୭ ଘଣ୍ଟା ସ୍ଥାନରେ ୩ ଘଣ୍ଟା କାମ କରୁଛନ୍ତି ସଫେଇ କର୍ମଚାରୀ: ପାର୍ବଣରେ ଅଳିଆ ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୬ା୧୦-ଅନୁଗୋଳ ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ମଚାରୀ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି। ଏ ନେଇ ଠିକା ସଂସ୍ଥା ପକ୍ଷରୁ ତଦାରଖ କରାଯାଉ ନାହିଁ କି ତାଗିଦ ମଧ୍ୟ ହେଉନାହିଁ। ତେଣୁ ମନମାନି କରୁଥିବା କର୍ମଚାରୀମାନେ ଦୈନିକ ୭ ଘଣ୍ଟା ପରିବର୍ତ୍ତେ ମାତ୍ର ୩ ଘଣ୍ଟା କାମ କରୁଥିବାରୁ ସହରରେ ଅଳିଆ ଆବର୍ଜନା ପଡ଼ିରହୁଛି। ମଙ୍ଗଳବାର ଏପରି କାର୍ଯ୍ୟ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୌର ନିର୍ବାହୀ ଅଧିକାରୀ ଚିଠି ନଂ ୪୩୪୧୧/୧୫.୧୦.୧୯ରେ ରିପୋର୍ଟ ତଲବ କରିଛନ୍ତି।
ଅନୁଗୋଳ ସହର ସଫେଇ କରିବା ପାଇଁ ୧୩୧ ଜଣ କର୍ମଚାରୀ ନିଯୁକ୍ତି ଦେଇଛି ଠିକା ସଂସ୍ଥା। ସହରକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ତଦାରଖ ପାଇଁ ଜଣେ ଲେଖାଏ ସୁପରଭାଇଜର ନିଯୁକ୍ତି ଦିଆଯାଇଛି। କିନ୍ତୁ କୌଣସି ଜୋନରେ ଜଣେ ହେଲେ ବି ସୁପରଭାଇଜରଙ୍କୁ କାର୍ଯ୍ୟ ସମୟରେ ଦେଖିବାକୁ ମିଳୁନାହିଁ। ଏହା ଜାଣିବା ପରେ ପୌର କର୍ତ୍ତୃପକ୍ଷ ମଙ୍ଗଳବାର ଉକ୍ତ ଠିକା ସଂସ୍ଥାକୁ ରିପୋର୍ଟ ତଲବ କରିବା ସହ ତୁରନ୍ତ ଅଳିଆ ହଟାଇବା ନିମନ୍ତେ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି। ଏହା ନ ହେଲେ ଚୁକ୍ତିନାମା ରଦ୍ଦ କରିଦିଆଯିବ ବୋଲି ଉକ୍ତ ଚିଠିରେ ନିର୍ବାହୀ ଅଧିକାରୀ ଉଲ୍ଲେଖ କରିଛନ୍ତି। ଏଥିସହ ପୌରପାଳିକା ସଫେଇ ବାବଦକୁ ଟଙ୍କାଟିଏ ବି ଦେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ସହର ସଫେଇ ପାଇଁ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ସେଥିରୁ ଗୋଟିଏ ଘଣ୍ଟା ଖାଇବା ଛୁଟି ମଧ୍ୟ ରହିଛି। କିନ୍ତୁ ସଫେଇ କର୍ମଚାରୀମାନେ ସକାଳ ୬ଟାରୁ ଆସୁଥିଲେ ମଧ୍ୟ ପୂର୍ବାହ୍ନ ୯ଟାରେ କାମ ସାରି ଚାଲିଯାଉଛନ୍ତି। ଏହାପରେ ସେମାନଙ୍କୁ ଖୋଜିବା ବେଳକୁ କାହାରି ଦେଖା ମିଳୁନାହିଁ। ସହରରୁ ପ୍ରତ୍ୟେକ ଦିନ ୩ ଟ୍ରିପ୍‌ ଅଳିଆ ଉଠାଇବାକୁ ପୌରପାଳିକା ଯୋଜନା କରୁଥିଲେ ବି ସଫେଇ କର୍ମଚାରୀ ଗୋଟିଏ ଟ୍ରିପ୍‌ ଲୋଡ ଦେଉଛନ୍ତି। ଫଳରେ ସହରରେ ଅଳିଆ ସଫା କରିବାରେ ସମସ୍ୟା ହେଉଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ କହିଛନ୍ତି, ସହରର ଅଳିଆ ସଫା କରିବା ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ସଫେଇ କର୍ମଚାରୀମାନେ ମଧ୍ୟ ଖିଲାପ କରୁଛନ୍ତି। ଏଣିକି ଏଥିରେ ଢିଲା ମାରିଲେ ସଫେଇ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ। ଯଦି ଲୋକପ୍ରତିନିଧିମାନେ ଦୁଇଟି ସଫେଇ ମେଶିନ ଦାନ କରନ୍ତେ ତାହେଲେ ଅଳିଆ ସମସ୍ୟା ରୁହନ୍ତା ନାହିଁ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


All Right Reserved By Dharitri.Com

ବିପଦସଙ୍କୁଳ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ପରିବହନ; ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୭।୧୧:  ଅନୁଗୋଳ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପଦସଙ୍କୁଳ ଅବସ୍ଥାରେ ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରୀଛାତ୍ରଙ୍କୁ ପରିବହନ କରୁଥିବା ଗାଡ଼ି ଧରାଯିବା...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

ଜିଲାପାଳଙ୍କ ବିନା ଅନୁମୋଦନରେ ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍‌ରେ ଡିଇଓ ଅଫିସରେ ନିୟୋଜିତ: ଅନିୟମିତତା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି

ଭବାନୀପାଟଣା,୧।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୩ କନିଷ୍ଠ କିରାଣି ଓ ୩ ବରିଷ୍ଠ କିରାଣି ପଦବୀ ରହିଛି । ଏହି ପଦବୀରେ...

ବଢ଼ିଲା ଖରାଛୁଟି, ୨୬ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୮।୬(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟର ଖରାଛୁଟି ଅବଧିକୁ ବଢ଼ାଇଛନ୍ତି। ତଦନୁଯାୟୀ  ସ୍କୁଲଗୁଡ଼ିକ ଆସନ୍ତା ୨୫ ତାରିଖ ଯାଏଁ...

ବିନା କାରଣରେ ୪ ଦିନ ବନ୍ଦ ରହିଲା ଇଫ୍‌କୋର ସାର ପରିବହନ

ପାରାଦୀପ,୫ା୯(ସ୍ବ.ପ୍ର.): ରାଜନୈତିକ ସ୍ବାର୍ଥ ପାଇଁ କିପରି ଚାଷୀ, ଶିଳ୍ପସଂସ୍ଥା ଓ ପ୍ରଶାସନ ବଳିପଡ଼ନ୍ତି ତାର ଦୃଷ୍ଟାନ୍ତ ପାରାଦୀପରେ ଦେଖିବାକୁ ମିଳିଛି। କୌଣସି କାରଣ ନ ଥାଇ...

ଏସ୍‌ସିବି ମେଡିକାଲ: ଜଗା-କାଳିଆଙ୍କୁ ଭେଟିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

କଟକ ଅଫିସ, ୧୯।୯: କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଗା- କାଳିଆଙ୍କୁ ବୁଧବାର ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଭେଟିଛନ୍ତି।...

ଜିଲାପାଳଙ୍କ ଘୋଷଣା: ଗୁଣିଗାରେଡି ପ୍ରମାଣ କଲେ ୫୦ ହଜାର ପୁରସ୍କାର

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଭୂତ, ପ୍ରେତ, ଗୁଣିଗାରେଡିକୁ ନେଇ ଜନସାଧାରଣଙ୍କ ମନରେ ଅହେତୁକ ଆବେଗ ରହୁଛି। ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତରଖାନା ନ ଯାଇ...

ଏତଲା ହଜାଇ ଦେଲା ପୋଲିସ

ପଟ୍ଟାମୁଣ୍ଡାଇ,୨।୧୨ (ସ୍ବ.ପ୍ର.): ଟ୍ରାକ୍ଟର ଧକ୍କାରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ପନ୍ତୁରୀ ଗ୍ରାମର ଦମୟନ୍ତୀସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।...

Leave a comment

Your email address will not be published. Required fields are marked *