ତଲସରା ନିର୍ବାଚନ ମଣ୍ଡଳୀରେ ଭାଜପାର ବାଜିମାତ:ଭୁଶୁଡ଼ିଲା କଂଗ୍ରେସ ଗଡ଼

ବଡ଼ଗାଁ/ ସବ୍‌ଡେଗା, ୨୪-୫(ଡି.ଏନ.ଏ):ସୁନ୍ଦରଗଡ଼ ଜିଲା ତଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବାଜିମାତ କରିଛି । କଂଗ୍ରେସର ଗଡ ଭାବେ ରହି ଆସିଥିବା ଏହି ନିର୍ବାଚନ ମଣ୍ଡଳୀରେ ଭୋଟର କଂଗ୍ରେସ ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଠାରେ କଂଗ୍ରେସର ଗଡ଼ ଭୁଶୁଡ଼ି ପଡ଼ିଛି। ଭାଜପା ୫୯୪୦୩, ବିଜେଡି ୪୩୪୮୫ ଓ କଂଗ୍ରେସ ୪୦୩୫୬ ଭୋଟ ପାଇଛି। ଭାଜପାର ପ୍ରାର୍ଥୀ ଭବାନୀ ଭୋଇ ସରଳ ଭାବମୂର୍ତ୍ତିକୁ ଭୋଟର ପସନ୍ଦ କରିଥିଲାବେଳେ କଂଗ୍ରେସ ଓ ବିଜେଡିରେ ଥିବା କନ୍ଦଳର ଫାଇଦା ଭାଜପାକୁ ସୁହାଇଥିଲା । କଂଗ୍ରେସ ଦଳର ପ୍ରାର୍ଥୀ ଡା. ପ୍ରଫୁଲ୍ଲ ମାଝି ନିର୍ଦ୍ଦିିଷ୍ଟ କେତେ ଜଣ ହାତ ଗଣତି କର୍ମୀ, କର୍ମକର୍ତ୍ତାଙ୍କୁ ଠିକା ଦେବା ଓ ସେଇ କର୍ମକର୍ତ୍ତାମାନେ ୫ ବର୍ଷ ନିର୍ମାଣ କାମରେ ବ୍ୟସ୍ତ ରହି ଦଳୀୟ କର୍ମୀଙ୍କୁ ଅଣଦେଖା କରିବାରୁ ନିର୍ବାଚନ ବେଳେ ଅନେକ ପ୍ରଭାବୀ ସକ୍ରିୟ କର୍ମୀ ଘରେ ବସି ରହିଥିଲେ । କର୍ମୀମାନେ ଅସନ୍ତୁଷ୍ଟ ହେବାର ଅନ୍ୟ ଏକ କାରଣ ଥିଲା ଯେ, ସାଢ଼େ ୪ ବର୍ଷ ମଧ୍ୟରେ କର୍ମୀ ସଭା କରାଯାଇ ନ ଥିଲା। ସଭା କଲେ ଠିକାକୋଟାରେ ବ୍ୟସ୍ତଥିବା କେତେଜଣ କର୍ମକର୍ତ୍ତାଙ୍କ କଥା ସଭାରେ ଉଠିବା ଭୟରେ ସଭା କରାଯାଇ ନ ଥିଲା। ଯାହା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆକ୍ରୋସ ଭାବ ସୃଷ୍ଟି କରିଥିଲା । ଏହା ନିର୍ବାଚନରେ ପ୍ରଭାବ ପକାଇଥିଲା । ଏପରିକି ଯେଉଁମାନେ ଦଳୀୟ ପଦବୀରେ ଠିକାକୋଟା କଲେ ସେମାନେ ମିଶନ ଓ ମୁସଲିମ ଭୋଟ ଉପରେ ବିଶେଷ ଦୃଷ୍ଟି ଦେଲେ ଓ ଅନ୍ୟମାନଙ୍କୁ ତଥା କର୍ମୀଙ୍କୁ ହେୟଜ୍ଞାନ କଲେ। ତେଣୁ ପରିଣାମ ଏପରି ହେଲା ବୋଲି ସିଧାସଳଖ ପ୍ରକାଶ କରୁଛନ୍ତି । ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେଡିରେ ଗୋଷ୍ଠୀ କନ୍ଦଳ ସତ୍ତ୍ୱେ ଦଳ ୧୪ଶହ ଭୋଟରେ ହାରିଥିଲା। ଏଥର ପୂର୍ବତନ ବିଧାୟକ ସ୍ବର୍ଗତ ନିଲସନ ସୋରେଙ୍ଗ ପ୍ରାର୍ଥୀ ହୋଇଥିଲେ । ସେ ଏକବର୍ଷ ପର୍ଯ୍ୟବେକ୍ଷକ ଦାୟୀତ୍ୱରେ ରହି ଜନସମ୍ପର୍କ କରିଥିଲେ ମଧ୍ୟ ବହୁ ସଂଖ୍ୟକ ବ୍ୟବଧାନକୁ ଦେଖିଲେ ମିଶନ ଭୋଟ ହାତେଇବାରେ ସେତେଟା ସକ୍ଷମ ହୋଇନଥିବା ବେଳେ ବିଜେଡି ନେତାମାନଙ୍କ କାମ କାମରେ ଆସିନି। ବିଜେଡିର ବରିଷ୍ଠ ସ୍ଥାନୀୟ ଦଳୀୟ ନେତାମାନେ ବିଫଳ ହେବାର କେତେକ କାରଣ ହେଲା ଏହି ନେତାମାନେ ୫ବର୍ଷ ପର୍ଯ୍ୟନ୍ତ କୌଣସି ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା, ସଙ୍ଗଠନ କରାଇବା କର୍ମୀଙ୍କୁ ଉତ୍ସାହିତ କରିବା ଆଦି କାମ କରିବା କେବେ ଦେଖାଯାଏ ନାହିଁ । ୫ ବର୍ଷରେ ଥରେ ନବୀନ ପଟ୍ଟନାୟକ ସରକାରଙ୍କ ଗୁଣଗାନ କରି ଭୋଟ ମାଗିବା ଦେଖାଯାଏ । ଲୋକେ ସରକାରୀ କର୍ମଚାରୀମାନଙ୍କୁ ଜଣାଇଲେ ମଧ୍ୟ କେହି ନ ଶୁଣିବା, ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ପରେ ମଧ୍ୟ କାମ ହେଉ ନ ଥିବା ଏପରିକି ଆନ୍ଦୋଳନ, ଧାରଣା ସତ୍ତ୍ବେ ସରକାରୀ ଅଧିକାରୀମାନେ ନ ଶୁଣିବା ଭଳି ମନମୁଖି ସତ୍ତ୍ବେ କୌଣସି ଦଳର ନେତା, ଜନ ପ୍ରତିନିଧି ମୁହଁ ଖୋଲିନଥାନ୍ତି। କାରଣ କଂଗ୍ରେସ ଓ ବିଜେଡିର କର୍ମୀମାନେ ଅର୍ଥ ଉପାର୍ଜନ ପାଇଁ ବିଭିନ୍ନ କାମ କରୁଥିବାରୁ ମୁହଁ ବନ୍ଦ କରିଥାନ୍ତି । ଏହିପରି କେତେକ କାରଣରୁ ବିଜେଡି ପ୍ରତି ଏଠାରେ ବିତସ୍ବହତା ରହିଛି। ଲୋକଙ୍କ ଅସନ୍ତୋଷ ଭାବକୁ ଦେଖି ତାର ସମାଧାନ ଦିଗରେ ଏମାନେ କେବେ କାମ କରିଥିବାର ନଜିର ନାହିଁ। ଏହାର ପ୍ରତିଫଳନ ନିର୍ବାଚନରେ ପଡିଛି। ନେତାମାନଙ୍କ ପାଇଁ ଆତ୍ମ ସମୀକ୍ଷାର ବେଳ ଆସିଛି । ପରିଣାମକୁ ନେଇ ମନ୍ଥନ କରିବା ରାଜନୈତିକ ଦୃଷ୍ଟି କୋଣରୁ ଉଚିତ ବୋଲି ମତ ପ୍ରକାଶ ପାଇଛି।


All Right Reserved By Dharitri.Com

ଲାଇଫ୍‌ଷ୍ଟାଇଲ୍‌ ଆରମ୍ଭ କଲା ‘ରଜ ଷ୍ଟାଇଲ୍‌ ଫେଷ୍ଟ୍‌’

ଭୁବନେଶ୍ୱର, ୪।୬(ବ୍ୟୁରୋ): ଏସ୍‌ପ୍ଲାନେଡ୍‌ ମଲ୍‌ସ୍ଥିତ ଲାଇଫ୍‌ଷ୍ଟାଇଲ୍‌ ଷ୍ଟୋର୍‌ ପକ୍ଷରୁ ସହରର ଫ୍ୟାଶନେବୁଲ୍‌ ଯୁବପିଢୀଙ୍କ ପାଇଁ ଏକ ଭିନ୍ନସ୍ବାଦର ଫ୍ୟାଶନ ଶୋ’ ‘ଲାଇଫ୍‌ଷ୍ଟାଇଲ୍‌ ରଜ ଷ୍ଟାଇଲ୍‌ ଫେଷ୍ଟ୍‌’...

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି...

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଗିରଫ

ଭଣ୍ଡାରିପୋଖରୀ,୧୫।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତର ମଣିନାଥପୁର ଓ ମୁଢ଼ାପଦା ଗ୍ରାମର ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟଣାରେ ପୋଲିସ ଶନିବାର...

ବିପଦସଙ୍କୁଳ ଅବସ୍ଥାରେ ଜହ୍ନେଇ ନାଳ ପୋଲ

ପାଟଣା, ୬।୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ କିଆପଡା ହନୁମାନ ଛକ ରାସ୍ତାର ଜହ୍ନେଇ ନାଳ ଉପରେ ଥିବା ପୋଲଟି ଭାଙ୍ଗି ଯାଇ...

କେନ୍ଦ୍ରାପଡ଼ା ଜଳକ୍ଳିଷ୍ଟ ଜିଲା

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରାପଡା ଜିଲାକୁ କେନ୍ଦ୍ର ସରକାର ଜଳକ୍ଳିଷ୍ଟ ଜିଲା ବୋଲି ଘୋଷଣା କରିଛନ୍ତି। ତେଣୁ ଜଳକଷ୍ଟକୁ ଦୂର କରିବା ପାଇଁ ଜଳସମ୍ପଦ...

ରାଷ୍ଟ୍ରୀୟ ଲୋକ ଅଦାଲତ : ୧୫,୭୭୬ ମାମଲାର ସମାଧାନ ୭୧ କୋଟି ୪୨ ଲକ୍ଷ ଆଦାୟ ନିର୍ଦ୍ଦେଶ

କଟକ ଅଫିସ,୧୫।୧୨- ରାଜ୍ୟର ବିଭିନ୍ନ ସ୍ଥାନରେ ଶନିବାର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୧୫,୭୭୬ ମାମଲାର ସମାଧାନ କରାଯାଇଛି। ଏଥିସହ ଏ ବାବଦରେ ୭୧ କୋଟି...

ଲୋକଙ୍କ ସମସ୍ୟା ବୁଝିବାକୁ ୯ କି.ମି. ଚାଲିଲେ ବିଡିଓ

ଦଶପଲ୍ଲା,୨୨ା୧୦(ଡି.ଏନ.ଏ.): ରାଜ୍ୟ ସରକାର ଚଳିତମାସ ୨ ତାରିଖରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ୫-ଟି ଆଧାରରେ ରାଜନେତାଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ...

‘ସ୍ବଚ୍ଛତା ହଁି ସେବା’ କାର୍ଯ୍ୟକ୍ରମ: ଝାଡୁ ଧରି ସଫେଇ କଲେ କେନ୍ଦ୍ରମନ୍ତ୍ରୀ, ବିଧାୟକ

ସଜନାଗଡ଼,୨୧।୭(ଡି.ଏନ.ଏ.)- ବାଲେଶ୍ୱର ଜିଲାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ରବିବାର ‘ସ୍ବଚ୍ଛତା ହଁି ସେବା’ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି...

Leave a comment

Your email address will not be published. Required fields are marked *