରି ଜିଲାର ମାଲକାନଗିରି ନିର୍ବାଚନ ମଣ୍ଡଳୀର ୨୫୪ନଂ ବୁଥରେ ସାନି ମତଦାନ ପାଇଁ କେନ୍ଦ୍ର ନିର୍ବାଚନ ଆୟୋଗ ଆସନ୍ତା ୧୮ ତାରିଖକୁ...

ଗୃହିଣୀଙ୍କ ପାଇଁ.

ଆଳୁକୁ ରୋଷେଇ କରିବା ପୂର୍ବରୁ ଚୋପା ଛଡାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଲେ ତାହା ଜଲ୍‌ଦି ସିଝିଯାଏ। ସିଝା ଆଳୁ ଯଦି ପୁରୁଣା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *