ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀ ରାଜି

ଆଙ୍କାରା,୧୮-୧୦(ଏଏଫ୍‌ପି):ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଗୁରୁବାର ସିରିଆରେ ଅସ୍ତ୍ରବିରତି ପାଇଁ ତୁର୍କୀକୁ ରାଜି କରାଇଛନ୍ତି। ସେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତେୟିପ୍‌ ଏର୍ଡୋଗାନ୍‌ଙ୍କୁ ଭେଟି କୁର୍ଦ୍ଦିଶ ବଳ ଉପରେ ସାମରିକ ବଳ ରୋକିବାକୁ ପରାମର୍ଶ ଦେଇଛନ୍ତି। ସମସ୍ତ ସାମରିକ ଅଭିଯାନକୁ ଆସନ୍ତା ୧୨୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଫଳରେ ଆମେରିକା କୁର୍ଦ୍ଦିଶ ବଳକୁ ବ୍ୟବସ୍ଥିତ ଉପାୟରେ ପ୍ରତ୍ୟାହାର କରିବାରେ ସହଯୋଗ କରିବ। ସିରିଆର ଉତ୍ତର ସୀମାର ସେହି ଅଞ୍ଚଳରୁ କୁର୍ଦ୍ଦିଶ ବଳକୁ ଆମେରିକା ହଟାଯାଉଛି, ଯେଉଁଠି ତୁର୍କୀ ‘ସେଫ୍‌ ଜୋନ୍‌’ ନିର୍ମାଣ କରିବାକୁ ଚାହୁଁଥିଲା। ଗତ ସପ୍ତାହରେ ତୁର୍କୀ ଏହି ଅଭିଯାନ ଆରମ୍ଭ କରିଥିଲା। ଏହାର ଉଦ୍ଦେଶ୍ୟ ଥିଲା କୁର୍ଦ୍ଦିଶ ବଳକୁ ସୀମାରୁ ପଛକୁ ଘୁଞ୍ଚାଇ ସିରିଆ ଶରଣାର୍ଥୀଙ୍କ ପାଇଁ ନିରାପଦ ଜୋନ୍‌ ତିଆରି କରିବା। ଏହି ଘୋଷଣା ପରେ ‘ଲକ୍ଷ ଲକ୍ଷ ଜୀବନ ବଞ୍ଚତ୍ୟିବ’ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରିଛନ୍ତି। ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଓ ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କ ଆଙ୍କାରା ଗସ୍ତ ପୂର୍ବରୁ ଟ୍ରମ୍ପ୍‌ ତାଙ୍କ ତୁର୍କୀ ପ୍ରତିପକ୍ଷ ଏର୍ଡୋଗାନ୍‌ଙ୍କ ନିକଟକୁ ଏକ ପତ୍ର ଲେଖିଥିଲେ। ଏଥିରେ ସେ ତାଙ୍କୁ ‘ବୋକା ହୁଅନାହିଁ’ ବୋଲି ଚେତାବନୀ ଦେଇଥିଲେ। ତେବେ ଏର୍ଡୋଗାନ୍‌ ଉକ୍ତ ପତ୍ରକୁ ଡଷ୍ଟବିନ୍‌କୁ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ତୁର୍କୀର ସିରିଆ ଆକ୍ରମଣ ପରେ ଗତ ୮ ଦିନ ମଧ୍ୟରେ ଉଭୟ ପକ୍ଷର ୭୨ ନାଗରିକ ଓ ୪୦୦ରୁ ଊର୍ଦ୍ଧ୍ୱ ଯୋଦ୍ଧା ନିହତ ହେଲେଣି।


All Right Reserved By Dharitri.Com

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ, ୨।୮: ଇଷ୍ଟର ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାକୁ ସମସ୍ତ ସହାୟତା ଯୋଗାଇ ଦେଇଥିଲା ଭାରତ। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରନିଲ୍‌ ବିକ୍ରମସିଂଘେ ଏଥିପାଇଁ ଭାରତର ପ୍ରଧାନମନ୍ତ୍ରୀ...

ମାଗଣା ଟିକେଟ୍‌ ପାଇଁ ଦଳାଚକଟା: ୧୫ ମୃତ

ଆଣ୍ଟାନାନାରିଭୋ,୨୭।୬: ମାଡାଗାସ୍କରର ମହାମାସିନା ଷ୍ଟାଡିୟମରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦଳଚକଟା ହେବାରୁ ଅତି କମ୍‌ରେ ୧୫ ଜଣଙ୍କ ମୃତ୍ୟୁ ହେବା ସହ ୭୫ରୁ ଊର୍ଦ୍ଧ୍ୱ...

ପାକିସ୍ତାନରେ ବ୍ରିଟେନ୍‌ର ୧୭୮ ଜଣିଆ ଶିଖ୍‌ ପ୍ରତିନିଧି ଦଳ

ଇସଲାମାବାଦ୍‌,୪।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନରେ ବ୍ରିଟେନ୍‌ରୁ ୧୭୮ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି। ସେମାନେ ଶେଖୁପୁରା ସ୍ଥିତ...

ବଢୁଛି ପାକିସ୍ତାନର ସମସ୍ୟା: ଭାରତରେ ମିଶିବାକୁ ଦାବି କରୁଛନ୍ତି ପିଓକେ ଲୋକେ

ଇସଲାମାବାଦ୍‌,୧୩।୮: ପାକିସ୍ତାନର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତ ଆଗରେ ବଡ଼ ଭାଇ ପଣିଆ ଦେଖାଇବାକୁ ଉଦ୍ୟମ...

ତିନି ତଲାକ୍‌ ଦେଲେ ମାଲେସିଆ ପୂର୍ବତନ ରାଜା

କୁଆଲାଲମ୍ପୁର,୨୫ା୭(ପି.ଟି.): ମାଲେସିଆର ପୂର୍ବତନ ରାଜା ସୁଲତାନ୍‌ ମହମ୍ମଦ ପଞ୍ଚମ କିଛିମାସ ତଳେ ବିବାହ କରିଥିବା ରୁଷୀୟ ସୁନ୍ଦରୀ ତଥା ପୂର୍ବତନ ରାଣୀ ରିହାନା ଓଜାନା ଗୋର୍ବାତେଙ୍କୋଙ୍କୁ...

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି...

ମୋଦିଙ୍କ ସମ୍ମାନରେ ଛତା ଧରିଲେ କିରଗିଜ୍‌ସ୍ଥାନ ରାଷ୍ଟ୍ରପତି

ବିଶକେକ୍‌,୧୫।୬: ଶୀଲଙ୍କା ପରେ ଏବେ କିରଗିଜ୍‌ସ୍ଥାନରେ ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ। ସେଠାକାର ରାଷ୍ଟ୍ରପତି ମୋଦିଙ୍କ ପାଇଁ ଛତା ଧରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

Leave a comment

Your email address will not be published. Required fields are marked *