ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା ସହିତ ଅପରାହ୍ନରେ ମେଲଣ ପଡ଼ିଆ ଅଭିମୁଖେ ଯାତ୍ରା କରିଥିଲେ। ଚଳିତ ବର୍ଷ ଶୋଭାଯାତ୍ରାରେ ଢୋଲ, ମାଦଳ, ଘଣ୍ଟ, ପଶ୍ଚିମ ଓଡ଼ିଶାର ଶିଙ୍ଗ ବାଜା, ତାଳମୂଳି ଆଦି ପାରମ୍ପରିକ ବାଦ୍ୟ ବ୍ୟବହୃତ ହୋଇଥିବା ଦେଖିବାକୁ ମିଳିଛି। ଚୌଦ୍ୱାର ପୌରାଞ୍ଚଳ ଓ ଏକମାତ୍ର ଗ୍ରାମଞ୍ଚଳ ବନିକାକୁ ମିଶାଇ ୪୦ଟି ପୂଜା ମଣ୍ଡପରେ ନିର୍ମିତ ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ମଙ୍ଗଳବାର ରାତି ୧୦ଟା ସୁଦ୍ଧା ତିନିକୋଣିଆ ସ୍ଥିତ ଯାତ୍ରା ପଡ଼ିଆରେ ପହଞ୍ଚି ମେଲଣ କରିଥିଲେ। କପାଳେଶ୍ୱର ନୂଆସାହି ମେଢ ସଙ୍ଗରେ ଶତାଧିକ ମହିଳା ମେଲଣ ପଡ଼ିଆକୁ ଯାଇଥିବା ଦେଖିବାକୁ ମିଳିଥିଲା। ଦେବଦେବୀଙ୍କ ମିଳନର ଏହି ଦୃଶ୍ୟ ଦେଖିବା ପାଇଁ ଯାତ୍ରା ପଡ଼ିଆରେ ପ୍ରବଳ ଜନସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡିସିପିଙ୍କ ନେତୃତ୍ୱରେ ୨ଜଣ ଏଡିସିପି, ୫ଜଣ ଏସିପି,୧୫ଜଣ ଇନ୍ସପେକ୍ଟର, ୫୦ଜଣ ଅଧିକାରୀଙ୍କ ସହିତ ପ୍ଲାଟୁନ୍‌ ଫୋର୍ସ ମେଳାରେ ମୁତୟନ ହୋଇଛନ୍ତି। ସେସୁ ପକ୍ଷରୁ ଯାତ୍ର ପଡ଼ିଆ ଆଲୋକୀକରଣ କରାଯାଇଥିବା ବେଳେ ଚୌଦ୍ୱାର ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ବ୍ୟବସ୍ଥା, ପୌରପାଳିକା ପକ୍ଷରୁ ଆଶୁ ଚିକିତ୍ସାକେନ୍ଦ୍ର ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳଯୋଗାଣ ବ୍ୟବସ୍ଥା କରାଯାଇଛି। ବୁଧବାର ସକାଳେ ମେଢ଼ଗୁଡିକ ଯାତ୍ର କମିଟି ଠାରୁ ଛନ୍ଦା ଓ ଭସାଣ ଟିକେଟ ନେଇ ଭସାଣ ନିମନ୍ତେ ଶେଭାଯାତ୍ରା କରି ବିରୂପାନଦୀ ଅଭିମୁଖେ ଯାତ୍ରା କରିବେ। ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ବିଭିନ୍ନ ମେଢ଼ ମଣ୍ଡପ ବୁଲି ମେଢ଼ କମିଟିଗୁଡ଼ିକୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ପିପୁଲ ଓ୍ବେଲଫେୟାର ସୋସାଇଟିର ମୁଖପତ୍ର ‘ଆମ ଚଉଦୁଆର’ ଉନ୍ମୋଚିତ ହୋଇଯାଇଛି।


All Right Reserved By Dharitri.Com

ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

ପାଟଣା, ୨୮।୯( ସ୍ବ. ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦେଓ ନଦୀର ମଙ୍ଗଳପୁର ଘାଟରେ ଶନିବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଭାସୁଥିବା...

ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ

ସୋର, ୧୯ା୧(ଡି.ଏନ୍‌.ଏ.)-ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧ମ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ପାସ୍‌ ଫେଲ୍‌ ନିୟମ ବାତିଲ କରିବା ଦାବିରେ ଶନିବାର...

ଅନାଥ ଶିଶୁଙ୍କ ସହ ବଡ଼ଦିନ ପାଳିଲେ ମହିଳା କମିଶନ ସଦସ୍ୟା

ରାଇକିଆ,୨୬ା୧୨(ଡ଼ି.ଏନ.ଏ)- ନିଆରା ଢ଼ଙ୍ଗରେ ବଡ଼ଦିନ ପାଳନ କରିଛନ୍ତି ରାଜ୍ୟ ମହିଳା କମିଶନ ସଦସ୍ୟା ଜଲିନା ପ୍ରିୟଦର୍ଶିନୀ । ବୁଧବାର ସେ ରାଇକିଆ କନଭେଣ୍ଟ ପରିସରରେ ଥିବା...

କେନାଲକୁ ଖସିଲା ସ୍କୁଲ ଭ୍ୟାନ: ୧୧ ଛାତ୍ରୀଛାତ୍ର, ଡ୍ରାଇଭର ଆହତ

ନିମାପଡ଼ା, ୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ଚାରିଛକ ଫାଣ୍ଡି ଅନ୍ତର୍ଗତ ବାହାରେଣ ପଞ୍ଚାୟତ ଓଡ଼ଗୁଆଁ ଗ୍ରାମ ରାସ୍ତାକଡ଼ରେ ସୋମବାର ସକାଳେ ଏକ ସ୍କୁଲ ଭ୍ୟାନ୍‌ ୧୧ ଛାତ୍ରୀଛାତ୍ରଙ୍କୁ...

ଖେଳନା ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ : ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଲେ ଲୋକେ

ଯୋଡ଼ା,୩୧।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ଲକ୍ଷ୍ମୀପଡ଼ିଆଠାରେ ଖେଳନା ବନ୍ଧୁକ ଦେଖାଇ ଟ୍ରକ ଡ୍ରାଇଭରଙ୍କଠାରୁ ଲୁଟ୍‌ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି।...

ନୂଆ ମୋଟର ଯାନ ଆଇନ: କୋହଳ ଅବଧି ଆଉ ମାସେ

ଭୁବନେଶ୍ୱର, ୨୯ା୧୦(ବ୍ୟୁରୋ):ନୂଆ ମୋଟର ଆଇନ ଲାଗୁ ହେବା ପରେ କଡାକଡି ଯାଞ୍ଚ କରାଯାଇ ମୋଟାଅଙ୍କର ଜରିମାନା ଆଦାୟ ହୋଇଥିଲା। ଲୋକଙ୍କୁ ଗାଡ଼ି କାଗଜପତ୍ର କରିବାକୁ ସମୟ...

କୋନାବିରା ଅଞ୍ଚଳରେ ୨୨ ହାତୀ

କୋମନା,୩୧।୮(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ କୋନାବିରା ଅଞ୍ଚଳରେ ହାତୀ ପୁଣି ଥରେ ପ୍ରବେଶ କରି ତିଖାଳି ଡ୍ୟାମ ଭିତରେ ଆଡ୍ଡା ଜମାଇଛି । ଫଳରେ...

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଜି.ଉଦୟଗିରିି,୨୧ା୪(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ...

Leave a comment

Your email address will not be published. Required fields are marked *