Posted inଖେଳ

ସଚିନଙ୍କ ପୁଅଙ୍କ ଯୋଗୁ ଏହି ଖେଳାଳିଙ୍କ ଭାଗ୍ୟ ଫିଟିଲା

ମୁମ୍ବାଇ,୧୬।୧୦: ଚଳିତ ବିଜୟ ହଜାରେ ଟ୍ରଫିରେ ଯଦିଓ ମୁମ୍ବାଇ ଦଳର ପ୍ରଦର୍ଶନ ସେତେଟା ଖାସ୍‌ ନାହିଁ ତଥାପି ଦଳର ଯୁବ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଯଶଓ୍ବାଲ୍‌ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଦିନେ ଠେଲା ଗାଡିରେ ଗୁପଚୁପ୍‌ ବିକୁଥିବା ଏହି ୧୭ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ବିଜୟ ହଜାରେ ଟ୍ରଫିର ୪ଟି ମ୍ୟାଚରୁ ୭୫.୨୫ ହାରରେ ୩୦୧ରନ୍‌ ସଂଗ୍ରହ କରିଛନ୍ତି। ସେ ଝାଡଖଣଣ୍ଡ ବିପକ୍ଷ ମ୍ୟାଚରେ ଦ୍ୱିଶତକ ଅର୍ଜନ କରିଛନ୍ତି। ଯଶସ୍ବୀଙ୍କ ସଫଳତା ପଛରେ ସଚିନ ତେନ୍ଦୁଲକରଙ୍କ ହାତ ରହିଛି। କାରଣ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭଲ ବନ୍ଧୁ ହେଉଛନ୍ତି ଯଶସ୍ବୀ। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଖେଳୁଥିବାବେଳେ ଉଭୟ ଗୋଟିଏ ରୁମ୍‌ରେ ରହୁଥିଲେ। ପରେ ୨୦୧୮ରେ ଅର୍ଜୁନ ନିଜ ପିତାଙ୍କ ସହ ଯଶସ୍ବୀଙ୍କ ଭେଟ କରାଇଥିଲେ। ପ୍ରଥମଦେଖାରେ ସଚିନ ତାଙ୍କୁ ଏକ ବ୍ୟାଟ୍‌ ଉପହାର ଦେଇଥିଲେ। ନିଜ ଡେବ୍ୟୁ ମ୍ୟାଚ୍‌ରେ ଏହି ବ୍ୟାଟ୍‌ରେ ଖେଳିବାକୁ ଅନୁରୋଧ ମଧ୍ୟ କରିଥିଲେ ସଚିନ। ଏହାପରେ ଯଶସ୍ବୀ ପଛକୁ ଫେରି ଚାହିଁଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଥିଲେ।


All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ ଛାଡ଼ି ଉତ୍ତରାଖଣ୍ଡ ପାଇଁ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ, ୩।୯- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ଚଳିତ ଘରୋଇ ସିଜନରେ ନୂଆ ଦଳ...

ବାଉଚର୍‌ ଦକ୍ଷିଣ ଆଫ୍ରିକା ମୁଖ୍ୟ କୋଚ୍‌

କେପ୍‌ ଟାଉନ,୧୪।୧୨ (ଏଏଫ୍‌ପି): ପୂର୍ବତନ ଉଇକେଟ୍‌କିପର ମାର୍କ ବାଉଚର୍‌ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ୨୦୨୩ ବିଶ୍ୱକପ୍‌ ପର୍ଯ୍ୟନ୍ତ...

୩ ଖେଳାଳିଙ୍କୁ ବାସନ୍ଦ କଲା ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୨୫।୧୧ (ପି.ଟି.)- ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଶନିବାର ୩ ଖେଳାଳିଙ୍କୁ ବାସନ୍ଦ କରିଛି। ସେମାନେ ହେଲେ ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)...

ଏହି କ୍ରିକେଟରଙ୍କ ଭାଇ ବି କ୍ରିକେଟରେ ଜଲଓ୍ବା ଦେଖାଇବାକୁ ଯାଉଛନ୍ତି

କୋଲକାତା,୨୨।୧୦: ଭାରତୀୟ ଦଳର ପେସ୍‌ ବୋଲର ମହମ୍ମଦ ସାମି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ସାମିଙ୍କ ପରି ତାଙ୍କ ସାନ...

କୋପା ଆମେରିକା ଫାଇନାଲରୁ ବାଦ୍‌ ପଡ଼ିଲେ କାସମିରୋ

ରିଓ ଡି ଜେନିରୋ, ୬।୭(ଏଏଫ୍‌ପି)- କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲ ବ୍ରାଜିଲ ଓ ପେରୁ ମଧ୍ୟରେ ଖେଳାଯିବ। ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବ୍ରାଜିଲ ଦଳକୁ...

ବାରବାଟୀ ଦିନିକିଆ: ଅନଲାଇନ୍‌ ଟିକେଟ୍‌ ଶେଷ: କାଉଣ୍ଟରକୁ ଅପେକ୍ଷା

କଟକ ଅଫିସ, ୬ା୧୨- ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ବହୁ ଉପରେ ରହିଛି, ଯାହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି।...

ପିଙ୍କ୍‌ ବଲ୍‌ରେ ଇତିହାସ ରଚିଲେ ଇଶାନ୍ତ ଶର୍ମା

କୋଲକାତା,୨୨।୧୧: କୋଲକାତାର ପ୍ରସିଦ୍ଧ ଇଡେନ ଗାର୍ଡେନ୍ସରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଟେଷ୍ଟ। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା...

ସିଓଏ ବୈଠକରେ ଯୋଗଦେବେ କୋହଲି, ଶାସ୍ତ୍ରୀ

ଲଣ୍ଡନ,୧୨।୭(ପି.ଟି.)- ବିସିସିଆଇ ପରିଚାଳନା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଭାରତୀୟ ଦଳର ବିଶ୍ୱକପ୍‌ ପ୍ରଦର୍ଶନକୁ ରିଭ୍ୟୁ କରିବ। ଏଥିରେ ଅଧିନାୟକ ବିରାଟ...

Leave a comment

Your email address will not be published. Required fields are marked *