ମୋଦିଙ୍କର ଅର୍ଥନୀତିରେ ଜ୍ଞାନ ନାହିଁ: ରାହୁଲ

ହରିୟାଣା,୧୮।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ଷ୍ଟାର ପ୍ରଚାରକମାନେ ମଇଦାନକୁ ଓହ୍ଲାଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣାର ସୋନିପଥରେ ବିରୋଧୀ କଂଗ୍ରେସ ଉପରେ ଖୁବ୍‌ ବର୍ଷିଥିଲେ। ସେଠାରେ ସେ ଏକ ରାଲିରେ ସମ୍ବୋଧନ ଦେବା ଅବସରରେ କଂଗ୍ରେସ ଅନୁଚ୍ଛେଦ ୩୭୦କୁ ବିରୋଧ କରୁଥିବା ନେଇ ମୋଦି କହିଥିଲେ କଂଗ୍ରେସକୁ ନା ଭାରତର ଏକତାର ଚିନ୍ତା ଅଛି ନା ସମ୍ବିଧାନର ଚିନ୍ତା। ହେଲେ କଂଗ୍ରେସର ଯେଉଁ ଅହଂକାର ଥିଲା ତାକୁ ମାଟିରେ ମିଶାଇ ଦେଇଛନ୍ତି ହରିୟାଣାବାସୀ। ଏବେ ଏହାର ଉତ୍ତର ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି ମୋଦିଙ୍କର ଅର୍ଥନୀତିରେ ସାମାନ୍ୟତମ ଜ୍ଞାନ ନାହିଁ। ନଚେତ୍‌ ଦେଶର ଅର୍ଥନୀତି ଏବେ ଏତେ ଖରାପ ପରିସ୍ଥିତିକୁ ଗତି କରି ନ ଥାଅନ୍ତା। ସେ କହିଛନ୍ତି ୨୦୧୪ ପରେ ସେ ଆମେରିକାର ୨-୩ଜଣ ଅର୍ଥନୀତିଜ୍ଞଙ୍କୁ ଭେଟିଥିଲେ। ଆଉ ସେମାନଙ୍କର ମତ ଥିଲା କି ୨୦୦୪-୨୦୧୪ ମଧ୍ୟରେ ଭାରତର ଅର୍ଥନୀତି କେବଳ ମନରେଗା ଓ ଫାର୍ମ ଲୋନ ଓ୍ବିଭର ପାଇଁ ଭଲ ଥିଲା। ଯାହା ମୋଦି ସରକାରଙ୍କ ଅମଳରେ ଭୁଷୁଡି ପଡିଛି ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଖାଦ୍ୟଶସ୍ୟ ବ୍ୟାଙ୍କ: ଗରିବ ଲୋକଙ୍କୁ ଉଧାରରେ ଦେଉଛି ଡାଲି ଚାଉଳ

ପ୍ରୟାଗରାଜ୍‌,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜ୍‌ ଜିଲାରେ ଗରିବଙ୍କୁ ସହାୟତା ପାଇଁ ଖାଦ୍ୟଶସ୍ୟ ବ୍ୟାଙ୍କ ସ୍ଥାପନ କରାଯାଇଛି। ଏହାର ୭୦ଟି ଶାଖା ଜିଲାରେ କାର୍ଯ୍ୟକରୁଛି। କୌଣସି କାମ ଧନ୍ଦା...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: କର୍ନାଟକରେ କଡ଼ା ସୁରକ୍ଷା

ବେଙ୍ଗାଲୁରୁ,୧୮ା୮(ପି.ଟି.): ଦକ୍ଷିଣ ଭାରତୀୟ ରାଜ୍ୟ କର୍ନାଟକରେ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ସେଠାର ବୃହତ୍‌ ସହରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା...

ପ୍ରଫୁଲ୍ଲ ମଲ୍ଲିକ ୮୧୯୬ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୫ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୩୫,୨୬୬ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

ପ୍ରଫୁଲ୍ଲ ମଲ୍ଲିକ ୧୦୯୦୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୬ତମ ରାଉଣ୍ଡ ଫଳାଫଳ ପଦାକୁ ଆସିଛି। ୬୨,୫୬୬ ଖଣ୍ଡ ଭୋଟ ସହ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ...

ଭାରତରେ ଅନୁପ୍ରବେଶ ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ‘ମୁନ୍‌ ମିଶନ୍‌’

ଶ୍ରୀନଗର,୩୦।୯: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଡେଇଁ ଅନୁପ୍ରବେଶ ପାଇଁ ଆତଙ୍କବାଦୀମାନେ ‘ମୁନ୍‌ ମିଶନ୍‌’ ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ୟଦିନ ତୁଳନାରେ ପୂର୍ଣ୍ଣିମା ରାତିରେ ଆତଙ୍କବାଦୀମାନେ ଭାରତରେ...

ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା...

ଅପରାହ୍ନ ୪ଟା ସୁଦ୍ଧା ୪୨.୭ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ପାଇଁ ଶନିବାର ସକାଳେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଗତ ବିଧାନସଭା ନିର୍ବାଚନ ତୁଳନାରେ ଏଥର ମତଦାନ ହାର କମ୍‌...

ତାମିଲନାଡୁରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ବନ୍ଦ

ଚେନ୍ନାଇ,୩୦।୧୦: ତାମିଲନାଡୁର ମଦୁରେ ଏବଂ ରାମନାଥପୁରମ ସମେତ ଅନେକ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ...

Leave a comment

Your email address will not be published. Required fields are marked *