ଗିରଫ ହେଲେ ୩ ଅଣଓଡ଼ିଆ ପରୀକ୍ଷାର୍ଥୀ

ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର କେତେଜଣ ଯୁବକ ଆଇଜି ପାର୍କରେ ପଶି ନାନା ବିଶୃଙ୍ଖଳା ସୃଷ୍ଟି କରିଥିଲେ। ସେମାନେ ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲେ। ଅକ୍ଷୟ ମହାରଣା ନାମକ ଜଣେ ଯୁବକ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ମାରି କାନମୁଣ୍ଡା ଫଟାଇ ଲହୁଲୁହାଣ କରିଦେଇଥିଲେ। ଏହି ଘଟଣାରେ କ୍ୟାପିଟାଲ ଥାନା ପୋଲିସ ୩ଜଣ ଅଣଓଡ଼ିଆ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ବିଦେଶ ଯାଦବ, ଶୁଭମ କୁମାର ସିଂ ଓ ଅଙ୍କିତ କୁମାର। ସେମାନଙ୍କ ବିରୋଧରେ ଆଇପିସି ଦଫା ୩୪୧, ୩୨୩, ୫୦୬ ଓ ୩୪ ଅନୁଯାୟୀ ମାମଲା ନଂ.୩୭୩/୧୯ ରୁଜୁ କରାଯାଇଛି। ଅକ୍ଷୟ ଉକ୍ତ ପାର୍କରେ କେତେଜଣ ଝିଅ ସାଙ୍ଗଙ୍କ ସହ ଜନ୍ମଦିନ ପାଳୁଥିଲେ। ପରୀକ୍ଷାଦେବାକୁ ଆସିଥିବା ଏହି ଯୁବକମାନେ ସେମାନଙ୍କ ନିକଟରେ ପହଞ୍ଚତ୍ ଆତଙ୍କ ଖେଳାଇଥିଲେ। ଘଟଣା ପରଠାରୁ କମିଶନରେଟ ପୋଲିସ ପକ୍ଷରୁ ପାର୍କ ଉପରେ ନଜର ରଖାଯିବା ସହ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି।


All Right Reserved By Dharitri.Com

ହୋମ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ, ୨୩।୩: ବିଦେଶରୁ ଫେରିବା ପରେ ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି, ସେମାନେ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ...

ଛାତ୍ରୀଙ୍କୁ ଅସଦାଚରଣ ନେଇ ଉତ୍ତେଜନା: ଚାନ୍ଦପୁର ମହିଳା କଲେଜ ଅଶାନ୍ତ, ଫାଟକ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀ

ରଣପୁର,୨୭ା୭ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁର ମୋହନ ମହିଳା ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଛାତ୍ରୀମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ...

କରୋନା ପରୀକ୍ଷା ଲାଗି କିଟ୍‌ ଦିଅ

ଭୁବନେଶ୍ୱର, ୨।୪(ବ୍ୟୁରୋ): ସରକାର ରାଜ୍ୟରେ କୋଭିଡ୍‌-୧୯ ପ୍ରତିରୋଧ କ୍ଷେତ୍ରରେ ସମସ୍ତ ପ୍ରକାର ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ନିୟମିତ ବ୍ୟବଧାନରେ ଭିଡିଓ...

ଲେଖିକା ମଣିଦୀପାଙ୍କ ସନ୍ଦେହଜନକ ମୃତ୍ୟୁ : ୫ ଦିନ ପରେ ଘରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୫(ବ୍ୟୁରୋ) – ବିଶିଷ୍ଟ ଲେଖିକା ଡା. ମଣିଦୀପା ପଟ୍ଟନାୟକ(୪୮)ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ରହୁଥିବା ପୁରୁଣା ଭୁବନେଶ୍ୱରର ଲିଙ୍କରାଜ ନଗରସ୍ଥିତ ବସେରା ଆପାର୍ଟମେଣ୍ଟରୁ...

ଆଳୁ, ପିଆଜ ଚିନ୍ତା: ଅଧିକ ଗଚ୍ଛିତ କଲେ ବ୍ୟବସାୟୀଙ୍କୁ ହେବ ଦଣ୍ଡ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଗତ ୩ ମାସ ହେବ ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ରହିଛି। ଖୁଚୁରା ବଜାରରେ କିଲୋ ପିଛା ୧୦୦ରୁ ୧୨୦ ଟଙ୍କାରେ ବିକ୍ରି...

ସାନିଟାଇଜ୍‌ ହେଲା ବମିଖାଲ ଅଞ୍ଚଳ

କଟକ ରୋଡ,୪।୪(ଡି.ଏନ୍‌.ଏ): ରାଜଧାନୀର ବମିଖାଲ ଅଞ୍ଚଳରୁ ଶକୁବ୍ରାର ୩ଟି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସେଠାରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ୩୧ ଓ...

କରୋନାକୁ ନେଇ କୋକୁଆ ଭୟ: ପର୍ଯ୍ୟଟନସ୍ଥଳୀ, ପାର୍କ ଖାଁ ଖାଁ;ରାସ୍ତା କଡ଼ରେ ବିକ୍ରି ହେଲାଣି ମାସ୍କ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ଘାତକ କରୋନା ଭୂତାଣୁ ସଂକ୍ରମଣରେ ଭାରତର ଦୁଇଜଣଙ୍କ ମୃତ୍ୟୁ ଘଟିବା ପରେ ଏବେ ସରକାରୀ ସ୍ତରରେ ତତ୍ପରତା ଆହୁରି ବଢ଼ିଯାଇଛି। ଓଡ଼ିଶାରେ ଏଯାଏ...

ରାସ୍ତାପାର୍ଶ୍ୱ ବୃକ୍ଷରୋପଣରେ ଲକ୍ଷଲକ୍ଷ ଖର୍ଚ୍ଚ: ରକ୍ଷଣାବେକ୍ଷଣ ଅଭାବରୁ ମରିଯାଉଛି ଗଛ

ଲେଫ୍ରିପଡ଼ା,୯।୧୧(ଡି.ଏନ.ଏ)-ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏ) ରେ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ସୁନ୍ଦରଗଡ ଜିଲା ଉଜ୍ୱଲପୁର ରେଞ୍ଜରେ ପ୍ରହସନର ରୂପ ନେଇଛି।...

Leave a comment

Your email address will not be published. Required fields are marked *