Posted inଜାତୀୟ

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ ଉକ୍ତ ଜମି ଲିଜ୍‌ ସୂତ୍ରରେ ଦେଇଥିବା ଜଣାପଡ଼ିଛି। ଗୁଜରାଟ ସୀମାର ସାର୍‌ କ୍ରିକ୍‌ ଅଞ୍ଚଳ ନିକଟରେ ରହିଛି ୨୨ କି.ମି. ବିସ୍ତୃତ ହରାମି ନାଲା। ସେଠାରୁ ମାତ୍ର ୧୦ କି.ମି. ଦୂରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ରେଖା (ଆଇବି) ସଂଲଗ୍ନ ୫୫ ବର୍ଗ କି.ମି. ଜମିକୁ ଚାଇନାର ଏକ କମ୍ପାନୀକୁ ପାକିସ୍ତାନ ଦେଇଛି। ଉକ୍ତ କମ୍ପାନୀ ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଉକ୍ତ ଅଞ୍ଚଳରେ ଚାଇନା କମ୍ପାନୀର ଉପସ୍ଥିତି ଭାରତ ପାଇଁ ସୁରକ୍ଷା ଦୃଷ୍ଟିରୁ ଚିନ୍ତାର ବିଷୟ ବୋଲି କୁହାଯାଉଛି। ହାରାମି ନାଲା ହେଉଛି ଏକ ଅନୁପ୍ରବେଶପ୍ରବଣ ଅଞ୍ଚଳ। ଇସ୍‌ଲାମାବାଦ ଏହି ପଥ ଦେଇ ଆତଙ୍କବାଦୀଙ୍କୁ କଚ୍ଛ ଅଞ୍ଚଳକୁ ଅନୁପ୍ରବେଶ ଉଦ୍ୟମ କରିଥାଏ।


All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ମାସ ଜେଲ୍‌

ନୂଆଦିଲ୍ଲୀ,୧୮।୧୦:ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି...

ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ୩

ନୂଆଦିଲ୍ଲୀ,୨୦ା୬ (ଆଇଏଏନ୍‌ଏସ୍‌) : ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତର ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଆଇଆଇଟି ବମ୍ବେ, ଆଇଆଇଟି ଦିଲ୍ଲୀ ଓ...

ବାହ୍ୟ ବିପଦର ମୁକାବିଲା କରିବ ରାଷ୍ଟ୍ରୀୟ ଏକତା

ନୂଆଦିଲ୍ଲୀ: ଭାରତରେ ରାଜନୈତିକ ଏକତ୍ରୀକରଣ ପାଇଁ ଭାରତର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ବାଧୀନତା ପରେ ଦେଶରେ...

ଗାଈ ପେଟରୁ ବାହାରିଲା ୫୩ କିଲୋ ପ୍ଲାଷ୍ଟିକ୍‌

ଚେନ୍ନାଇ,୨୧।୧୦:ତାମିଲନାଡୁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଗାଈ ପେଟରୁ ୫୩ କିଲୋ ପ୍ଲାଷ୍ଟିକ୍‌ ବାହାର କରିଛନ୍ତି ପଶୁ ଚିକିତ୍ସିକ। ତା’ ପେଟରୁ ସର୍ଜରୀ ଦ୍ୱାରା...

ଭାରତରେ ‘ଆଫଗାନ୍‌ ଆକ୍ରମଣ’ ପାଇଁ ଷଡ଼ଯନ୍ତ୍ର ରଚିଛିି ଆଇଏସ୍‌ଆଇ: ଜୈଶ୍‌ ଓ ଲଶ୍କରକୁ କରିଛି ହାତ ବାରିଶି

ନୂଆଦିଲ୍ଲୀ, ୧୧।୮: ଭାରତରେ ସ୍ବାଧୀନତା ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଆଇଏସ୍‌ଆଇ ‘ଆଫଗାନ୍‌...

ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ପକ୍ଷରୁ ବିସ୍ଫୋରଣ: ବିଧାୟକଙ୍କ ସମେତ ୧୧ ମୃତ

ଇଟ୍ଟାନଗର, ୨୧।୫: ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ରାଲିରେ ଭୟାନକ ବିସ୍ଫୋରଣ ଘଟିଛି। ଏଥିରେ ବିଧାୟକଙ୍କ ସମେତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

ଗଣେଶ ବିସର୍ଜନବେଳେ ଅଘଟଣ:ବୁଡିଲା ଡଙ୍ଗା,୧୧ ମୃତ

ଭୋପାଳ,୧୩।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଖଟଲାପୁରା ମନ୍ଦିର ଘାଟରେ ଏକ ଅଘଟଣ ଘଟିଛି। ଶୁକ୍ରବାର ଭୋର ପ୍ରାୟ ସାଢେ ଚାରିଟା ସମୟରେ ଏହି ଘଟଣା ଘଟିଛି।...

ହସ୍ପିଟାଲରୁ ଆସି ମତଦାନ କଲେ ୮୦ ବର୍ଷୀୟା ବୃଦ୍ଧା

କଠୁଆ,୧୮।୪: ଜମ୍ମୁ-କଶ୍ମୀରର କଠୁଆ ଜିଲାରେ ଜଣେ ବୃଦ୍ଧା ମତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୮୦ ବର୍ଷୀୟା ବୃଦ୍ଧା ଯୋଗୀନ୍ଦେରୋ ଦେବୀ ଅସୁସ୍ଥତା ପାଇଁ...

Leave a comment

Your email address will not be published. Required fields are marked *