ପାଲ୍‌ ପରିବାର ହତ୍ୟାକାରୀଙ୍କୁ ଦଣ୍ଡ ଦାବି

ବ୍ରହ୍ମପୁର ଅଫିସ,୧୬।୧୦: ପଶ୍ଚିମବଙ୍ଗ ମୁର୍ଶିଦାବାଦର ବନ୍ଧୁ ପ୍ରକାଶ ପାଲ୍‌, ତାଙ୍କ ଗର୍ଭବତୀ ସ୍ତ୍ରୀ ଏବଂ ୮ବର୍ଷର ଶିଶୁ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ପାଲ୍‌ ପରିବାରର ହତ୍ୟାକାରୀଙ୍କୁ ଦଣ୍ଡଦେବାକୁ ବୁଧବାର ଗଞ୍ଜାମ ଜିଲା ବଜରଙ୍ଗ ଦଳ ପକ୍ଷରୁ ଦାବି ହୋଇଛି। ଏ ନେଇ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ପ୍ରଦାନ କରାଯାଇଛି।
ଗତ କିଛିବର୍ଷ ହେଲା ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି ପଦକ୍ଷେପ ନେଉନାହାନ୍ତି। ଏଣୁ ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା, ହତ୍ୟା ଘଟଣାର ସିବିଆଇ ତଦନ୍ତ, ଦୋଷୀଙ୍କୁ ଗିରଫ, ଏନ୍‌ଆର୍‌ସି ଲାଗୁ, ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ତଡିବା ଆଦି ସଂଗଠନ ପକ୍ଷରୁ ଦାବି ହୋଇଛି। ଏଥି ସହିତ ମମତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନୀଳାଞ୍ଚଳ ବିଷୋୟୀ, ଗୌତମ ମହାରଣା, ରାହୁଲ ପାତ୍ର, ରମାକାନ୍ତ ରଥ, ମହନ୍ତ ଚିନ୍ମୟାନନ୍ଦ ଦାସ, ଅରୁଣ ପାଢ଼ୀଙ୍କ ସମେତ ବହୁ କର୍ମୀ ଭାଗନେଇଥିଲେ।


All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼, ଜଣେ ଗୁରୁତର

ଖୋର୍ଦ୍ଧା ଅଫିସ,୧୫।୧୧ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଛୋଟିଯୋଡ଼ି ଗ୍ରାମରେ ବୋମାମାଡ଼ ଓ ଫାଙ୍କା ଗୁଳିଚାଳନା ହୋଇଛି।...

ଧର୍ମଶାଳା ତହସିଲର ଚଢାଉ: ୫ କଳାପଥର , ୧ ବାଲିଖାଦାନରେ ୧୪୪ ଧାରା ଜାରି

ଧର୍ମଶାଳା/ଜେନାପୁର/ଚଢେଇଧରା,୧୨।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ତହସିଲ ଅଧୀନସ୍ତ ୫ କଳାପଥର ଓ ଗୋଟିଏ ବାଲି ଖାଦାନ ଉପରେ ବୁଧବାର ୧୪୪ ଧାରା ଜାରି...

ୱାର୍ଡ଼ ବୁଲି ସମସ୍ୟା ବୁଝିଲେ ବିଧାୟକ

ବାଲେଶ୍ୱର ଅଫିସ,୨୨।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ଗୁରୁବାର ସନ୍ଧ୍ୟାରେ ପୌରାଞ୍ଚଳର ୫ ଓ ୭ନମ୍ବର ୱାର୍ଡ଼ ପରିଦର୍ଶନ କରିଥିଲେ। ଉକ୍ତ ୱାର୍ଡ଼ଗୁଡିକରେ ଥିବା ପାନୀୟଜଳ,...

ସିଣ୍ଡିକେଟ୍‌ ବ୍ୟାଙ୍କ ସିଇଓଙ୍କ ବ୍ରହ୍ମପୁର ଗସ୍ତ: ‘୧୨ଶହ କୋଟିକୁ ଛୁଇଁବ କାରବାର’

ବ୍ରହ୍ମପୁର ଅଫିସ୍‌,୧୦ା୬-ସିଣ୍ଡିକେଟ୍‌ ବ୍ୟାଙ୍କର ଏମ୍‌ଡ଼ି ତଥା ସିଇଓ ମୃତ୍ୟୁଞ୍ଜୟ ମହାପାତ୍ର ରବିବାର ବ୍ରହ୍ମପୁର ଗସ୍ତରେ ଆସିଛନ୍ତି। ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ସହ ବିଭିନ୍ନ ଶାଖା ପରିଦର୍ଶନ...

ଅଧା ବାଟରେ ଶ୍ରୀଜୀଉ

ନୀଳଗିରି, ୧୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ବାହୁଡ଼ା ଯାତ୍ରାରେ ଶନିବାର ରଥରେ ବିଜେ ଶ୍ରୀଜୀଉ ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡରେ ଆସି ଅଧାବାଟରେ ଅଟକିଛନ୍ତି। ରବିବାର ଯଥା...

ଜାରକାରେ ସେକ୍ସ ରାକେଟ ଠାବ: ରାଣୀ ମହୁମାଛି ସହ ୬ କୋର୍ଟଚାଲାଣ,ଜଣେ ଯୁବତୀ ଉଦ୍ଧାର

ଧର୍ମଶାଳା,୨୦।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧୀନ ଜାରକା ଜଗନ୍ନାଥ ବିହାର ଅଞ୍ଚଳର ଏକ ଭଡ଼ାଘରେ ଚାଲିଥିବା ସେକ୍ସ ର଼୍ୟାକେଟକୁ ପୋଲିସ ରବିବାର ରାତିରେ ଠାବ କରିଛି। ଏହି...

ଦେଶରେ ଅଖଣ୍ଡତା, ସାର୍ବଭୌମକୁ ଅକ୍ଷୁଣ୍ଣ ରଖିବାକୁ ବିଧାୟକଙ୍କ ଆହ୍ବାନ

ପାଟଣା,୧୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକସ୍ତରୀୟ ୭୩ତମ ସ୍ବାଧୀନତା ଦିବସ ଗୁରୁବାର ଷ୍ଟାଡିୟମ ସନ୍ନିକଟ ପଡ଼ିଆରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା...

ସହରକୁ ଜଳଯୋଗାଣ ବନ୍ଦ : ଜନସ୍ବାସ୍ଥ୍ୟ ବିଭାଗ ବେଫିକର

ନୟାଗଡ଼ ଅଫିସ,୨୧ା୧୦: ନୟାଗଡ଼ ସହରକୁ ଦୈନିକ ଆବଶ୍ୟକ ଅନୁଯାୟୀ ଜଳ ଯୋଗାଣ ହେଉ ନ ଥିବାବେଳେ ଏବେ ୩ଦିନ ହେଲା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ଫଳରେ...

Leave a comment

Your email address will not be published. Required fields are marked *