ମାନ୍ଦାବସ୍ଥାରୁ ଘର ବିକ୍ରି ୨୫% କମିଲା

ନୂଆଦିଲ୍ଲୀ,୧୮-୧୦: ମାନ୍ଦାବସ୍ଥା ପ୍ରଭାବରୁ ଦେଶର ୯ ପ୍ରମୁଖ ସହରରେ ଘର ବିକ୍ରି ୨୫% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଏହା ୬୫,୭୯୯ ୟୁନିଟ ରହିଛି। ଗତ ବର୍ଷ ସମାନ ସମୟରେ ଏହି ସହରଗୁଡିକରେ ୮୮, ୦୭୮ ୟୁନିଟ ବାସଗୃହ ବିକ୍ରି ହୋଇଥିଲା। ପ୍ରଭାବିତ ଖାଉଟି ମନୋଭାବ ଏବଂ ଚାହିଦା ହ୍ରାସ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ପ୍ରପର୍ଟି ବ୍ରୋକରେଜ ଫାର୍ମ ପ୍ରପ୍‌ ଟାଇଗର ସୂଚନା ଦେଇଛି। ଏହା ପୂର୍ବରୁ ହାଉସିଂ ବିକ୍ରି ହ୍ରାସ ହେବା ନେଇ ଜେଏଲ୍‌ଏଲ୍‌ ଏବଂ ଆନାରକ୍‌ ଭଳି ସଂସ୍ଥା ରିପୋର୍ଟ ଦେଇଥିଲେ। ଏହି ସମୟ ମଧ୍ୟରେ ୩୩,୮୩୩ ନୂଆ ଘର ଲଞ୍ଚ ହୋଇଛି। ଯାହା ୨୦୧୮ର ସମାନ ସମୟରେ ୬୧,୬୭୯ ୟୁନିଟ ରହିଥିଲା। ମୁମ୍ବାଇ ମେଟ୍ରୋପଲିଟାନ୍‌ ରିଜିଅନ, ପୁଣେ, ନଏଡା, ଗୁରୁଗ୍ରାମ, ବାଙ୍ଗାଲୋର, ଚେନ୍ନାଇ, ହାଇଦ୍ରାବାଦ ଏବଂ କୋଲକତା ଭଳି ସହରଗୁଡିକରେ ଘର ବିକ୍ରିରେ ଏଭଳି ସ୍ଥିତି ଉପୁଜିଥିବା ଜଣାପଡିଛି।


All Right Reserved By Dharitri.Com

ବୟନିକାର ୧୫୦ କୋଟି କାରବାର ଲକ୍ଷ୍ୟ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ୨୦୧୮-୧୯ ଆର୍ଥତ୍କ ବର୍ଷରେ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ବୟନିକା ୧୧୭ କୋଟି ଟଙ୍କାର କାରବାର କରିବାକୁ ସକ୍ଷମ ହୋଇଛି। ଚଳିତବର୍ଷ...

ଚାଇନାରୁ ଭାରତ ଆସିବ ଟପ୍‌ ଖେଳଣା କମ୍ପାନୀ

ନୂଆଦିଲ୍ଲୀ,୨୬-୭: ଆମେରିକା ସହିତ ଜାରି ଟ୍ରେଡ୍‌ ଓ୍ବାର୍‌ ଚାଇନା ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି। କମ୍ପାନୀଗୁଡ଼ିକ ଚାଇନାରୁ ନିଜର କାରଖାନା ଅନ୍ୟ ଦେଶକୁ ସ୍ଥାନାନ୍ତର କରିବା...

ଭାରତକୁ ଲଣ୍ଡନ କୋର୍ଟଙ୍କ ପ୍ରଶ୍ନ;ନୀରବଙ୍କୁ କେଉଁ ଜେଲ୍‌ରେ ରଖିବ

ଲଣ୍ଡନ,୩୧-୫: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ରୁ ବାହାରିବା ଉଦ୍ୟମ ପୁନର୍ବାର ବେକାର ହୋଇଯାଇଛି। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ତାଙ୍କର ହାଜତ ମିଆଦକୁ ଜୁନ୍‌...

ସମ୍ପୂର୍ଣ୍ଣ ହଟିବନି ପେଟ୍ରୋଲ,ଡିଜେଲ ଯାନ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮-୭: ପେଟ୍ରୋଲ, ଡିଜେଲ ଯାନଗୁଡିକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବେ ନାହିଁ। ଏ ନେଇ ସରକାର ବର୍ତ୍ତମାନ କୌଣସି ଯୋଜନା ଧାର୍ଯ୍ୟ କରି ନାହାନ୍ତି। ମାତ୍ର...

ୟୁଏସ୍‌ ଭିଜା ପାଇଁ ଆବେଦନ; ଦେବାକୁ ହେବ ୫ ବର୍ଷର ସୋସିଆଲ ମିଡିଆ ରେକର୍ଡ

ଓ୍ବାଶିଂଟନ,୩-୬: ଆମେରିକାର ଟ୍ରମ୍ପ ସରକାର ଭିଜା ନିୟମରେ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଏଣିକି ଭିଜା ଆବେଦନ କରିବା ବେଳେ ଆବେଦନକାରୀଙ୍କୁ ନିଜର ସୋସିଆଲ...

ଆଜି ଧର୍ମଘଟ: ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ ସେବା

ନୂଆଦିଲ୍ଲୀ,୮-୧: ବୁଧବାର ୧୦ ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟ ଡାକରା ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି।...

କ୍ଷୁଦ୍ର ରପ୍ତାନିକାରୀଙ୍କ ଲାଗି ବୀମା ପ୍ରିମିୟମ କମିବ:ଗୋୟଲ

ନୂଆଦିଲ୍ଲୀ,୧୭-୯: ବାଣିଜ୍ୟ ମନ୍ତ୍ରଣାଳୟ କ୍ଷୁଦ୍ର ରପ୍ତାନିକାରୀଙ୍କ ଲାଗି ବୀମା ପ୍ରିମିୟମ ହାର କମ୍‌ କରିବା ପାଇଁ କ୍ୟାବିନେଟରେ ଏକ ପ୍ରସ୍ତାବ ଆଣିବ। ଯେଉଁ ରପ୍ତାନିକାରୀଙ୍କ ବକେୟା...

ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକଙ୍କ ସ୍ଥିତି ବିଗିଡିବା ଆଶଙ୍କା

ନୂଆଦିଲ୍ଲୀ,୯।୪: କରୋନା ଯୋଗୁ ଦେଶର ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସ୍ଥିତି ବିଗିଡିବାର ଆଶଙ୍କା କରାଯାଉଛି। ଜାତିସଂଘ ପକ୍ଷରୁ ଏକ...

Leave a comment

Your email address will not be published. Required fields are marked *