ସରିଲା ଚୌଦ୍ୱାର ରୂପଯାତ୍ରା, ଭସାଣି

ଚୌଦ୍ୱାର,୧୭।୧୦(ଡି.ଏନ୍‌.ଏ.): ଚୌଦ୍ୱାର ରୂପଯାତ୍ରା ଓ ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମେଲଣ ପଡ଼ିଆରେ ମଙ୍ଗଳବାର ରାତିରେ ମେଲଣ କରିଥିବା ୪୦ଟି ମେଢ଼ ବୁଧବାର ସକାଳୁ ଭସାଣ ଶୋଭାଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ପ୍ରାୟ ୯ଟାରୁ ମେଢ଼ଗୁଡ଼ିକ ପୂଜା କମିଟି ନିକଟରୁ ଛନ୍ଦା ଓ ଭସାଣ ଟିକେଟ ଗ୍ରହଣ କରିବା ପରେ ଯାତ୍ରା ପଡିଆରୁ ବାହାରି ତିନିକୋଣିଆ ଛକ, ମଙ୍ଗଳା ସାହି, ବଡ଼ ବଜାର, ତଳ ବଜାର ଛକ ଦେଇ ବିରୂପା ଘାଟକୁ ଯାଇଥିଲେ। ମେଢ଼ ଶୋଭାଯାତ୍ରାରେ ଢୋଲ, ମାଦଳ, ଘଣ୍ଟ, ପଶ୍ଚିମ ଓଡ଼ିଶାର ଶିଙ୍ଗ ବାଜା, ତାଳମୂଳି ଆଦି ପାରମ୍ପରିକ ବାଦ୍ୟ ବ୍ୟବହୃତ ହୋଇଥିଲା। ପ୍ରତି ମେଢ଼ର କର୍ମକର୍ତ୍ତା, ସାହି ମୁରବି, ଯୁବକସଂଘର ସଭ୍ୟ ଓ କମିଶନରେଟ ପୋଲିସ ପଦାଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ମେଢ଼କୁ ଭସାଣ ପାଇଁ ନଦୀଘାଟକୁ ନେଉଥିବା ଦେଖିବାକୁ ମିଳିଥିଲା। ଭସାଣି ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ରାତି ୧୨ଟା ସୁଦ୍ଧା ମେଢ଼ଗୁଡ଼ିକ ବିରୂପା ବ୍ୟାରେଜ ନିକଟରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜିତ ହୋଇଥିବା ଜଣାପଡିଛି।


All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଜେଲ ଗଲେ ଯୁବକ

ଭଦ୍ରକ ଅଫିସ,୨୫।୧୨: ଭଦ୍ରକ ସହର ଚରମ୍ପାଠାରେ ଏକ ନକଲି ଏଜେନ୍ସି ଖୋଲି ନିଯୁକ୍ତି ଦେବା ନାଁରେ ଆଶାୟୀଙ୍କଠାରୁ ଅର୍ଥ ଆଦାୟ କରି ଠକେଇ ଅଭିଯୋଗରେ ଟାଉନ...

ବସ୍ତାନି ବୋଝ: ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୨୭।୧: ଶିଶୁ କାନ୍ଧରେ ବହିବସ୍ତାନି ବୋଝକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ସୋମବାର ଆବେଦନକାରୀ ଆଡଭୋକେଟ କହ୍ନେୟାଲାଲ ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି।...

ସଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ୯ ଗିରଫ

ଭଦ୍ରକ ଅଫିସ,୪।୪: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା...

ବିଭାଗୀୟ ଉଦାସୀନତାରୁ ଯବାନ ମୃତ୍ୟୁସହ ସଂଗ୍ରାମ କରିବା ଘଟଣା: ତଦନ୍ତ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲା ଗୃହ ବିଭାଗ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): କାର୍ଯ୍ୟ କରୁଥିବାବେଳେ ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହୋଇ ଗୁରୁତର ଥିବା ଯବାନ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରତି ଗୁରୁତର ବିଭାଗୀୟ ଅବହେଳା କରାଯାଇଥିବା ଅଭିଯୋଗ ହୋଇ ଆସୁଛି।...

୬ ଜିଲାରେ ଘନ କୁହୁଡି :୯ ଯାଏ ବର୍ଷା

ଭୁବନେଶ୍ୱର,୪ା୨(ବ୍ୟୁରୋ): ବଙ୍ଗୋପସାଗରରେ ଏକ ଗୁରୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୯ ତାରିଖ ଯାଏ ରାଜ୍ୟର ଅଧିକାଂଶ ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା ସହ...

ଚେତୁନାହିଁ ବିଦ୍ୟୁତ ବିଭାଗ: ଅଭିନବ ଉପାୟରେ ବିଦ୍ୟୁତ ଯୋଗାଣ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଭାଲୁପାଳି ସାହିରେ ବିଦ୍ୟୁତ ଖୁଣ୍ଟ ଅଭାବରୁ ଏକ କଞ୍ଚା ବାଉଁଶରେ ବତା ସାହାଯ୍ୟରେ ତାରକୁ ଟେକି...

ଶହୀଦଙ୍କ ପରିବାରକୁ ମିଳିଲା ସହାୟତା

ଭୁବନେଶ୍ୱର,୨।୭(ବ୍ୟୁରୋ) ଶହୀଦ ମନୋଜ କୁମାର ବେହେରା ଏବଂ ପ୍ରସନ୍ନ କୁମାର ସାହୁଙ୍କ ପରିବାରକୁ ସୋମବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଆର୍ଥିକ ସହାୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିବାହ କଲେ ପ୍ରେମୀଯୁଗଳ

ନିମାପଡ଼ା,୨୬ା୫(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ପ୍ରେମୀ ଯୁଗଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୂଚନା ଅନୁଯାୟୀ,...

Leave a comment

Your email address will not be published. Required fields are marked *