୩୦୦ ନର୍ସିଂହୋମ୍‌ରେ ମିଳିବନି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ଼ ଝଟକା ଲାଗିଛି। ୩୦୦ ନର୍ସିଂହୋମ୍‌ ଆଉ ରୋଗୀଙ୍କୁ ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇବେ ନାହିଁ। ଏନେଇ ଅଲ୍‌ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସରକାରୀ ମେଡିକାଲ ସହ ପ୍ରାୟ ୩୦୦ ନର୍ସିଂହୋମ ଅନୁବନ୍ଧିତ ହୋଇଥିଲେ। ତେବେ ୨୦୧୭ରୁ ସେମାନଙ୍କୁ ବକେୟା ଅର୍ଥ ମିଳି ନ ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ବକେୟା ରହିଛି। ଏ ବାବଦରେ ଗତ ବର୍ଷ ଅନେକ ଥର ବୈଠକ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ମଧ୍ୟ ହୋଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ନ ହେବାରୁ ସଂଘ ଏପରି ନିଷ୍ପତ୍ତି ନେଇଛି। ଫଳରେ ପ୍ରାୟ ୩୦୦ ନର୍ସିଂହୋମ୍‌ରେ ଏଣିକି ଗରିବ ରୋଗୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଆଉ ସୁବିଧା ଦିଆଯିବ ନାହିଁ ବୋଲି ଫୋରମ୍‌ ସମ୍ପାଦକ ଇନ୍ଦ୍ରମଣି ଜେନା ରୋକ୍‌ଠୋକ୍‌ କହିଛନ୍ତି।


All Right Reserved By Dharitri.Com

ଡିସେମ୍ବର ଶେଷସୁଦ୍ଧା ଭାଜପାର ସଭାପତି ଚୟନ: ଅରୁଣ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ରାଜ୍ୟ ସଭା ସଦସ୍ୟଭାବେ ନିର୍ବାଚିତ ହେବାପରେ ପ୍ରଥମ ଥର ଲାଗି ରବିବାର ଓଡିଶା ଗସ୍ତରେ ଆସିଛନ୍ତି। ଏହି...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ତାଗିଦ୍‌ କଲେ ବାଚସ୍ପତି

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶାସକ ଦଳର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହିବାକୁ କଡ଼ା...

ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ...

ରାଜ୍ୟର ୧୩ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଅଙ୍ଗ ପ୍ରତ୍ୟାରୋପଣ ଅନୁମତି

କଟକ ଅଫିସ,୧୯ା୧୨- ଏସ୍‌ସିବି ମେଡିକାଲ ସମେତ ରାଜ୍ୟର ୧୩ଟି ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମ୍‌ଇଟି)ଙ୍କ ପକ୍ଷରୁ ଅନୁମତି...

କରୋନା ଯୋଦ୍ଧାଙ୍କୁ ଅସମ୍ମାନ: ଡାକ୍ତରଙ୍କୁ ଘରେ ପୂରାଇଦେଲେନି ଗ୍ରାମବାସୀ

ଭୁବନେଶ୍ୱର,୧୦।୫ (ବ୍ୟୁରୋ): କରୋନା ଯୋଦ୍ଧାଙ୍କୁ ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଗଣ୍ଡରପୁର ଅଞ୍ଚଳରେ ଅସମ୍ମାନ କରାଯାଇଛି। ରାଜ୍ୟ ବାହାରୁ ଫେରିଥିବା ଜଣେ ଡାକ୍ତର ଓ ତାଙ୍କ...

ବସ୍ତିରେ ରହୁନି ସାମାଜିକ ଦୂରତ୍ୱ, ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୨୯ା୩(ବ୍ୟୁରୋ): ଲୋକଙ୍କୁ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣରୁ ରୋକିବା ଓ ଗହଳି ସ୍ଥାନରୁ ଦୂରେଇ ରହିବାକୁ ବାରମ୍ବାର ସଚେତନ ଓ ସତର୍କ କରାଯାଉଛି। ସାମାଜିକ...

ଚାକିରି ନାଁରେ ୩୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଠକେଇ : ଭୁବନେଶ୍ୱରରୁ ଅଭିଯୁକ୍ତଙ୍କୁ ଉଠାଇନେଲା ନବରଙ୍ଗପୁର ପୋଲିସ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଚାକିରି ଦେବା ନଁାରେ ବହୁ ଯୁବକଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇଛି ନବରଙ୍ଗପୁର...

Leave a comment

Your email address will not be published. Required fields are marked *