Posted inଜାତୀୟ

ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ ଏକ ୬ ମାସର ସିଂହ ଶାବକ ପର୍ଯ୍ୟଟକଙ୍କ ଗାଡ଼ିକୁ ୨ କିଲୋମିଟର ପର୍ଯ୍ୟନ୍ତ ପିଛା କରିଛି। ଏହାକୁ ନେଇ ପ୍ରାଣୀ ଉଦ୍ୟାନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସଫାରି ଭିତରକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଗାଡ଼ି ଡ୍ରାଇଭର କେଶରୀ ନାମକ ଏହି ସିଂହ ଶାବକର ଅତି ନିକଟକୁ ଯିବାରୁ ସେ ରାଗି ଯାଇଥିଲା। ଭୟଭୀତ ପର୍ଯ୍ୟଟକଙ୍କୁ ନେଇ ଶେଷରେ ଗାଡ଼ି ଚାଳକ ସଫାରି ବାହାରକୁ ଚାଲି ଆସିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଭାଜପାକୁ ଟାର୍ଗେଟ୍‌ କଲା ଶିବସେନା: ଇୟୁ ପ୍ରତିନିଧି ଦଳଙ୍କ କଶ୍ମୀର ଗସ୍ତକୁ ବିରୋଧ

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଭାଜପା-ଶିବସେନା ମଧ୍ୟରେ ଅଙ୍କକଷା ଛିଡୁନି। ଇତିମଧ୍ୟରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀର ସ୍ଥିତି ଅନୁଧ୍ୟାନ ପାଇଁ ଇୟୁ ପ୍ରତିନିଧି ଦଳଙ୍କ...

ନିଜ ସ୍ବାମୀଙ୍କ ଫଟୋ ଶେୟାର କରି ଭାବୁକ ହେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୧୪।୬:କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ଅଭିନେତ୍ରୀ ସ୍ମୃତି ଇରାନୀ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶେୟାର ହୋଇଥିବା ଫଟୋରେ ସ୍ବାମୀ ଜୁବିନ ଇରାନୀ ଓ...

ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍‌ରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ...

ଦେଶର ସ୍ଥିତିକୁ ନେଇ ଚିନ୍ତିତ: ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ ମୁଜ୍‌ତବା ହୁସେନ

ହାଇଦ୍ରାବାଦ,୧୯।୧୨: ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ, ବ୍ୟଙ୍ଗକାର ତଥା ସିତାର ବାଦକ ମୁଜ୍‌ତବା ହୁସେନ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇଦେବେ। ନୂଆ ନାଗରିକତ୍ୱ ସଂଶୋଧନ...

ଭାଜପାରେ ଯୋଗଦେଲେ କଂଗ୍ରେସ-ଏନସିପି ବିଧାୟକ ଓ ବହୁ ସମର୍ଥକ

ମୁମ୍ବାଇ,୩୧।୭: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ-ଏନ୍‌ସିପିର ୪ ବିଧାୟକ ବୁଧବାର ସେମାନଙ୍କ ସମର୍ଥକଙ୍କ ସହିତ ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌,...

ଅଯୋଧ୍ୟା ରାମମନ୍ଦିରରେ ଲଗାଯିବ ୨୧ ଶହ କିଲୋଗ୍ରାମ୍‌ ଓଜନର ଘଣ୍ଟା: ତିଆରି କରୁଛନ୍ତି ମୁସଲମାନ୍‌ କାରିଗର ଇକବାଲ୍‌

ଲକ୍ଷ୍ନୌ,୧୪।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ। ଏଥିପାଇଁ ଉତ୍ତରପ୍ରଦେଶ ଇଟା ଜିଲାର ଜାଲେସରର ମୁସଲମାନ୍‌ କାରିଗର ଇକବାଲ୍‌ ୨୧ ଶହ କିଲୋଗ୍ରାମ୍‌ ଓଜନର ଏକ ବଡ଼...

ବିପକ୍ଷଙ୍କୁ ନିର୍ବାଚନ କମିଶନଙ୍କ ଝଟ୍‌କା: ଭିଭିପାଟ୍‌ ଭୋଟ ଗଣତିରେ ହେବନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୨।୫: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଯୋଗୁ ବିପକ୍ଷ ଦଳଙ୍କୁ ବୁଧବାର ଝଟ୍‌କା ଲାଗିଛି। ବିପକ୍ଷନେତା ମାନେ ଭିଭିପାଟ୍‌ ଏବଂ ଭୋଟର ତାଲିକା କାଗଜ ଟୁକୁଡା ମିଳାଇବା...

ରାଜ୍ୟପାଳଙ୍କୁ ଭେଟିଲେ ନୀତୀଶ

ପାଟନା,୧।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ରାଜ୍ୟପାଳ ଲାଲ ଜି ଟଣ୍ଡନଙ୍କୁ ଭେଟିଛନ୍ତି। ବିହାର କ୍ୟାବିନେଟର ସମ୍ପ୍ରସାରଣ ଲାଗି ନୀତୀଶ ରାଜ୍ୟପାଳଙ୍କୁ ଭେଟିଥିବା ପ୍ରକାଶ।...

Leave a comment

Your email address will not be published. Required fields are marked *