Posted inଜାତୀୟ

ରାୟ ନୁହେଁ, ସମାଧାନ ଚାହୁଁ: ସୁନ୍ନି ଓ୍ବାକଫ୍‌ ବୋର୍ଡ

ନୂଆଦିଲ୍ଲୀ,୧୮-୧୦:ଅଯୋଧ୍ୟା ଜମି ବିବାଦ ମାମଲାର ସମସ୍ତ ପକ୍ଷ ସମାଧାନ ପାଇଁ ଏକ ନିଷ୍କର୍ଷରେ ପହଞ୍ଚତ୍ଛନ୍ତି, ଯାହାକି ସମସ୍ତଙ୍କ ପାଇଁ ଜିତିବା ସ୍ଥିତିକୁ ସୁନିଶ୍ଚିତ କରିବ। ଏଥିଲାଗି ସୁପ୍ରିମକୋର୍ଟଙ୍କ ରାୟ ଆବଶ୍ୟକ ହେବ ନାହିଁ ବୋଲି ଉତ୍ତରପ୍ରଦେଶ ସୁନ୍ନି ଓ୍ବାକଫ୍‌ ବୋର୍ଡର ଜଣେ ପ୍ରତିନିଧି କହିଛନ୍ତି। ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଜୁଫର ଅହମଦ ଫାରୁକିଙ୍କ ପକ୍ଷରୁ ଆଇନଜୀବୀ ଶାହିଦ ରିଜ୍‌ଭି କହିଛନ୍ତି, ବୁଝାମଣାର ରୂପରେଖ ଏଭଳି ହୋଇଛି ଯେ କୌଣସି ପକ୍ଷ ହତାଶ ହେବେ ନାହିଁ। ତେଣୁ ମତଭେଦ ଦୂର କରି ଏହି ପୁରୁଣା ବିବାଦର ସମାଧାନ ପାଇଁ ଆମ ସହ ଯୋଗଦେବା ଲାଗି ସମସ୍ତ ପକ୍ଷ (ନିର୍ମୋହୀ ଆଖଡ଼ା ଓ ରାମଲାଲା ବିରାଜମାନ)ଙ୍କୁ ଅନୁରୋଧ କରୁଛୁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ମଧ୍ୟସ୍ଥ କମିଟି ବୁଧବାର ଅଦାଲତରେ ଦାଖଲ କରିଥିବା ରିପୋର୍ଟରେ ଓ୍ବାକଫ୍‌ ବୋର୍ଡର ପ୍ରସ୍ତାବ ମଧ୍ୟ ରହିଥିବା କୁହାଯାଉଛି।


All Right Reserved By Dharitri.Com

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି...

କଂଗ୍ରେସର ୫୧ ଏମ୍‌ପିଙ୍କ କଥା ମାନିଲେନି ରାହୁଲ: ଅଧ୍ୟକ୍ଷ ହେବାକୁ କଲେ ମନା

ନୂଆଦିଲ୍ଲୀ,୨୬।୬: ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ବିଫଳତା ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି। ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ...

ପିସିଏସ୍‌ ପରୀକ୍ଷାର ପ୍ରଥମ ଦୁଇ ସ୍ଥାନରେ ରହିଲେ ସ୍ତ୍ରୀ,ସ୍ବାମୀ: ସରକାରୀ ଚାକିରି ଛାଡି କରୁଥିଲେ ପ୍ରସ୍ତୁତି

ରାୟପୁର, ୨୪।୭: ଛତିଶଗଡ ଲୋକସେବା ଆୟୋଗ(ପିସିଏସ୍‌) ପରୀକ୍ଷାରେ ସ୍ତ୍ରୀସ୍ବାମୀ ପ୍ରଥମ ଦୁଇ ସ୍ଥାନରେ ରହି ଇତିହାସ ରଚିଛନ୍ତି। ଏହି ପରୀକ୍ଷାରେ ସ୍ମାମୀ ପ୍ରଥମ ସ୍ଥାନ ହାସଲ...

ଏସ୍‌ପିଜି ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.): ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ୍‌ (ଏସ୍‌ପିଜି) ସଂଶୋଧନ ବିଲ୍‌ ଲୋକ ସଭାରେ ବୁଧବାର ଗୃହୀତ ହୋଇଯାଇଛି। ବିଲ୍‌କୁ ବିରୋଧ କରି କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ।...

ମହିଳା ତହସିଲଦାରଙ୍କ ଘରେ ଚଢ଼ାଉ

ହାଇଦ୍ରାବାଦ,୧୧।୭: ତେଲେଙ୍ଗାନା ରେଡ୍ଡି ଜିଲାର ଜଣେ ମହିଳା ତହସିଲଦାରଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ଆଣ୍ଟି କରପଶନ୍‌ ବ୍ୟୁରୋ(ଏସିବି) ପକ୍ଷରୁ ଚଢ଼ାଉ କରାଯାଇଛି। ମହିଳା ତହସିଲଦାର...

ହସ୍ପିଟାଲରେ କମଲ ନାଥ

ଭୋପାଳ,୨୨।୬: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶନିବାର ସକାଳେ ହମିଦିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲ ଯିବାକୁ...

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ...

ଅଯୋଧ୍ୟା ରାୟ ଆସିବା ପୂର୍ବରୁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଯୋଧ୍ୟା,୮।୧୧: ଆସନ୍ତା ସପ୍ତାହରେ ରାମଜନ୍ମଭୂମି-ବାବ୍ରି ମସଜିଦ ରାୟ ଆସିବ। ଏହା ପୂର୍ବରୁ ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା...

Leave a comment

Your email address will not be published. Required fields are marked *