Posted inଜାତୀୟ

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବି: ଇକ୍‌ବାଲ୍‌ ଅନସାରୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାରେ ଏତେ ବର୍ଷ ପରେ ସୁପ୍ରିମ୍‌କୋର୍ଟ ରାୟର ନିକଟବର୍ତ୍ତୀ ହୋଇଛନ୍ତି। ଦୀର୍ଘଦିନ ଧରି ଏଠାରେ ଚାଲିଥିବା ରାଜନୀତି ଏବେ ବନ୍ଦ ହୋଇଯିବ। ସ୍ଥାନୀୟ ଲୋକଙ୍କ ବିକାଶ ହେବାର ସମ୍ଭାବନା ରହିବ ବୋଲି ଏହି ମାମଲାରେ ଜଡ଼ିତ ଥିବା ଇକ୍‌ବାଲ୍‌ ଅନସାରୀ କହିଛନ୍ତି। ଅଯୋଧ୍ୟା ମାମଲାରେ ସେ ମୁଖ୍ୟ ପକ୍ଷ। ତେବେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବେ ବୋଲି ସେ ସୂଚନା ଦେଇଛନ୍ତି। ରାୟ ବିରୋଧରେ ଅନ୍ୟ କୌଣସି ମାମଲା ଲାଗି ଆବେଦନ କରା ଯିବ ନାହିଁ । ବାବରୀ ମସଜିଦ୍‌ ମାମଲାରେ ଇକ୍‌ବାଲ୍‌ଙ୍କ ପିତା ହାଶିମ୍‌ ଅନ୍‌ସାରୀ ୧୯୪୯ଠାରୁ ଜଡ଼ିତ ରହିଥିଲେ। ୨୦୧୬ରେ ଜୁଲାଇରେ ୯୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ହାଶିମ୍‌ ଜଣେ ଦର୍ଜୀ ଭାବେ କାମ କରୁଥିଲେ। ପରେ ସେ ଏକ ସାଇକେଲ ଦୋକାନ ଖୋଲିଥିଲେ। ୧୯୫୨ରେ ବିବାଦୀୟ ସ୍ଥଳରେ ନମାଜ ପାଠ କରିଥିଲେ। ଏନେଇ ଅଦାଲତ ତାଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ।


All Right Reserved By Dharitri.Com

କଂଗ୍ରେସ ପ୍ରତିଷ୍ଠା ଦିବସରେ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ : ଏନ୍‌ପିଆର୍‌, ଏନ୍‌ଆର୍‌ସି ଦ୍ୱିତୀୟ ବିମୁଦ୍ରୀକରଣ

ନୂଆଦିଲ୍ଲୀ/ ଗୁଆହାଟୀ,୨୯ା୧୨(ପି.ଟି.): କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଜାତୀୟ ଜନସଂଖ୍ୟା...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

ଶ୍ରୀ ସାର୍‌ ସୟାଜି ଜେନରାଲ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ

ଭଦୋଦରା,୧୦।୯: ଗୁଜୁରାଟ ଭଦୋଦରାରେ ଥିବା ଶ୍ରୀ ସାର୍‌ ସୟାଜି ଜେନରାଲ ହସ୍ପିଟାଲରେ ଥିବା ଶିଶୁ ବିଭାଗରେ ମଙ୍ଗଳବାର ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଓ୍ବାର୍ଡରେ...

ଜମ୍ମୁ-କଶ୍ମୀରରେ ବ୍ରେକ୍‌ ଫେଲ୍‌ ହେବାରୁ ଓଲଟିଲା ବସ୍‌

ଶ୍ରୀନଗର,୧୪।୬: ଜମ୍ମୁ କଶ୍ମୀର କିସ୍ତଓ୍ବାରରେ ଶୁକ୍ରବାର ସକାଳେ ବସ୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି) ଯବାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା...

ଜାମିଆ ଛାତ୍ରୀଛାତ୍ରଙ୍କୁ ନିସ୍ତୁକ ପିଟି ଥିଲେ ପୋଲିସ: ଜେସିସି ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ,୧୬।୨: ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଡିସେମ୍ବର ୧୫ରେ ହୋଇଥିବା ବର୍ବରତାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଲାଇବ୍ରେରୀରେ ପଶି...

ଗୋଦାବରୀ ଡଙ୍ଗାବୁଡି ଘଟଣା: ଉଦ୍ଧାର ହେଲା ୭ ମୃତଦେହ, ଏବେ ବି ଅନେକ ନିଖୋଜ

ଦେବୀପଟନମ,୧୫।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗା ବୁଡି ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏବେ ବି ଅନେକ ଲୋକ ନିଖୋଜ ଥିବା...

ଦିଲ୍ଲୀ ପହଞ୍ଚିଲା ମହାରାଷ୍ଟ୍ର ରାଜନୀତି ଡ୍ରାମା: ଶାହଙ୍କୁ ଭେଟିଲେ ଫଡ଼ନବିଶ

ନୂଆଦିଲ୍ଲୀ,୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ଇତିମଧ୍ୟରେ ୧୨ ଦିନ ବିତିଛି। ତେବେ ରାଜ୍ୟରେ ସରକାର ଗଠନ ନେଇ ଅଙ୍କକଷା ଛିଡ଼ିବାର ନା ଧରୁନି।...

୨୧ କିଲୋ ପନିପରିବା ପିଠିରେ ଧରି ୧୨ କିମି ପାଦରେ ଚାଲୁଛନ୍ତି ଜିଲାପାଳ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୫।୯: ସୋସିଆଲ୍‌ ମିଡ଼ିଆରେ ଏବେ ଜଣେ ଜିଲାପାଳ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମେଘାଳୟର ପଶ୍ଚିମ ଗାରୋ ହିଲସ୍‌ ଅଞ୍ଚଳରେ ନିଯୁକ୍ତ ହୋଇଥିବା ୪୩ ବୟସ୍କ...

Leave a comment

Your email address will not be published. Required fields are marked *