Posted inଫୁରସତ

କଇଁଛ ପେଟରୁ ବାହାରିଲା ଏପରି ସାମଗ୍ରୀ, ଦେଖିଲେ ହେବେ ଚକିତ

ଆମେରିକାର ଫ୍ଲୋରିଡାସ୍ଥିତ ବୋକାରେଟନ୍‌ରେ ଏକ କଇଁଛ ସମୁଦ୍ର କୂଳକୁ ଚାଲିଆସିଥିଲା। ଗତ ସପ୍ତାହରେ କଇଁଛଟିକୁ ଗୁମ୍ବୋ-ଲିମ୍ବୋ ନେଚର ସେଣ୍ଟରର ସଦସ୍ୟମାନେ ପାଇଥିଲେ। କିନ୍ତୁ କଇଁଛଟି କିଛି ସମୟ ମଧ୍ୟରେ ମରିଗଲା। ତେବେ କଇଁଛଟିର ମୃତ୍ୟୁର କାରଣ ଆଶ୍ଚର୍ଯ୍ୟଜକ।
ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି, ପ୍ଲାଷ୍ଟିକ ଯୋଗୁ କଇଁଛଟିର ମୃତ୍ୟୁ ଘଟିଛି। ଏହି କଇଁଛଟି ଖଣ୍ଡେ କି ଦୁଇ ଖଣ୍ଡ ନୁହେଁ ୧୦୪ ଖଣ୍ଡ ପ୍ଲାଷ୍ଟିକ ଗିଳି ଦେଇଥିବାରୁ ମୃତ୍ୟୁ ଘଟିଛି। ଖାଲି ମଣିଷ ନୁହେଁ, ପ୍ଲାଷ୍ଟିକ ଜୀବଜନ୍ତୁଙ୍କ ପାଇଁ ମଧ୍ୟ ବହୁ ହାନିକାରକ। ଏହାର ବ୍ୟବହାରରେ ପ୍ରତିବନ୍ଧକ ବି ଲାଗିଛି। କାରଣ ଏହା ଖୁବ୍‌ କମ୍‌ ସମୟ ମଧ୍ୟରେ ଜୀବନ ନେଇଯାଇଥାଏ। ଯଦି ଆମେ ଏଥିପ୍ରତି ସଚେତନ ନ ହେବା ତେବେ ଏହାର ପରିଣାମ ବହୁ ଭୟଙ୍କର ହୋଇଯିବ। ଏଥିରୁ ମୁକ୍ତି ପାଇବାକୁ ହେଲେ ସଚେତନତା ଜରୁରୀ। ଏହାର ସଦ୍ୟ ଉଦାହରଣ ନିରୀହ ଜୀବ କଇଁଛଟି। ଏହି ଫଟୋକୁ ଗୁମ୍ବୋ-ଲିମ୍ବୋ ନେଚରର ସଦସ୍ୟମାନେ ଟୁଇଟର ଆକଉଣ୍ଟରେ ଶେୟାର କରିଛନ୍ତି। ଏଥିସହିତ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି।


All Right Reserved By Dharitri.Com

ଏମିତି ଏକ ରୋଗରେ ପୀଡ଼ିତ ଥିଲେ ଯୁବକ, ସର୍ଜରୀ ପରେ ମିଳିଲା ନୂଆ ଜୀବନ

ଚାଇନା: ବିଶ୍ୱରେ କିଛି ଲୋକ ଅଛନ୍ତି, ସେମାନଙ୍କର ଶାରୀରିକ ବିକାଶ ଠିକ୍‌ ଭାବରେ ହୋଇ ନ ଥାଏ। ଫଳରେ ଚଲାବୁଲା କରିବାରେ ବହୁ ଅସୁବିଧାର ସମ୍ମୁଖୀନ...

ଅନାଥ ଶିଶୁଙ୍କୁ କୋଳେଇ ନେଲେ ବୃଦ୍ଧାଶ୍ରମର ଅନ୍ତେବାସୀ

ବର୍ତ୍ତମାନ ସମୟରେ ଅନେକ ପିଲା ମାତାପିତାଙ୍କୁ ବୋଝ ବୋଲି ଭାବୁଛନ୍ତି। ହେଲେ ମାତାପିତା କେବେବି ସେମାନଙ୍କ ସନ୍ତାନଙ୍କୁ ବୋଝ ବୋଲି ଭାବି ନ ଥାଆନ୍ତି। ଏହାର...

ଜଳପରି ହେବା ପାଇଁ ଏମାନେ ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା

ନିଜର ସୌକ ପୂରଣ କରିବାକୁ ଯାଇ ଅଷ୍ଟ୍ରେଲିଆର ଜେସିକା ବେଲେ ଓ ଅମୋଲିୟା ଲାସେଟର ଖର୍ଚ୍ଚ କରିଛନ୍ତି ଲକ୍ଷାଧିକ ଟଙ୍କା। ଏମାନେ ଜଳପରି ଭାବେ ନିଜକୁ...

ଫାଶୀଖୁଣ୍ଟରେ ଝୁଲିଥିଲେ ଏହି ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ରାଷ୍ଟ୍ର ଶାସନର ମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ଅଟନ୍ତି। ଏମାନଙ୍କ ନିର୍ଦ୍ଦେଶରେ ଶାସନ ଚାଲେ। ତେଣୁ ଏମାନଙ୍କ ଉପରେ ସାମାନ୍ୟ ଦୋଷଟିଏ...

କ୍ରିସ୍‌ମାସ୍‌ ଗିଫ୍ଟ

କ୍ରିସ୍‌ମାସ୍‌ ଅବସରରେ ନିଜ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇ କିଛି ଉପହାର ଭେଟି ଦେବାର ପରମ୍ପରା ରହିଛି। ତେବେ ଏହି ଅବସରରେ କ’ଣ ସବୁ ଉପହାର ଦେଇପାରିବେ...

ରହସ୍ୟମୟ କୁଣ୍ଡ: ଏହାର ଗଭୀରତା ବୈଜ୍ଞାନିକଙ୍କୁ ଅଜଣା

ଭୋପାଳ: ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି, ଯାହାର ରହସ୍ୟ ସମ୍ପର୍କରେ ଆଜି ମଧ୍ୟ କାହାକୁ ଜଣାନାହିଁ। ଏପରିକି ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣି ପାରିନାହାନ୍ତି।...

ବଡ଼ ଟେଡି ବିୟର

ଟେଡି ବିୟର ସମସ୍ତଙ୍କର ପସନ୍ଦ। ଛୋଟ ପିଲା ତ ଏହାକୁ ଦଣ୍ଡେ ଛାଡି ରହି ପାରନ୍ତି ନାହିଁ। ଏମିତିକି ଧରିକି ବି ଶୋଇଥାଆନ୍ତି। ହେଲେ ମେକ୍ସିକୋରେ...

ଆନ୍ତର୍ଜାତିକ ଅହିଂସା ଦିବସ:ସତ୍ୟ ସର୍ବୋଚ୍ଚ ନୀତି, ଅହିଂସା ପରମ କର୍ତ୍ତବ୍ୟ

ଅହିଂସା ଶାନ୍ତିର ମାର୍ଗ। ଅହିଂସା ମାନବର ଶ୍ରେଷ୍ଠ ଗୁଣ। ସବୁ ଧର୍ମରେ ଏହାର ସ୍ଥାନ ସ୍ବତନ୍ତ୍ର। ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସାର ପଥିକ ଥିଲେ।...

Leave a comment

Your email address will not be published. Required fields are marked *