Posted inଖେଳ

ଇର୍‌ଫାନଙ୍କ ନୂଆ ଇନିଂସ

ଏକଦା ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିବେଚିତ ହେଉଥିବା ଇରଫାନ ପଠାନଙ୍କ ଖେଳ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଜମ୍ମୁ ଓ କଶ୍ମୀର ଦଳର କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି ଏହି ବାମହାତୀ ଷ୍ଟାଇଲିଶ୍‌ ଖେଳାଳି। ତାଙ୍କ କ୍ୟାରିୟର ଏବେ ଏକ ଭିନ୍ନ ମୋଡ଼ ନେବାକୁ ଯାଉଛି। ସେ ଚଳଚ୍ଚିତ୍ରରେ ପଦାର୍ପଣ କରି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଇରଫାନ ଏକ ତାମିଲ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସୁଛନ୍ତି ବୋଲି ତରନ ଟୁଇଟ୍‌ କରି ଜଣାଇଛନ୍ତି। ଚଳଚ୍ଚିତ୍ରର ନାମକରଣ ହୋଇ ନାହିଁ। ତେବେ ସେ ବିକ୍ରମଙ୍କ ସହିତ ତାମିଲ ଚଳଚ୍ଚିତ୍ରରେ କାମ କରିବାକୁ ଯାଉଛନ୍ତି ବୋଲି ତରନ ଉଲ୍ଲେଖ କରିଛନ୍ତି। ଅଜୟ ଜ୍ଞାନମୁଥୁ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ। ଏହି ଚଳଚ୍ଚିତ୍ର ଲଳିତ କୁମାରଙ୍କ ସେବନ ସ୍କିନ ଷ୍ଟୁଡିଓ ଦ୍ୱାରା ପ୍ରାୟୋଜିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଭାରତ ପକ୍ଷରୁ ଇରଫାନ ୨୯ ଟେଷ୍ଟ ୧୨୦ ଏକଦିବସୀୟ ଏବଂ ୨୪ଟି ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୧୦୦ରୁ ଊର୍ଦ୍ଧ୍ୱ ଉଇକେଟ ମଧ୍ୟ ନେଇଛନ୍ତି। ଏହା ବ୍ୟତୀତ ଏକଦିବସୀୟ କ୍ରିକେଟରେ ୧୭୩ ଓ ଟି୨୦ରେ ୨୮ଟି ଉଇକେଟ ଅକ୍ତିଆର କରିଛନ୍ତି। ଟେଷ୍ଟରେ ଇରଫାନ ଗୋଟିଏ ଶତକ ସହ ୧୧୦୫, ଏକଦିବସୀୟରେ ୧୫୪୪ ଏବଂ ଟି୨୦ରେ ୧୭୨ ରନ ସ୍କୋର କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଚର୍ଚ୍ଚାରେ ଡ୍ରାଭିଡ୍‌ଙ୍କ ପୁଅ ସମିତ

ନୂଆଦିଲ୍ଲୀ, ୧୯।୨- ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରାହୁଲ ଡ୍ରାଭିଡ୍‌ଙ୍କ ପୁଅ ସମିତ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛନ୍ତି। ଦୁଇମାସ ବ୍ୟବଧାନରେ ୨ଟି ଦ୍ୱିଶତକ ହାସଲ କରି...

ଅମ୍‌ଲାଙ୍କ ସନ୍ନ୍ୟାସ

ଜୋହାନ୍ସବର୍ଗ,୯।୮- ଦକ୍ଷିଣ ଆଫ୍ରିକା ଦଳର ଓପନିଂ ବ୍ୟାଟ୍ସମ୍ୟାନ ହାସିମ ଅମ୍‌ଲା ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହ ତାଙ୍କ ୧୫...

ଓ୍ବାଇଡ୍‌ ଯୋଗୁ ହ୍ୟାଟ୍ରିକରୁ ବଞ୍ଚିତ ହେଲେ ଦୀପକ

ନୂଆଦିଲ୍ଲୀ,୧୩।୧୧-  ୨୭ ବର୍ଷୀୟ ଭାରତୀୟ ମଧ୍ୟଗତିର ବୋଲର ଦୀପକ ଚହର ୩ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିବାରୁ ଅଳ୍ପକେ...

ଅତୁଲ ଜିତିଲେ ମଶଲ୍‌ ମାନିଆ ଏସିଆନ୍‌ ଟାଇଟଲ୍‌

କଟକ ଅଫିସ, ୧୮।୧୨- ସିଙ୍ଗାପୁରଠାରେ ଅନୁଷ୍ଠିତ ମଶଲ ମାନିଆ(ଜୁନିୟର ବର୍ଗ) ଏସିଆନ ଚାମ୍ପିୟନଶିପର ଟାଇଟଲ୍‌ ଜିତିଛନ୍ତି ଓଡ଼ିଶାର ଅତୁଲ କର୍ମକାର। ଏହି ସଫଳତା ସହ ଅତୁଲ...

ଦ୍ରୁତତମ ଓପନର ରୋହିତ

ରାଜକୋଟ,୧୭।୧- ଭାରତୀୟ ଓପନର ରୋହିତ ଶର୍ମା ଶୁକ୍ରବାର ଦ୍ରୁତତମ ଓପନର ଭାବେ ୭ ହଜାର ରନ୍‌ ପୂରଣ କରିଛନ୍ତି। ହାସିମ ଆମଲା, ସଚିନ ତେନ୍ଦୁଲକରଙ୍କ ଭଳି...

ଅନ୍‌ଲାଇନରେ ଟିକେଟ କଳାବଜାର

କଟକ ଅଫିସ,୧୮ା୧୨- ଏବେ ଅନଲାଇନ୍‌ରେ ଉପଲବ୍ଧ ହେଉଛି ବାରବାଟୀ ଟିକେଟ୍‌। ଟିକେଟ୍‌ ବିକ୍ରି ପାଇଁ ହୋଇଥିବା କୌଣସି ଅଫିସିଆଲ ୱେବସାଇଟରେ ଏହା ମିଳୁନ, ବରଂ ପୁରୁଣା...

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ...

କ୍ରିକେଟକୁ ଓ୍ବାସିମ ଜାଫରଙ୍କ ଅଲ୍‌ବିଦା

ମୁମ୍ବାଇ,୭ା୩(ପି.ଟି.)- ପୂର୍ବତନ ଭାରତୀୟ ଓପନର ଓ୍ବାସିମ ଜାଫର ଶନିବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହ ଏକ ଯୁଗର ଅବସାନ ଘଟିଛି। ୪୨...

Leave a comment

Your email address will not be published. Required fields are marked *