ବେତ କାରୁକାର୍ଯ୍ୟରେ ନିପୁଣ ଶିଳ୍ପୀ ସୁଦର୍ଶନ

ସୋର, ୧୭।୧୦(ଡି.ଏନ.ଏ.)- ବେତରେ ବିଭିନ୍ନ ସାମଗ୍ରୀ ତିଆରି କରିବା କଳାକୁ ଜୀବିକା ଭାବେ ଆଦରି ନେଇଛନ୍ତି ଶିଳ୍ପୀ ସୁଦର୍ଶନ ବେହେରା (୪୮)। ନୂତନ ଶୈଳୀରେ ସେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ପାରମ୍ପରିକ କଳାକୁ ଆଦରି କାର୍ଯ୍ୟ କଲେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ସେ କହିଛନ୍ତି।
ଶିଳ୍ପୀ ସୁଦର୍ଶନଙ୍କ ଘର ବାଲେଶ୍ୱର ଜିଲା ସୋର ବ୍ଲକ ଅନ୍ତର୍ଗତ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମରେ । ତାଙ୍କ ମାତା ରନିମଣି ବେହେରା ଓ ପିତା ଗୋପାଳ ବେହେରା। ସୁଦର୍ଶନଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା ପରିବାରର ଆର୍ଥିକ ପରିସ୍ଥିତି ଲାଗି ଘର ଛାଡ଼ି କଲିକତାକୁ ପଳାଇ ଯାଇଥିଲେ। ସେଠାକାର କାଦୁପଡ଼ାରେ ଜଣେ ବେତ କାରିଗରଙ୍କ ନିକଟରେ ଦୀର୍ଘ ୫ବର୍ଷ ଧରି ବେତ କାମ ଶିଖିଥିଲେ। ପରେ କଲିକତାରୁୁ ଆସି ନିଜ ଘରେ ରହି ବେତ ଶିଳ୍ପକୁ ଆଗକୁ ବଢାଇବା ଲକ୍ଷ୍ୟରେ ସେ ଏହାକୁ ଜୀବିକା ଭାବେ ଆଦରି ନେଇଥିଲେ। ସ୍ଥାନୀୟ ଅଞ୍ଚଳରେ କଞ୍ଚାମାଲ ଅଭାବ ଯୋଗୁ ସେ କଲିକତା ଯାଇ ବେତ ସଂଗ୍ରହ କରି ଆଣୁଥିଲେ। ପରେ ସେଥିରେ ସୋଫାସେଟଠାରୁ ଆରମ୍ଭ କରି ଡାଇନିଂ ଟେବୁଲ୍‌, ଫୁଲଦାନି, ଚେୟାର, ଟେବୁଲ, ଡ୍ରେସିଂ ଟେବୁଲ୍‌, ଫୁଲଡ଼ାଲା, ପଶୁପକ୍ଷୀ ଚିତ୍ର, ଝୁଲଣା ଆଦି ସାମଗ୍ରୀ ପ୍ରସ୍ତୁତି କରି ନିଜ କଳା ପ୍ରତିଭାର ପରିଚୟ ଦେଇଥିଲେ। ତାଙ୍କ ସାମଗ୍ରୀରେ ନୂତନତାର ଝଲକ ଯୋଗୁ ଗ୍ରାହକଙ୍କ ମହଲରେ ଆଦୃତି ଲାଭ କରିଥିଲା। ଏବେ ବେତର ଅଭାବ ଓ ମୂଲ୍ୟବୃଦ୍ଧି ଏହି ସାମଗ୍ରୀ ପ୍ରସ୍ତୁତିରେ ଅନ୍ତରାୟ ସୃଷ୍ଟି କରୁଛି। ଏହାସତ୍ତ୍ୱେ ସେ ବେତ ସଂଗ୍ରହ କରି ଏହି କଳାକୁ ଉଜ୍ଜୀବିତ ରଖିଛନ୍ତି। ପ୍ରଥମେ ବେତକୁ କାଟି ଛୋଟ ବଡ଼ ବିଭିନ୍ନ ଆକୃତିର କଳାକୃତି ପ୍ରସ୍ତୁତ କରୁଛନ୍ତି। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଜଣେ ବେତ କାରିଗର ଭାବେ କାର୍ଯ୍ୟ କରି ନିଜ ପରିବାର ଭରଣପୋଷଣରେ ସମର୍ଥ ହୋଇଛନ୍ତି। ବିଭିନ୍ନ ପୂଜା, ମେଳାରେ ସେ ଷ୍ଟଲ ଖୋଲି ନିଜ କଳାକୃତି ପ୍ରଦର୍ଶନ ସହ ବିକ୍ରି କରିଥାନ୍ତି। ବେତ କାରୁକାର୍ଯ୍ୟର ଜଣେ ସଫଳ ଶିଳ୍ପୀ ଭାବେ ପରିଚୟ ହାସଲ କରିଥିବାରୁ ଏହା ତାଙ୍କୁ ଆତ୍ମ ସନ୍ତୋଷ ଦେଇଛି ବୋଲି କହିଛନ୍ତି। ପ୍ରଶାସନ ତଥା ସରକାରୀ ସ୍ତରରେ ଏଭଳି କଳାକୁ ପ୍ରୋତ୍ସାହନ ମିଳିବା ଦରକାର ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଏମ୍‌ସିଏଲ୍‌ ଲଜକୁରା କୋଇଲା ସାଇଡିଙ୍ଗ ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା ଅଫିସ/ଲଖନପୁର, ୧୧।୧୦(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧିନ ଏମ୍‌ସିଏଲ୍‌ ଲଜକୁରା କୋଇଲା ସାଇଡିଙ୍ଗ୍‌ ରେଳଧାରଣାରୁ ଶୁକ୍ରବାର ପୋଲିସ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ...

ସିମୁଳିଆରେ ଜମୁଛି ପୂଜା

ସିମୁଳିଆ, ୭।୧୦ (ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ୫ଟି ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହେଉଛି। ବିଭିନ୍ନ ସ୍ଥାନରେ...

ପଞ୍ଚରିଡା ବନାଞ୍ଚଳ: ପଥପାର୍ଶ୍ୱ ବନୀକରଣ ଦିଗହରା, ୨ ହଜାର ଗଛରୁ ବଞ୍ଚିଛି ମାତ୍ର ୨୦୦

ନୟାଗଡ଼ ଅଫିସ,୨୧ା୧୨: ନୟାଗଡ଼ ବନଖଣ୍ଡ ପଞ୍ଚରିଡ଼ା ବନାଞ୍ଚଳରେ ପଥପାର୍ଶ୍ୱ ବନୀକରଣ ଦିଗହରା ହୋଇପଡିଛି। ପ୍ରାୟ ୪ବର୍ଷ ତଳେ ଲଗାଯାଇଥିବା ଚାରା ବର୍ତ୍ତମାନ ସେଠାରେ ଦେଖିବାକୁ ମିଳୁନାହିଁ।...

କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

ହାଟଡିହୀ,୧୭।୪(ଡି.ଏନ.ଏ.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ର ସଡ଼ଙ୍ଗଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ...

ଅଳଙ୍କାର ଦୋକାନରୁ ଲୁଟ୍‌ : ସିସିଟିଭି ଫୁଟେଜରୁ ଧରାପଡ଼ିଲେ ଦୁଇ ମହିଳା 

ବାଲୁଗାଁ ,୨୯।୧୦(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବାଲୁଗାଁ  ବଜାରସ୍ଥିତ ଏକ ଜୁଏଲେରୀ ଦୋକାନରୁ ଗତ ଶନିବାର ମଧ୍ୟାହ୍ନରେ ଅଳଙ୍କାର କିଣିବା ବାହାନାରେ ୪ ମହିଳା ରୁପା ଗହଣା ଲୁଟି...

ନୂଆଗଡକୁ ପୁଣି ଲେଉଟିଲା ଡେଙ୍ଗୁ: ଜଣେ ମୃତ, ୨ ଆକ୍ରାନ୍ତ

ଆର.ଉଦୟଗିରି, ୨୯ା୧୧ (ଡି.ଏନ.ଏ.) – ମାସେ ନପୁରୁଣୁ ପୁଣି ନୁଆଗଡକୁ ଡେଙ୍ଗୁ ଲେଉଟିଛି। ବୁଧବାର ଡେଙ୍ଗୁରେ ଗ୍ରାମର ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତ ହୋଇଛନ୍ତି।...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ହେଲା କାଳ: ଅଟୋ ଓଲଟି ୭ ଛାତ୍ରୀଛାତ୍ର ଆହତ, ଜଣେ ଗୁରୁତର

ଚନ୍ଦ୍ରଗିରି,୯।୮(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଜାଲିବାଡ଼ଇ ଗ୍ରାମ ନିକଟରେ ଶୁକ୍ରବାର ସକାଳେ ଏକ ଅଟୋ ଓଲଟି ପଡିବାରୁ ୮ ଛାତ୍ରୀଛାତ୍ର ଆହତ ହୋଇଥିବା ବେଳେ...

Leave a comment

Your email address will not be published. Required fields are marked *