Posted inଖେଳ

ଗୋଟିଏ ବର୍ଷରେ ସର୍ବାଧିକ ଶତକ

ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅଧିକ ସଂଖ୍ୟାରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଏକ ବଡ଼ ସଫଳତା। ଏଥିରେ ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି …

କ୍ରିକେଟରେ ଶତକ ହାସଲ କରିବା ଏକ ସ୍ବତନ୍ତ୍ର କଳା। ଅବଶ୍ୟ ସମସ୍ତଙ୍କ ପାଖରେ କଳା ନ ଥାଏ। କେତେଜଣ ହାତଗଣତି ବ୍ୟାଟ୍ସମ୍ୟାନ ନିଜ ଦକ୍ଷତା ଓ ପ୍ରତିଭା ଯୋଗୁ ଅନାୟାସରେ ଗୋଟିଏ ପରେ ଗୋଟିଏ ଶତକ ହାସଲ କରିବାର କ୍ଷମତା ରଖିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକର, ଜ୍ୟାକ କାଲିସ୍‌, ରିକି ପଣ୍ଟିଂ ଓ କୁମାର ସାଙ୍ଗକାରା। ଏହି ବ୍ୟାଟ୍ସମ୍ୟାନମାନେ ଅନ୍ୟମାନଙ୍କ ତୁଳନାରେ ଶତକ ହାସଲ ଦୃଷ୍ଟିକୋଣରୁ ବହୁ ଆଗରେ ରହିଛନ୍ତି। ୨୦୧୯ରେ ଭାରତୀୟ ଓପନର ରୋହିତ ଶର୍ମା ଶତକ ହାସଲ ତାଲିକାରେ ବହୁ ଆଗରେ ରହିଛନ୍ତି। ୩ଟି ଯାକ ଫର୍ମାଟ ଦୃଷ୍ଟିକୋଣରୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ୮ଟି ଲେଖାଏ ଶତକ ହାସଲ କରି ସର୍ବାଗ୍ରେ ରହିଛନ୍ତି।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଅରବିନ୍ଦ ଡି ସିଲଭା (୧୯୯୭), ତିଲକରତ୍ନେ ଦିଲସାନ (୨୦୦୯), ରାହୁଲ ଡ୍ରାଭିଡ୍‌ (୧୯୯୯) ଓ ହାସିମ ଅମଲା (୨୦୧୦)। ଏମାନେ ସମସ୍ତେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦ଟି ଶତକ ହାସଲ କରିଥିଲେ।
ରିକି ପଣ୍ଟିଂ (୧୧ ଶତକ, ୨୦୦୩) ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପରିଗଣିତ ହୁଅନ୍ତି। ସେ ଏକଦା ବିଶ୍ୱ କ୍ରିକେଟରେ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ଥିଲେ। ପୁଲ୍‌ ଶଟ୍‌ ଖେଳିବାରେ ସେ ଧୂରନ୍ଧର ଥିଲେ। କ୍ରମାଗତ ଭାବେ ସ୍ଥିର ପ୍ରଦର୍ଶନ କରି ସେ ଦଳକୁ ବହୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦୁଇଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ୩ଟି ଯାକ ଫର୍ମାଟରେ ସେ ବିଶ୍ୱର ତୃତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଛନ୍ତି। କୁମାର ସାଙ୍ଗକାରା ଓ ସଚିନ ତେନ୍ଦୁଲକରଙ୍କ ପଛରେ ସେ ରହିଛନ୍ତି। ୨୦୦୩ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ୪୫ଟି ମ୍ୟାଚ୍‌ ଖେଳି ୨୬୫୭ ରନ ସଂଗ୍ରହ କରିବା ସହ ୧୧ଟି ଶତକ ଅର୍ଜନ କରିଥିଲେ। ଏଥିରେ ୬ଟି ଟେଷ୍ଟ ଓ ୫ଟି ଦିନିକିଆ ଶତକ ସାମିଲ ରହିଛି। ସେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।
ବିରାଟ କୋହଲି (୨୦୧୭ ଓ ୨୦୧୮ରେ ୧୧ଟି ଶତକ)ଭାରତୀୟ ଅଧିନାୟକ ବିରାଟ୍‌ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ପରିଗଣିତ ହେଉଛନ୍ତି। ପ୍ରତ୍ୟେକ ମ୍ୟାଚ୍‌ ଖେଳିବା ବେଳେ ସେ ରେକର୍ଡ ଭାଙ୍ଗିଥାନ୍ତି। କ୍ରିକେଟର ୩ଟି ଯାକ ଫର୍ମାଟରେ କୋହଲିଙ୍କ ଆଭରେଜ ୫୦ରୁ ଊର୍ଦ୍ଧ୍ୱ ରହିଛି। ଏହା ତାଙ୍କ ପ୍ରଦର୍ଶନରେ ସ୍ଥିରତା ଦର୍ଶାଉଛି। ୨୦୧୭ ଓ ୨୦୧୮ରେ ସେ ୧୧ଟି ଲେଖାଏ ଶତକ ହାସଲ କରିଥିଲେ। ୨୦୧୭େରେ ସେ ୬ଟି ଟେଷ୍ଟ ଓ ୫ଟି ଦିନିକିଆ ଶତକ ଅର୍ଜନ କରିଥିଲେ। ସେହିପରି ୨୦୧୮ରେ ମଧ୍ୟ ସେ ଏହି ପ୍ରଦର୍ଶନକୁ ଦୋହରାଇଥିଲେ। ଚଳିତ ବର୍ଷ ସେ ଏପର୍ଯ୍ୟନ୍ତ ୬ଟି ଶତକ ହାସଲ କରିଛନ୍ତି।
ସଚିନ ତେନ୍ଦୁଲକର (୧୯୯୮ରେ ୧୨ଟି ଶତକ) କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୧୯୯୮ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ବର୍ଷ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨, ୫୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ। ପୁଣି ଏହି ବର୍ଷ ସେ ଦିନିକିଆରେ ରେକର୍ଡ ୯ଟି ଶତକ ଅର୍ଜନ କରିଥିଲେ। ସେ ସବୁ ଫର୍ମାଟ ଦୃଷ୍ଟିକୋଣରୁ ସର୍ବାଧିକ ୨୫୪୧ ରନ ସଂଗ୍ରହ କରିଥିଲେ। ୯ଟି ଦିନିକିଆ ଶତକ ସହ ଟେଷ୍ଟରେ ୩ଟି ଶତକ ହାସଲ କରିଥିଲେ। ସେ ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି।


All Right Reserved By Dharitri.Com

Posted inଖେଳ View All

୨୧ ବର୍ଷରୁ କମ୍‌ ମହିଳା ହକି: ଭାରତକୁ ଚତୁଃରାଷ୍ଟ୍ରୀୟ ଟାଇଟଲ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୫ା୬ (ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ କ୍ୟାଣ୍ଟର ଫିଜରଲାଡ୍‌ ୨୧ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ମହିଳା ହକି ଟାଇଟଲ ହାସଲ...

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ।...

ଓଜନିଆକିଙ୍କୁ ହରାଇଲେ ଆଣ୍ଡ୍ରେସ୍କୁ

ନ୍ୟୁୟର୍କ,୧।୯-ଚଳିତ ୟୁଏସ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୧୫ତମ ସିଡ୍‌ ତଥା କାନାଡାର ବିନାକା ଆଣ୍ଡ୍ରେସ୍କୁ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର...

ଦୂତୀଙ୍କୁ ଏ ବର୍ଷ ମିଳିବ ନାହିଁ ଅର୍ଜୁନ ସମ୍ମାନ

ନୂଆଦିଲ୍ଲୀ,୨୪।୭- ଷ୍ଟାର ସ୍ପିଣ୍ଟର ଦୂତୀ ଚାନ୍ଦ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ଅଧିକାରୀ ହୋଇପାରିବେ ନାହିଁ। ତାଙ୍କ ବ୍ୟତୀତ ପୁରୁଷ ୮୦୦ ମିଟର ଦୌଡ଼ରେ ଏସିଆନ...

କରୋନା ଭାଇରସ୍ ପ୍ରଭାବ: ସଦସ୍ୟ ରାଷ୍ଟ୍ରଗୁଡ଼ିକର ମତାମତ ଲୋଡ଼ିଲା ଆଇଓସି

ପ୍ୟାରିସ, ୨୩ା୩ (ଏଏଫ୍‌ପି)-ସମଗ୍ର ବିଶ୍ୱରେ ଘାତକ କରୋନା ଭାଇରସ୍‌ ଏହାର କାୟା ବିସ୍ତାର କରି ଚାଲିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ଉଚିତ୍‌...

ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌, ରସେଲ

ସେଣ୍ଟ ଜନ୍ସ, ୨୫।୪(ପି.ଟି.)- ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ୱକପ ପାଇଁ ବୁଧବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷିତ ହୋଇଛି। ଇଣ୍ଡିଆନ ପ୍ରିମିୟର...

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ...

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ...

Leave a comment

Your email address will not be published. Required fields are marked *