କଏଦୀଙ୍କ ଫୋନ୍‌ କଲ୍‌ ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ବିଭିନ୍ନ ସମୟରେ କଏଦୀମାନେ ଜେଲ୍‌ ବାହାରର ଅପରାଧୀଙ୍କ ସହ ସମ୍ପର୍କ ରଖନ୍ତି। ଏପରି କି ଜେଲ ଭିତରେ ରହି ବାହାରେ ଅପରାଧ ଘଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥାନ୍ତି। ବାହାର ଅପରାଧୀଙ୍କ ସହ କଏଦୀଙ୍କ ଲିଙ୍କ୍‌ ରହିଥିବା ତଦନ୍ତରୁ ପୋଲିସ ଜାଣିପାରିଲେ ମଧ୍ୟ କିଛି କରିପାରେନାହିଁ। ଏହାକୁ ଦୃଷ୍ଟିରେ ରଖି ଏଣିକି ଜେଲ ଭିତରେ କଏଦୀଙ୍କ ଫୋନ କଲ ଉପରେ ଅଙ୍କୁଶ ଲଗାଇବାକୁ ଜେଲ ବିଭାଗ ଯୋଜନା କରିଛି। କଏଦୀମାନେ ଆଉ ମନ ଇଚ୍ଛା କାହାକୁ ଫୋନ୍‌ କରିପାରିବେ ନାହିଁ। ସେମାନଙ୍କ ପାଇଁ ସ୍ବୟଂ ନିୟନ୍ତ୍ରଣ ଫୋନ ଲଗାଯିବାର ଯୋଜନା କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଜେଲ ବିଭାଗ। ସରକାର ଏହାକୁ ଅନୁମୋଦନ କରିବା ପରେ ଏହା କାର୍ଯ୍ୟକାରୀ କରାଯିବ। ପ୍ରଥମେ ଭୁବନେଶ୍ୱରର ଝାରପଡ଼ା ଓ କଟକର ଚୌଦ୍ୱାର ଜେଲରେ ଏହି ବ୍ୟବସ୍ଥା ହେବ। ଏହା ସଫଳ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଜେଲରେ ଏହା ଲାଗୁ କରାଯିବ। କଏଦୀମାନେ କେଉଁମାନଙ୍କୁ କଲ୍‌ କରି କଥା ହେବେ ସେମାନଙ୍କ ଫୋନ ନମ୍ବର ଜେଲ କର୍ତ୍ତୃପକ୍ଷଙ୍କୁ ଦେବେ। ସେମାନେ କେବଳ ୩ଜଣଙ୍କ ସହ କଥା ହେବାକୁ ଅନୁମମତି ଦିଆଯିବ। ଜେଲ କର୍ତ୍ତୃପକ୍ଷ ଏହି ନମ୍ବରକୁ ଯାଞ୍ଚ କରିବେ। କଏଦୀ ଦେଇଥିବା ନମ୍ବର କେଉଁମାନେ ବ୍ୟବହାର କରୁଛନ୍ତି ତାହାର ତଥ୍ୟ ରଖାଯିବ। ଏହାପରେ କଏଦୀମାନଙ୍କୁ ଫୋନ୍‌ କରିବାକୁ ଅନୁମତି ମିଳିବ। କଏଦୀ କେବଳ ୩ମିନିଟ ଏହି ଫୋନ୍‌ରେ କଥା ହୋଇପାରିବେ। କଏଦୀ କଥା ହେଉଥିବା ବେଳେ ୩ ମିନିଟ ହୋଇଗଲେ ଫୋନ ଆପେ କଟିଯିବ। ଏଥିସହ କଏଦୀ ଯାହା କଥା ହେଉଥିବେ ତାହା ମଧ୍ୟ ରେକର୍ଡ ହୋଇ ରହିଯିବ। ପରେ ଏହି ରେକର୍ଡିଂଙ୍କୁ ଜେଲ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ଯଦି କେହି କଏଦୀ ବାହାରେ ଥିବା କୌଣସି ଅପରାଧୀଙ୍କ ସହ କଥା ହୋଇଥାନ୍ତି ତାହା ଜଣାପଡ଼ିଯିବ। ଏହି ସ୍ବୟଂ ନିୟନ୍ତ୍ରଣ ଫୋନ ବ୍ୟବସ୍ଥା ହେଲେ ଜେଲ ଭିତରେ ରହୁଥିବା କଏଦୀଙ୍କ ଉପରେ ନିୟନ୍ତ୍ରଣ ରହିବ। ଯାହାଫଳରେ ଜେଲ ଭିତରୁ ଯୋଜନା କରାଯାଉଥିବା ଆପରାଧିକ ଷଡ଼ଯନ୍ତ୍ର ଉପରେ ଅଙ୍କୁଶ ଲାଗିପାରିବ ବୋଲି ଜେଲ୍‌ ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି।


All Right Reserved By Dharitri.Com

କାଳିଆ ଯୋଜନା ଅର୍ଥ କାଟ୍‌କୁ ନବନିର୍ମାଣ କୃଷକ ସଂଗଠନର ବିରୋଧ: ଅକ୍ଷୟ କୁମାରଙ୍କୁ ଭେଟିଲେ ତଥାଗତ

ଭୁବନେଶ୍ୱର,୫।୧(ବ୍ୟୁରୋ): କାଳିଆ ଯୋଜନାରୁ ଅର୍ଥ କାଟକୁ ବିରୋଧ କରି ୨୦୧୯ ଡିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୁନ୍ଦରପଦାସ୍ଥିତ ବୀରବନ୍ଧ ରାଜ୍ୟ...

ପ୍ରବଳ ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ...

ଲୋକସେବା ଭବନର କନ୍‌ଭେନଶନ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଲୋକସେବା ଭବନ ପରିସରରେ ନବନିର୍ମିତ ଅତ୍ୟାଧୁନିକ କନ୍‌ଭେନ୍‌ଶନ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ଏହି...

୩ ମାସର ଭଡ଼ା ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ସଂକ୍ରମଣ ଦ୍ୱାରା ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି। ଉଭୟ ସଙ୍ଗଠିତ ଏବଂ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସବୁ ବର୍ଗର ଲୋକ ଆର୍ଥିକ...

ଚାଷୀ ସମସ୍ୟାକୁ ଗୃହରେ ଜୋରଦାର କରିବ କଂଗ୍ରେସ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଚାଲିବ। ଗୃହରେ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ...

ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ’: ଜୁନ୍‌ ୩୦ ଯାଏ ଅଧଘଣ୍ଟା ମାଗଣା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): କରୋନା କଟକଣା ଓ ଲକ୍‌ଡାଉନ୍‌ ସମୟରେ ସାଇକେଲର ଆବଶ୍ୟକତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆସନ୍ତା ସୋମବାରଠାରୁ ପୁଣି ‘ମୋ ସାଇକେଲ’...

ଟ୍ରାଫିକ ସମନ୍ବୟ ବୈଠକ: ଜାତୀୟ ରାଜପଥରେ ଲେନ୍‌ ବ୍ୟବସ୍ଥା ହେବ

ଭୁବନେଶ୍ୱର, ୭ା୯(ବ୍ୟୁରୋ): ରାସ୍ତା ସମସ୍ୟା ଓ ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ନିମନ୍ତେ ଶୁକ୍ରବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସିପି ମୁଖ୍ୟାଳୟରେ...

ଏଡିଜେଙ୍କ କୋର୍ଟରେ ହାଜର ହେଲେ ପୁଞ୍ଜିଲାଲ

ବଲାଙ୍ଗୀର ଅଫିସ/ ପାଟଣାଗଡ଼, ୭ା୩ (ଡି.ଏନ.ଏ.): ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ଼ ଏଡିଜେଙ୍କ...

Leave a comment

Your email address will not be published. Required fields are marked *