ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀ କଂଗ୍ରେସ ଉପରେ ବର୍ଷିଛନ୍ତି। ମହାରାଷ୍ଟ୍ର ରାଜୁରରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ଶାହ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ବିରୋଧୀ ଏବେବି ଭାଜପାକୁ ନିନ୍ଦା କରୁଛି। ହେଲେ ୧୯୯୦ରୁ ଏହି ଅନୁଚ୍ଛେଦ ୩୭୦ ପାଇଁ ପ୍ରାୟ ୪୦ ହଜାର ଜନତା ଆତଙ୍କବାଦୀଙ୍କ କବଳକୁ ଚାଲି ଗଲେ। କଂଗ୍ରେସ, ଏନ୍‌ସିପି ଭୋଟବ୍ୟାଙ୍କ ପାଇଁ ଅନୁଚ୍ଛେଦ ୩୭୦ ହଟାଇ ପାରିଲେନି। ହେଲେ ଭାଜପା ଭୋଟବ୍ୟାଙ୍କ ପାଇଁ ନୁହେଁ ବରଂ ଦେଶହିତ ପାଇଁ କାର୍ଯ୍ୟକରେ ବୋଲି ଶାହ କହିଛନ୍ତି। ମୋଦି ଜୀ ଗୋଟିଏ ଝଟ୍‌କାରେ ଅନୁଚ୍ଛେଦ ୩୭୦ ହଟାଇ ଦେଲେ। ହେଲେ ଶରଦ ପାଓ୍ବାର କହିଛନ୍ତି ତାଙ୍କ ଦଳ ବିଜୟ ଲାଭ କଲେ ପୁଣିଥରେ ଅନୁଚ୍ଛେଦ ୩୭୦ ଫେରାଇ ଆଣିବେ। ରାହୁଲ ବାବାଙ୍କ ପାଖରେ ଯଦି ଏତେ ଶକ୍ତି ଅଛି ତେବେ ସେ ଅନୁଚ୍ଛେଦ ୩୭୦ ଫେରାଇ ଦେଖାନ୍ତୁ ବୋଲି ଶାହ କହିଛନ୍ତି।


All Right Reserved By Dharitri.Com

ସେୟାର ବଜାରରେ ମୋଦି ଲହର୍‌ ଜାରି: ସେନସେକ୍ସ ୪୦ ହଜାର ଟପିଲା

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍‌ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍‌ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର...

‘ମାରବତ ଫେଷ୍ଟିଭାଲ’ରେ ପାକିସ୍ତାନକୁ ଟାର୍ଗେଟ କଲେ ସାଧାରଣ ଜନତା

ନାଗପୁର,୩୧।୮: ମହାରାଷ୍ଟ୍ରର ନାଗପୁରରେ ଶନିବାର ‘ମାରବତ ଫେଷ୍ଟିଭାଲ’ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ନିଆର ପର୍ବ ନାଗପୁରର ଏକ ସ୍ବତନ୍ତ୍ର ପରିଚୟ ବୋଲି କୁହାଯାଏ। ଚଳିତ...

ବାବର ମସଜିଦ୍‌ ନିର୍ମାଣ କରିଥିଲେ: ଏହାର ନାହିଁ ପ୍ରମାଣ

ନୂଆଦିଲ୍ଲୀ,୧୩।୮: ଅଯୋଧ୍ୟାର ରାମଜନ୍ମ ଭୂମି-ବାବରୀ ମସଜିଦ୍‌ ମାମଲାରେ ମଙ୍ଗଳବାର ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ସି. ବୈଦନାଥନ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ...

ଗନ୍‌ ପଏଣ୍ଟ୍‌ରେ ଯାନବାହନ ଚେକିଂ କରୁଛି ଉତ୍ତରପ୍ରଦେଶ ପୋଲିସ୍‌: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୨୫।୬: ପୂର୍ବରୁ ଉତ୍ତରପ୍ରଦେଶର ଜଣେ ହାବିଲଦାର୍‌ ଚୋରଙ୍କ ପିଛା କରୁଥିବା ସମୟରେ ବନ୍ଧୁକ ନ ଫୁଟିବାରୁ ପାଟିରେ ଠାଏ ଠାଏ କହୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ...

ବାହୁବଳୀ ଅଭିନେତାଙ୍କ ନାଁରେ ମାମଲା

ହାଇଦ୍ରାବାଦ,୮।୮: ବାହୁବଳୀ ଫିଲ୍ମର ଅଭିନେତା ମଧୁ ପ୍ରକାଶଙ୍କ ନାଁରେ ବୁଧବାର ଏକ ମାମଲା ରୁଜୁ ହୋଇଛି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ପ୍ରକାଶଙ୍କ ନାଁରେ ମାମଲା...

ସିଏଏକୁ ସମର୍ଥନ କରିପାରେ ଶିବସେନା: ‘ସାମନା’ ଦେଲା ସଙ୍କେତ

ମୁମ୍ବାଇ,୨୫।୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ହୋଇଥିବା ବିବାଦ ସମସ୍ତଙ୍କୁ ଜଣା। କାହିଁକିନା ଭାଜପା ସହ ମତଭେଦ...

ଜେଟଲୀ ଥିଲେ ଜଣେ କବି

ନୂଆଦିଲ୍ଲୀ,୨୪।୮: ଚିରନିଦ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ଶୂନ୍ୟସ୍ଥାନ।...

ଲାଲା ଲଜପତ ରାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବାଧିନତା ସଂଗ୍ରାମୀ ଲାଲା ଲଜପତ ରାଏଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୋଦି କହିଛନ୍ତି ରାଷ୍ଟ୍ର...

Leave a comment

Your email address will not be published. Required fields are marked *