Posted inଜାତୀୟ

ଦିଲ୍ଲୀ ଚିଡିଆଖାନାରେ ଫିଲ୍ମ ଦୃଶ୍ୟ: ସିଂହ ସାମ୍ନାକୁ ଡେଇଁଲେ ଯୁବକ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଚିଡିଆଖାନା ବୁଲି ଯାଇଥିବା ଜଣେ ଯୁବକଙ୍କ ଅଜବ ବ୍ୟବହାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ ସେଠାରେ ଥିବା ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ସିଂହ ଖୁଆଡ ଭିତରକୁ ଡେଇଁ ପଡିବା ସହ ସେଠାରେ ଥିବା ଏକ ସିଂହ ସାମ୍ନାରେ ବସି ପଡିଥିଲେ। ଏହାପରେ ପାଖାପାଖି ସେ ଗୋଟିଏ ମିନିଟ୍‌ ଧରି ସିଂହଟି ସାମ୍ନାରେ ବିଭିନ୍ନ ଅଙ୍ଗଭଙ୍ଗି କରିଥିଲେ। ହେଲେ ସିଂହଟି ତାଙ୍କର କିଛି କ୍ଷତି କରି ନ ଥିଲା। ଏତିକି ଭିତରେ ଚିଡିଆଖାନା କର୍ମଚାରୀ ଆସି ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏବେ ତାଙ୍କୁ ପୋଲିସ ଜିମା ଦିଆଯାଇଥିବା ବେଳେ ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରୁଛି। ଯୁବକ ଜଣଙ୍କ ମାନସିକ ରୋଗୀ ବୋଲି କୁହାଯାଉଛି।


All Right Reserved By Dharitri.Com

ଛତିଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ

ବିଜାପୁର,୨୧।୪: ଛତିଶଗଡ଼ ପୋଲିସ ଓ ଗ୍ରେହାଉଣ୍ଡ ଫୋର୍ସଙ୍କ ମିଳିତ ଉଦ୍ୟମରେ ବିଜାପୁରରେ ହୋଇଥିବା ଅପରେଶନରେ ରବିବାର ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାମେଦ...

ଶିବସେନାକୁ ୧୦୬ ଆସନ ଯାଚିଲା ଭାଜପା

ମୁମ୍ବାଇ,୧୩-୯(ପି.ଟି.): ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ଶେଷ ଆଡ଼କୁ ହେବାକୁ ଥିବାବେଳେ ଏଥିପାଇଁ ଶାସକ ଭାଜପା ଓ ଶିବସେନା ମଧ୍ୟରେ ଆସନ...

ଫାଶୀ ଭୟରେ ସେଲ୍‌ରେ ଚୁପ୍‌ଚାପ୍‌ ରହୁଛନ୍ତି ୪ ଦୋଷୀ: ବିନୟ ଅଧିକ ବିଚଳିତ

ନୂଆଦିଲ୍ଲୀ,୧୯।୨: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତୃତୀୟ ଥର ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ହୋଇଛି। ଏହାକୁ ନେଇ ଭୟରେ ଅକ୍ଷୟ ସିଂ...

ଜମ୍ମୁରୁ ହଟାଇ ଦିଆଗଲା ଧାରା ୧୪୪

ଶ୍ରୀନଗର,୯।୮:ଅନୁଚ୍ଛେଦ ୩୭୦ ଓ ୩୫(ଏ)କୁ ଜମ୍ମୁ-କଶ୍ମୀରରୁ ହଟାଇ ଦିଆଯିବ ପରେ ଏଠାରେ ୧୪୪ ଧାରା ଜାରି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଏହି ଐତିହାସିକ ଘୋଷଣା...

ନୀରବ ମୋଦିଙ୍କ ୪ ସୁଇସ୍‌ ବ୍ୟାଙ୍କ ଖାତା ଅଚଳ: ଥିଲା ୨୮୩ କୋଟି ଜମା

ନୂଆଦିଲ୍ଲୀ,୨୭।୬: ପଳାତକ ଘୋଷିତ ନୀରବ ମୋଦି ଏବଂ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କର ୪ ସୁଇସ୍‌ ବ୍ୟାଙ୍କ ଖାତାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅଚଳ କରି...

କରୋନାକୁ ହରାଇ ଘରକୁ ଫେରିଲେ ଯୁବକ

ପାଟନା,୧।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବିହାରରୁ ଏକ...

ଇରାନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ନୂଆଦିଲ୍ଲୀ,୧୩।୩(ପି.ଟି.): ଇରାନରେ ଅଟକିଥିବା ଭାରତୀୟ ପର୍ଯ୍ୟଟକମାନଙ୍କୁ ଫେରାଇଆଣିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଇରାନର ବିଭିନ୍ନ ପ୍ରଦେଶରେ ୬୦୦୦ରୁ...

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି...

Leave a comment

Your email address will not be published. Required fields are marked *