ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର ପ୍ରେମ ଜାଲରେ ବାନ୍ଧି ଦେଇଛି ରାଗିଣୀ ନାମ୍ନୀ ସୁନ୍ଦରୀ ଝିଅଟିଏ। ହେଲେ ଲଭ୍‌ ଚକ୍କରରେ ପଡିବାକୁ ଚାହେଁନା ଜଗା। ତେବେ ଜଗାକୁ ନେଇ ରାଗିଣୀ ଯେଉଁ ସ୍ବପ୍ନ ଦେଖିଛି ତାହା ସଫଳ ହେଉଛି ତ ? ପ୍ରଥମେ ପ୍ରେମ ବିଷୟରେ କିଛି ଜାଣି ନ ଥିବା ଜଗା ରାଗିଣୀକୁ ପ୍ରେମିକା ଭାବରେ ଗ୍ରହଣ କରୁଛି ତ ? ଏପରି ପ୍ରଶ୍ନର ଉତ୍ତର ରହିଛି ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌’। ତେବେ ଏଭଳି ପ୍ରେମ କାହାଣୀରେ ଅଟୋଗ୍ରାଫ୍‌ର ଭୂମିକା କ’ଣ ତାହା ସିନେମାଟି ଦେଖିଲେ ହିଁ ଜାଣିପାରିବେ। ଏ.ଆର. ରହମନ ଏବଂ ପ୍ରସନ୍ନ ଦ୍ୱିବେଦୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଖାସ୍‌ କଥା ହେଲା, ଦୀପକଙ୍କ ଅପୋଜିଟ୍‌ରେ ଏଥିରେ ସ୍କ୍ରିନ୍‌ ଶେୟାର କରିଛନ୍ତି ମଡେଲିଂରୁ ବଡ ପରଦାରେ ପାଦ ରଖିବାକୁ ଯାଉଥିବା ନବାଗତା ସ୍ବାତୀ। ଦୀପକ-ସ୍ବାତୀ ଯୋଡି ବ୍ୟତୀତ ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ଅଶୋକ ଦାସ, ଗୁଡ୍ଡୁ, ଶକ୍ତି ବରାଳ ପ୍ରମୁଖ କଳାକାର। ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ କେବଳ ଗୀତଗୁଡିକର ଶୁଟିଂ ବାକି ଅଛି ବୋଲି ସୂଚନା ଦେଇଛନ୍ତି ଦୀପକ।


All Right Reserved By Dharitri.Com

‘କବିର ସିଂହ’ ବକ୍ସ ଅଫିସରେ ହିଟ୍‌ ହେବା ପରେ ସାହିଦଙ୍କ ଘରେ ଉତ୍ସବର ମାହୋଲ

ମୁମ୍ବାଇ: ସାହିଦ କପୁର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘କବିର ସିଂହ’ ବକ୍ସ ଅଫିସରେ ଖୁବ୍‌ ହିଟ୍‌ ହୋଇଛି। ସାହିଦଙ୍କ ଫିଲ୍ମର ଏହି ସକ୍ସେସକୁ...

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ...

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

‘ଇନ୍‌-ଶା-ଆଲ୍ଲା’ରେ ସଲମାନ୍‌-ଆଲିଆ

ମୁମ୍ବାଇ: ନିର୍ମାଣ ହେବାକୁ ଯାଉଥିବା ଆଗାମୀ ଫିଲ୍ମ ‘ଇନ୍‌-ଶା-ଆଲ୍ଲା’ରେ ଅଭିନୟ କରିବେ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌। ତାଙ୍କ ସହ ଆଲିଅ ଭଟ୍ଟଙ୍କ ଯୋଡି ବେଶ୍‌...

‘ଏସ୍‌ ଅଫ୍‌ ସ୍ପେସ୍‌’ ସିଜନ୍‌-୨ରେ ପ୍ରକୃତି

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଗୋଟିକ ପରେ ଗୋଟିଏ ସଫଳତାର ପାହାଚ ଚଢୁଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି। ଜାତୀୟ ଟେଲିଭିଜନ ଚ୍ୟାନେଲ...

ଲମ୍ବା ରେସ୍‌ର ଘୋଡ଼ା

ମନୋଜ କୁମାର ବରାଳ ଓରଫ ଗୁଲସନ୍‌। ସ୍କୁଲରେ ପଢ଼ିବା ବେଳେ ଏକକ ଅଭିନୟ ତାଙ୍କ ମନରେ ଅଭିନୟର ଆଶା ଜାଗ୍ରତ କରିଥିଲା। କଲେଜରେ ପଢ଼ିବା ସମୟରେ...

ସୋନାଙ୍କୁ ସଲମାନଙ୍କ ଫ୍ୟାନ୍‌ କହିଲେ ଘରେ ପଶି ମାରିବୁ

ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଣ୍ଠଶିଳ୍ପୀ ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଭାଇଜାନଙ୍କୁ ଟାର୍ଗେଟ୍‌ କରିଛନ୍ତି ସେ। ସୋସିଆଲ...

ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ...

Leave a comment

Your email address will not be published. Required fields are marked *