Posted inଜାତୀୟ

ବିରୋଧୀଙ୍କୁ ମୋଦି କହିଲେ ବୁଡ଼ି ମର

ମୁମ୍ବାଇ,୧୭ା୧୦(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଯାଇ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବିରୋଧ କରୁଥିବା ବିପକ୍ଷ ନେତାମାନଙ୍କ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ ସହ ଏହି ପଦକ୍ଷେପକୁ ଯୋଡ଼ୁଥିବାରୁ ତାଙ୍କୁ ସମାଲୋଚନା କରୁଥିବା ନେତାମାନେ ବୁଡ଼ି ମରନ୍ତୁ ବୋଲି ମୋଦି କହିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଆଉ ୫ ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୁଧବାର ବିଦର୍ଭ ଅଞ୍ଚଳର ଅକୋଲା ଜିଲାରେ ଭାଜପାର ଏକ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଏକ ଲଜ୍ଜାହୀନ ବିରୋଧୀ ପ୍ରଶ୍ନ କରୁଛି ଅନୁଚ୍ଛେଦ ୩୭୦ ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କ କ’ଣ। ଜମ୍ମୁ-କଶ୍ମୀର ସହିତ ମହାରାଷ୍ଟ୍ରର କିଛି ସମ୍ପର୍କ ନାହିଁ ସେମାନେ କିପରି କହୁଛନ୍ତି। ସେମାନେ ଏଭଳି ଚିନ୍ତାଧାରାକୁ ନେଇ ଲଜ୍ଜିତ ହେବା ଉଚିତ। ସେମାନେ ବୁଡ଼ି ମରନ୍ତୁ। ଜମ୍ମୁ-କଶ୍ମୀର ପାଇଁ ସବୁକିଛି ତ୍ୟାଗ କରିଥିବା ମହାରାଷ୍ଟ୍ରର ପିଲାଙ୍କ ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି। ମୋଦି ସରକାର ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ୩୭୦ ଉଚ୍ଛେଦ ପ୍ରସଙ୍ଗ ଉଠାଉଛନ୍ତି ବୋଲି କଂଗ୍ରେସ ଏବଂ ଜାତୀୟବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ସମାଲୋଚନା କରୁଥିବାବେଳେ ମୋଦି ଏପରି ମନ୍ତବ୍ୟ ଦେଇଛନ୍ତି। ସେହିପରି ଶିବାଜୀ ମହାରାଜଙ୍କ ଭୂମିରେ ରାଜନୈତିକ ସ୍ବାର୍ଥ ପାଇଁ ଉଠୁଥିବା ସ୍ବରକୁ ନେଇ ସେ ଚକିତ ବୋଲି କହିଛନ୍ତି।


All Right Reserved By Dharitri.Com

ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌ ଲାଗୁ କରିବେନି ମମତା

କୋଲକାତା,୬।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କହିଛନ୍ତି ସିଟିଜେନଶିପ ଆମେଣ୍ଡମେଣ୍ଟ ବିଲ୍‌(ସିଏବି) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି) ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ...

କୋର୍ଟରେ ହାଜର ହେଲେ କଲ୍ୟାଣ ସିଂ

ଲକ୍ଷ୍ନୌ,୨୮।୯(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏସ୍‌.କେ....

ମୁଣ୍ଡ ନେଉଛି ମସ୍ତିଷ୍କ ଜ୍ୱର

ପାଟନା,୧୬ା୬(ପି.ଟି./ଆଇଏଏନ୍‌ଏସ୍‌): ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ରୋଗରେ ଆକ୍ରାନ୍ତ ହୋଇ ମୁଜାଫରପୁର ଜିଲାର ଦୁଇଟି...

ରାହୁଲଙ୍କୁ ପୁଣି ସମନ୍‌

ଅହମଦାବାଦ,୧୦ା୭ (ପି.ଟି.): ଗୁଜରାଟର ଏକ କୋର୍ଟ ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ପୁଣି ସମନ୍‌ କରିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ‘ହତ୍ୟା...

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ବଳାତ୍କାର ଘଟଣା ରୋକିବା କଷ୍ଟକର

ଜୟପୁର, ୮।୭: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା କାଳି ଚରଣ ସରାଫ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟଙ୍କ ମୃତ୍ୟୁ

ବିକାରବାଦ,୬।୧୦: ତେଲେଙ୍ଗାନା ବିକାରବାଦ ନିକଟରେ ଏକ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଥିବା ୨ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସୁଲତାନପୁର ଗାଁରେ ବିମାନଟି...

ଅଟକଥିବା ପ୍ରଦର୍ଶନକାରୀଙ୍କୁ ପୋଲିସ ବାଣ୍ଟିଲେ କଦଳୀ

ନୂଆଦିଲ୍ଲୀ,୧୯।୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଦିଲ୍ଲୀରେ ପ୍ରଦର୍ଶନକାରୀଙ୍କୁ ସୁରଜମଲ ଷ୍ଟାଡ଼ିୟମ୍‌ରେ ଅଟକ ରଖାଯାଇଛି। ପୋଲିସ ପକ୍ଷରୁ ସେମାନଙ୍କୁ...

ମୋଟରଯାନ ଆଇନ କାର୍ଯ୍ୟକାରିତା ଲାଗି ଆଇପିସି, ସିପିସିରେ ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସଂଶୋଧିତ ମୋଟରଯାନ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଦଓ୍ବୋନି ଆଚାର ସଂହିତା (ସିପିସି)ରେ ସଂଶୋଧନ ଆବଶ୍ୟକ ବୋଲି...

Leave a comment

Your email address will not be published. Required fields are marked *